Rishabh Pant: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ଖେଳିବେ ନାହିଁ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। କେବଳ ଏତିକି ନୁହେଁ, ପନ୍ତ ଆଇପିଏଲ ୨୦୨୪ ଖେଳିବା ନେଇ ମଧ୍ଯ ଦ୍ବନ୍ଦ ଉପୁଜୁଛି ।
୨୦୧୧ ମସିହାରୁ ବିଶ୍ୱକପ୍ ଟାଇଟଲ୍ ଜିତିବାରେ ସକ୍ଷମ ହୋଇନାହିଁ ଭାରତୀୟ ଦଳ । ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ମଧ୍ଯ ଦଳକୁ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବାକୁ ପଡ଼ିଛି। ଆହତ ଥିବା ହେତୁ ରିଷଭ ପନ୍ତ ଏହି ଚାମ୍ପିୟନସିପରୁ ବାଦ ପଡ଼ିଥିଲେ। ତେବେ ପୁଣିଥରେ ଭାରତୀୟ ଦଳ ସହ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି । ଆଇସିସି ବିଶ୍ୱକପ ଓ ୨୦୨୪ ଆଇପିଏଲରେ ପନ୍ତ ଖେଳିବା ନେଇ ସନ୍ଦେହ ଉପୁଜିଛି ।
ଏକ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। କିନ୍ତୁ ବର୍ତ୍ତମାନ ସେ ୱିକେଟ୍ କିପିଂ କରିବାକୁ କେତେ ସକ୍ଷମ ତାହା କହିବା କଷ୍ଟକର। ଅଭ୍ୟାସ ପାଇଁ ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବାକୁ ୩ ମାସ କିମ୍ବା ୬ ମାସରୁ ଅଧିକ ସମୟ ଲାଗିପାରେ । ଏନେଇ ଆମେ କୌଣସି ଡେଟ୍ ଲାଇନ୍ ଠିକ୍ କରିପାରିବୁ ନାହିଁ । ରିଷଭ ପନ୍ତ ବର୍ତ୍ତମାନ ୟଙ୍ଗ ଅଛନ୍ତି । କ୍ରିକେଟ୍ ଖେଳିବାକୁ ତାଙ୍କ ନିକଟରେ ଯଥେଷ୍ଟ ସମୟ ରହିଛି ।
ଆଇପିଏଲ୍ ୨୦୨୩ ବିଷୟରେ କହିବାକୁ ଗଲେ, ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କ ବଦଳରେ ଅଷ୍ଟ୍ରେଲିଆର ଡେଭିଡ଼ ୱାର୍ଣ୍ଣରଙ୍କୁ ଦଳର ଅଧିନାୟକ କରିଥିଲା । କିନ୍ତୁ ଦଳର ଖରାପ ପ୍ରଦର୍ଶନ ପରେ ଅଭିଷେକ ପୋରେଲ ଓ ସରଫରାଜ ଖାନଙ୍କୁ ୱିକେଟ୍ କିପିଂ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଉଭୟ ମଧ୍ଯ ଦଳକୁ ନିରାଶ କରିଥିଲେ ।
ଆସନ୍ତା ଡିସେମ୍ବର ମାସରେ ଆଇପିଏଲ୍- ୨୦୨୪ ଲାଗି ନିଲାମ ଅନୁଷ୍ଠିତ ହେବ। ତେବେ ପନ୍ତ ୨୦୨୪ ଆଇପିଏଲ ଖେଳିବେ ନା ନାହିଁ ତାହା ନିଶ୍ଚିତ ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ନଜର ୱିକେଟ୍ କିପରଙ୍କ ଉପରେ ରହିବ। ଫ୍ରାଞ୍ଚାଇଜି ଚଳିତ ବର୍ଷର ଭୁଲ୍ ସଂଶୋଧନ କରିବାକୁ ଚାହିଁବ ।
ଉଭୟ ODI ଓ T20ରେ ରିଷଭ ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ବହୁତ ଭଲ ରହିଛି । ଦ୍ରୁତ ବ୍ୟାଟିଂ ପାଇଁ ସେ ଜଣାଶୁଣା । ୨୫ ବର୍ଷିୟ ଏହି ଯୁବ ଖେଳାଳି ୩୦ଟି ODIରେ ୨୬ଟି ଇନିଂସ ଖେଳି ମୋଟ ୮୬୫ଟି ରନ୍ ସଂଗ୍ରହ କରିଛନ୍ତି । ସେଥିରେ ଗୋଟେ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।
ट्रेन्डिंग फोटोज़