Advertisement
Photo Details/zeeodisha/odisha1771166
photoDetails0hindi

HBD Sourav Ganguly: ୭୦ ବର୍ଷ ପୂରୁଣା ଘର, ୪୮ ମହଲା ବିଶିଷ୍ଟ ଘରେ ରୁହନ୍ତି ପ୍ରିନ୍ସ ଅଫ କୋଲକାତା

HBD Sourav Ganguly: ଭାରତୀୟ କ୍ରିକେଟ ଟିମର ସଫଳତମ କ୍ୟାପଟେନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି। ଆଜି ଦାଦାଙ୍କ ଜନ୍ମଦିନ । ୧୯୭୨ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ସୌରଭ ଗାଙ୍ଗୁଲି । ଆଜି ୫୧ ତମ ଜନ୍ମଦିନ ପାଳୁଛନ୍ତି ଦାଦା'। ସୌରଭ ଗାଙ୍ଗୁଲିଙ୍କ ଜନ୍ମ ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥଲା। ପିଲାବେଳୁ ରାଜକୁମାର ପରି ବଢିଥିଲେ ସୌରଭ ଗାଙ୍ଗୁଲି । ସେହିପରି ନିଜ ଘରକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସୌରଭ ଗାଙ୍ଗୁଲି। ସୌରଭଙ୍କ ପୈତୃକ ଘର କୌଣସି ମହଲ ଠାରୁ କମ୍ ନୁହେଁ। ସୌରଭ ଗାଙ୍ଗୁଲି ରହୁଥିବା ଘରେ ୪୮ ଟି ରୁମ୍ ରହିଛି। 

1/6

ସୌରଭ ଗାଙ୍ଗୁଲି ରହୁଥିବା ଏହି ଘର ପ୍ରାୟ ୭୦ ବର୍ଷ ପୂରୁଣା ଓ ଏହି ଘରର ଇଣ୍ଟରିୟର ବଙ୍ଗଳା ସଂସ୍କୃତି ଓ କଳାକୁ ନେଇ ହୋଇଛି। 

2/6

ସୌରଭ ଗାଙ୍ଗୁଲିଙ୍କ ବାପା ଚଣ୍ଡିଦାସ ଗାଙ୍ଗୁଲି ଜଣେ ବଡ ବିଜିନେସ ମ୍ୟାନ ଥିଲେ। ହେଲେ ସେ କେବେ ବି ନିଜ ପୁଅ ମଧ୍ୟରେ ଟଙ୍କା ଥିବା ନେଇ ଗର୍ବକୁ ଦେଖାଇନାହାଁନ୍ତି କିମ୍ବା ଶିଖାଇ ନାହାଁନ୍ତି।

3/6

'ମହାରାଜ' ନାମରେ ଫେମସ ଥିବା ଗାଙ୍ଗୁଲିଙ୍କ ଏହି ଆଲିସାନ ଘର ପ୍ରାୟ ୭୦ ବର୍ଷ ପୂରୁଣା ଅଟେ । ସବୁଠାରୁ ବଡ଼ କଥା ହେଲା ସୌରଭଙ୍କ ପୂର୍ବପୁରୁଷଙ୍କ ଏହି ଘର ପୂର୍ବରୁ ଯେମିତି ଥିଲା ସେମିତି ହିଁ ରହିଛି। 

4/6

ଲଗଜରିଅସ ଜୀବନ ବଞ୍ଚୁଥିବା ସୌରଭ ଗାଙ୍ଗୁଲି ନିଜ ପରି ନିଜ ଘରକୁ ମଧ୍ୟ ମେଣ୍ଟେନ କରି ରଖିଛନ୍ତି। ଯେଉଁଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ସୌରଭ।

5/6

ସୌରଭ ଗାଙ୍ଗୁଲିଙ୍କ ଘରେ ଏକ ସୁନ୍ଦର ଡାଇନିଂ ହଲ୍ ରହିଛି । ଆଉ ଏହି ଡାଇନିଂ ରେ ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ,ରାହୁଲ ଦ୍ରାବିଡ ଓ ରାଜନେତା ଭାବେ ଅମିତ ଶାହ ବି ବସି ଏଠାରେ ଖାଦ୍ୟ ଖାଇଛନ୍ତି। 

6/6

ଦାଦା ନିଜର ଏହି ଆଲିସାନ ଘରେ ଏକ ଛୋଟ ଅଫିସ ମଧ୍ୟ କରିଛନ୍ତି । ଯେଉଁଠି ସେ ବେଳେ ବେଳେ କାମ କରୁଥିବାର ନଜର ମଧ୍ୟ ଆସିଛନ୍ତି।