Advertisement
photoDetails0hindi

Vir das: ଷ୍ଟାଣ୍ଡଅପ୍ କମେଡ଼ିଆନ୍ ଭୀର ଦାସଙ୍କ ସମ୍ପତ୍ତି ମୂଲ୍ୟ ଶୁଣିଲେ ଉଡ଼ିଯିବ ହୋସ!

Vir Das Happy Birthday: ଷ୍ଟାଣ୍ଡଅପ୍ କମେଡ଼ିଆନ୍ ସହ ଜଣେ ଚତ୍ମକାର ଅଭିନେତା ଭାବେ ବେଶ ଜଣାସୁଣା ଭୀର ଦାସ । ଟେଲିଭିଜନ ସିରିଏଲଠାରୁ ଆରମ୍ଭ କରି ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଭୀର ଦାସ ଆଜି ନିଜର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତା କମେଡି ଶୋ’, ଚଳଚ୍ଚିତ୍ର ଓ ଅନ୍ୟ କାମ କରି ବେଶ ଟଙ୍କା ରୋଜଗାର କରିଥାଆଅନ୍ତି । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବୀର ଦାସଙ୍କ ନିଟ୍ ୱର୍ଥ ବିଷୟରେ ।

1/5

୧୯୭୯ ମସିହା ମଇ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ଭୀର ଦାସ ଷ୍ଟାଣ୍ଡଅପ୍ କମେଡି଼ ଶୋ’ରୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଶୋ’ କେବଳ ଦେଶ ନୁହେଁ ବଂର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯାଇଥାଏ ।

2/5

“ଗୋ ଗୋଆ ଗନ୍”, “ବାଦମାସ କମ୍ପାନୀ', “ରିଭଲଭର ରାନୀ” ଭଳି ଅନକେ ଚଳଚ୍ଚିତ୍ରରେ କାମ କରିଥିବା ଏହି ସେଲିବ୍ରେଟି ବେଶ ବିଳାସପୂର୍ଣ୍ଣ ଜୀବନ ବିତାଇଥାଆନ୍ତି ।

3/5

ଏହି ହାସ୍ୟ ଅଭିନେତା ୟୁଟ୍ୟୁବ୍, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ଟିଭି ହୋଷ୍ଟ ଓ ଟିଭି ବିଜ୍ଞାପନରୁ ମଧ୍ୟ ବହୁ ଟଙ୍କା ରୋଜଗାର କରିଥାଆନ୍ତି । ଭୀର ବିଦେଶରେ କର୍ପୋରେଟ୍ ଇଭେଣ୍ଟ କିମ୍ବା କମେଡି ଶୋ’ ପାଇଁ ୨.୫ କୋଟିରୁ ଉର୍ଦ୍ଦ୍ବ ଟଙ୍କା ଚାର୍ଜ କରିଥାଆନ୍ତି ।

4/5

ସେହିପରି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ସେ ୬୦ ଲକ୍ଷରୁ ଉର୍ଦ୍ଦ୍ବ ଟଙ୍କା ଚାର୍ଜ କରନ୍ତି । ସେ ବାର୍ଷିକ ପ୍ରାୟ ୮୨ କୋଟିରୁ ଉର୍ଦ୍ଦ୍ବ ଟଙ୍କା ଆୟ କରିଥାଆନ୍ତି, କିନ୍ତୁ ଭୀର ଦାସ ନିଜ ସମ୍ପତ୍ତିକୁ ନେଇ କୌଣସି ସୂଚନା ଦେଇନାହାଁନ୍ତି।

5/5

ଭୀରଙ୍କ ପାଖରେ ଏକ ସୁନ୍ଦର ଘର ମଧ୍ଯ ରହିଛି । ସେ ସେୟାର କରୁଥିବା ଫଟୋରେ ଏହାର ଝଲକ ଦେଖିବାକୁ ମିଳିଥାଏ । ଏହାଛଡ଼ା ତାଙ୍କ ନିକଟରେ ଏକ BMW କାର ମଧ୍ଯ ରହିଛି ।