Advertisement
Photo Details/zeeodisha/odisha1978095
photoDetails0hindi

PM Flies In Tejas: ୪୫ ମିନିଟ୍ ଧରି ତେଜସ୍ ଯୁଦ୍ଧ ବିମାନରେ ଉଡ଼ିଲେ ପିଏମ, କହିଲେ- ଆମେ କାହାଠାରୁ କମ୍ ନୁହଁ

PM Flies In Tejas: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଗୁରୁବାର ଦିନ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି । ତେଜସ୍ ବିମାନରେ ପିଏମ ମୋଦୀଙ୍କ ମୋଟ ସର୍ଟ ୪୫ ମିନିଟ ଧରି ଚାଲିଥିଲା । ଅର୍ଥାତ୍ ପିଏମ୍ ମୋଦୀ ହାଲୁକା ଯୁଦ୍ଧ ବିମାନ ତେଜାସରେ ୪୫ ମିନିଟ୍ ଉଡିଥିଲେ ଓ ଏହି ସମୟରେ ଆକାଶରେ ଉଡ଼ିବାବେଳେ ସେ ନିଜେ କିଛି ସମୟ ପାଇଁ ସମସ୍ତ ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ ।

1/5

PM Flies In Tejas: ତେଜସ୍ ଯୁଦ୍ଧ ବିମାନରେ ଉଡ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ସଫଳତାର ସହ ତେଜସରେ ଉଡ଼ିଛନ୍ତି ଓ ସେ ଏଥିପାଇଁ ଗର୍ବିତ । କେବଳ ଏତିକି ନୁହେଁ, ସେ ବେଙ୍ଗାଲୁରୁରେ ଅବସ୍ଥିତ HAL ଅର୍ଥାତ୍ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଫେସିଲିଟି ପରିଦର୍ଶନ କରିଥିଲେ ।

 

2/5

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ X ଆକାଉଣ୍ଟରେ ବିମାନର ଚିତ୍ର ସେୟାର କରି ଲେଖିଛନ୍ତି, "ଆଜି ତେଜସରେ ଉଡ଼ି ମୁଁ ଅତ୍ୟଧିକ ଗର୍ବର ସହିତ କହିପାରେ ଯେ ଆମର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆମେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଦୁନିଆର କାହାଠାରୁ କମ୍ ନୁହଁ । ଭାରତୀୟ ବାୟୁସେନା, DRDO ଓ HAL ଏବଂ ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।"

 

3/5

ପିଏମ ମୋଦୀ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, 'ତେଜସ୍ ବିମାନ ସଫଳତାର ସହ ଉଡ଼ାଣ ପୂରା କଲି । ଏହି ଅଭିଜ୍ଞତା ଅବିଶ୍ୱସନୀୟ ଭାବରେ ସମୃଦ୍ଧ ଥିଲା, ଯାହା ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବଢ଼ାଇ ଦେଇଥିଲା ଓ ଆମ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନୂତନ ଗର୍ବ ଓ ଆଶାବାଦୀ ଭାବନା ସୃଷ୍ଟି କରିଥିଲା ।"

 

4/5

ଭାରତ ଦ୍ୱାରା ବିକଶିତ ହେଉଥିବା 'ତେଜସ୍' ଏକ ହାଲୁକା ଓ ମଲ୍ଟି ରୋଲ୍ ଜେଟ୍ ଯୁଦ୍ଧ ବିମାନ ଅଟେ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ବିକଶିତ ହୋଇଥିବା ଗୋଟିଏ ସିଟ୍ ଓ ଗୋଟିଏ ଜେଟ୍ ଇଞ୍ଜିନ୍ ସହିତ ଏହା ଏକ ମଲ୍ଟି ରୋଲ୍ ଲାଇଟ୍ ଯୁଦ୍ଧ ବିମାନ । ଏହା ଏକ ଲାଞ୍ଜହୀନ, କମ୍ଫାଉଣ୍ଡ-ଡେଲଟା ୱିଙ୍ଗ୍ ବିମାନ ।

 

5/5

କହିରଖୁଛୁ ଯେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଉତ୍ପାଦର ସ୍ୱଦେଶୀ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ତାଙ୍କ ସରକାର ଭାରତରେ ସେମାନଙ୍କର ଉତ୍ପାଦନ ଏବଂ ରପ୍ତାନିରେ କିପରି ପ୍ରୋତ୍ସାହିତ କରିଛନ୍ତି ତାହା ଉପରେ ଆଲୋକପାତ କରିଛନ୍ତି ।