Advertisement
Photo Details/zeeodisha/odisha2292451
photoDetails0hindi

Raja festival: ପାନ୍ଥନିବାସ ଭୁବନେଶ୍ୱରରେ ଦୋଳି ଖେଳି ରଜ ପାଳନ କଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି।

1/6

 ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି । 

2/6

ଉତ୍ସବକୁ ମହନୀୟ କରିବା ପାଇଁ ରଜର ସୁସ୍ବାଦୁ ପିଠା ଓ ମିଠା ବିକ୍ରୟ ପାଇଁ ତିନୋଟି “ପିଠା ଅନ୍ ହୁଇଲ” ଭ୍ୟାନ୍ ଉଦଘାଟିତ ହୋଇଛି ଏବଂ ମାଷ୍ଟର କ୍ୟାଣ୍ଟିନ, କିଟ୍ ସ୍କୋୟାର, ଆଇଟିଆର- ଖଣ୍ଡଗିରିରେ ସକାଳ ୮ ଟାରୁ ୧୨ ଘଟିକା ଏବଂ ଅପରାହ୍ନ ୪ ଟା ରୁ ୭ ଟା ପର୍ଯ୍ୟନ୍ତ ଏହି ଭ୍ୟାନ ଗୁଡିକ ଉପଲବ୍ଧ ହେବ। 

3/6

ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ  ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଭ୍ରମଣ କରୁଥିବା ମହିଳା ମାନଙ୍କ ହାତକୁ ମାଗଣାରେ ମେହେନ୍ଦିରେ ସଜ୍ଜାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

4/6

ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ରଜରଂ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

5/6

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

6/6

ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି ।