Advertisement
Photo Details/zeeodisha/odisha1771135
photoDetails0hindi

Rahul Gandhi Viral Photos: ବିଲରେ ଟ୍ରାକ୍ଟର ଚଲାଇଲେ, କାଦୁଅରେ ପଶି ଚାଷୀଙ୍କ ସହ କ୍ଷେତରେ ଧାନଚାରା ଲଗାଇଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଫଟୋ

Rahul Gandhi Viral Photos: ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରୁ ୧୫ କିଲୋମିଟର ଦୂରରେ ଥିବା ଛାବରାଠାରେ ନିଜ ଘର କରିଛନ୍ତି । ନିକଟରେ ରାହୁଲ ଏଠାକୁ ଆସିଥିଲେ । ଅନେକ ସମୟରେ ରାହୁଲ ଗାନ୍ଧୀ ଓ ତାଙ୍କ ମା' ସୋନିଆ ଗାନ୍ଧୀ ମଧ୍ୟ ଏଠାକୁ ଆସନ୍ତି ।

1/7

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଭିନ୍ନ ଶୌଳୀ ଯୋଗୁଁ ସର୍ବଦା ହେଡଲାଇନରେ ରହିଥାନ୍ତି । କେତେବେଳେ ତାଙ୍କୁ ଏକ ଟ୍ରକରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥାଏ ତା ଆଉ ବେଳେବେଳେ ସେ ବାଇକ୍ ମରାମତି ଦୋକାନରେ ପହଞ୍ଚନ୍ତି । ସମାନ କ୍ରମରେ ବର୍ତ୍ତମାନ ରାହୁଲ ଗାନ୍ଧୀ ବର୍ଷା ଋତୁରେ ଚାଷୀଙ୍କ ସହ ଧାନ ରୋପଣ କରୁଥିବା ଦେଖିବାକୁ ମିଳିଛି ।

2/7

ପ୍ରିୟଙ୍କା ଗାନ୍ଧୀ ଶିମଲା ଠାରୁ ୧୫ କିଲୋମିଟର ଦୂରରେ ଥିବା ଚାବରାରେ ତାଙ୍କ ଘର କରିଛନ୍ତି । ବର୍ତ୍ତମାନ ରାହୁଲ ଗାନ୍ଧୀ ଏଠାକୁ ବୁଲିବାକୁ ଆସିଥିଲେ ।

3/7

ଖବର ଅନୁସାରେ ରାହୁଲ ଗାନ୍ଧୀ ଶନିବାର ଦିନ ଦିଲ୍ଲୀରୁ ଶିମଲା ଯାଉଥିଲେ, ଏହି ସମୟରେ ସେ ହରିୟାଣାର ସୋନିପଥର ବରୋଦା ଗ୍ରାମରେ ଅଟକି ଯାଇଥିଲେ । ରାହୁଲ ଗାନ୍ଧୀ ଏଠାକୁ ଜଳମଗ୍ନ କ୍ଷେତରେ ଏକ ଟ୍ରାକ୍ଟର ଚଲାଇ ଆସିଥିଲେ ।

4/7

ରାହୁଲ ଗାନ୍ଧୀଙ୍କ କ୍ଷେତରେ ପହଞ୍ଚିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ରାହୁଲ ଧାନ ରୋପଣ କରୁଥିବା ଦେଖିବାକୁ ମିଳିଥିଲା ​​ଓ ଚାଷୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲା । କହିରଖୁଛୁ ଯେ ଏହି ସମୟରେ ଧାନ ଚାଷର ସିଜିନ୍ ଚାଲିଛି ।

5/7

ରାହୁଲ ଗାନ୍ଧୀ ଶିମଲା ଯାଉଥିଲେ ଓ ପରେ ସକାଳେ ସୋନେପତର ବରୋଦା ଠାରେ ଅଟକି ଯାଇଥିଲେ । ଏହି ସମୟରେ ରାହୁଲ ଚାଷୀଙ୍କ ସହ କଥାବାର୍ତ୍ତା କରି ଚାଷ ବିଷୟରେ ସୂଚନା ନେଇଥିଲେ । ଧାନ କିପରି ରୋପଣ କରାଯାଏ ତାହା ମଧ୍ୟ ଶିଖିଲେ ।

6/7

ରାହୁଲ ଗାନ୍ଧୀ ଏଠାରେ ଥିବା ଚାଷୀଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ ଓ ପରେ ମଦିନାଠାରୁ ଚଣ୍ଡିଗଡ଼କୁ ଚାଲିଗଲେ । ଏହାପୂର୍ବରୁ ରାହୁଲ ଗାନ୍ଧୀ ଶିମଲା ଯିବାବେଳେ ଅମ୍ବାଲାରେ ରହିଥିଲେ । ଏଠାରେ ସେ ଏକ ଟ୍ରକରେ ଅମ୍ବାଲା ଠାରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ ।

7/7

ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଶିମଲାରେ ଅଛି । ସେ ବାରମ୍ବାର ଏଠାକୁ ଆସନ୍ତି ।