Advertisement
Photo Details/zeeodisha/odisha1671054
photoDetails0hindi

Gangajal: ଗଙ୍ଗାଜଳକୁ ଏହିପରି କରନ୍ତୁ ବ୍ୟବହାର, ଜୀବନରୁ କଟିବ ଗ୍ରହଦୋଷ

Gangajal Use News In Odia: ହିନ୍ଦୁଧର୍ମରେ ଗଙ୍ଗା ନଦୀକୁ ମା ବୋଲି ବିବେଚନା କରାଯାଏ । ଏହି ନଦୀକୁ ବହୁତ ପବିତ୍ର ଓ ଶୁଭ ବୋଲି ମନାଯାଏ । ଘରର କୌଣସି ପୂଜାକର୍ମ ହେଉ ପ୍ରଥମେ ଗଙ୍ଗାଜଳର ବ୍ୟବହାର କରାଯାଏ । କେବଳ ପୂଜାକର୍ମରେ ନୁହେଁ ବରଂ ବାସ୍ତୁ ଦୋଷ ଶେଷ କରିବାକୁ ବା କାଟିବାକୁ ମଧ୍ୟ ଗଙ୍ଗାଜଳର ବ୍ୟବହାର କରାଯାଏ। ତେବେ ଚାଲନ୍ତୁ ଜାଣିବା କେମିତି ପବିତ୍ର ଗଙ୍ଗାଜଳର ବ୍ୟବହାର କଲେ ଗ୍ରହଦୋଷରୁ ରକ୍ଷା ପାଇବେ। 

1/6

ମା ଗଙ୍ଗାଙ୍କୁ ବହୁତ ପବିତ୍ର ଓ ମୋକ୍ଷଦାୟିନୀ ଭାବେ ବିବେଚନା କରାଯାଏ। ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ଯେ, ଗଙ୍ଗାଜଳରେ ସ୍ନାନ କଲେ ଜୀବନର ସବୁ ପାପ ଦୂରେଇ ଯାଏ। ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଗଙ୍ଗାଜଳକୁ ବ୍ୟବହାର କରାଯାଏ। 

 

2/6

କୁହାଯାଏ ଯେଉଁସ୍ଥାନରେ ଗଙ୍ଗାଜଳ ରହିଥାଏ ସେଠାରେ ସକାରାତ୍ମକ ପ୍ରଭାବ ରହିଥାଏ। ଯାହାଫଳରେ ସମସ୍ତ କାର୍ଯ୍ୟରେ ଗଙ୍ଗାଜଳର ବ୍ୟବହାର କରାଯାଏ।

3/6

ଘରେ ଗଙ୍ଗାଜଳର ସିଞ୍ଚନ ପରେ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ। ଏହାବାଦ୍ ସକରାତ୍ମକ ସଞ୍ଚାର ହେବାରେ ଲାଗିଥାଏ। 

 

4/6

ପିତ୍ତଳ ଢାଳରେ ଗଙ୍ଗାଜଳକୁ ରଖି ଉତ୍ତର-ପୂର୍ବ ଦିଗରେ ରଖନ୍ତି । ଏହାଦ୍ୱାରା ଘରେ ଥିବା ସକାରାତ୍ମକ ଶକ୍ତି ବଢିବାରେ ଲାଗିଥାଏ। ଏବଂ ଘରେ ସମସ୍ତ କାର୍ଯ୍ୟରେ ଉନ୍ନତି ଦେଖାଦିଏ।

5/6

ପ୍ରତି ସୋମବାର ଭଗବାନ ଶିବଙ୍କ ପୂଜା କରିବା ପରେ ଗଙ୍ଗାଜଳରେ ଅଭିଷେକ କରନ୍ତୁ । ଏହସହ ଶନିବାର ଦିନ ପାଣିରେ ଗଙ୍ଗାଜଳ ମିଶାଇ ଅଶ୍ୱସ୍ତ ଗଛ ମୂଳେ ଦିଅନ୍ତୁ । ଏହାଦ୍ୱାରା ଗ୍ରହଦୋଷ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ। 

6/6

ଯଦି କୌଣସି କାରଣରୁ ଖରାପ ସ୍ୱପ୍ନ ଦେଖି ନିଦ ଭାଙ୍ଗିଯାଏ ତେବେ ବ୍ୟସ୍ତହେବା ଦରକାର ନାହିଁ । ତୁରନ୍ତ ଗଙ୍ଗାଜଳ ଟିକେ ନିଜ ଶୋଇବା ସ୍ଥାନରେ ସିଞ୍ଚନ କରିଦିଅନ୍ତୁ । ଏହାଦ୍ୱାରା ଭଲ ନିଦ ହେବା ସହ ଖରାପ ସ୍ୱପ୍ନରୁ ମୁକ୍ତି ମିଳିଥାଏ।