Advertisement
photoDetails0hindi

Surya guru yuti: ଦୀର୍ଘ ୧୨ ବର୍ଷ ପରେ ଦୁଇ ଗ୍ରହଙ୍କ ହେବ ମହାସଂଯୋଗ, ଏହି ୩ ରାଶିଙ୍କ ଉପରେ ପଡ଼ିବ ପ୍ରଭାବ

Surya guru yuti: ସବୁ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ସହ ଅନେକ ସଂଯୋଗ ଘଟିଥାଏ । ଏହାଦ୍ବାରା ରାଜଯୋଗ ମଧ୍ଯ ସୃଷ୍ଟି ହୋଇଥାଏ । ଯାହା ଅନେକ ଶୁଭ ଓ ଅଶୁଭ ଫଳାଫଳ ପ୍ରଦାନ କରିଥାଏ ।

1/5

ଏପ୍ରିଲ ୨୨ ତାରିଖରେ ଦେବ ଗୁରୁ ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବେ। ଏଠାରେ ସୂର୍ଯ୍ୟଙ୍କ ଉପସ୍ଥିତି ଯୋଗୁଁ ସୂର୍ଯ୍ୟ ଗୁରୁ ଯୋଗ ଗଠନ ହେବାକୁ ଯାଉଛି । ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିଙ୍କର ଏହି ମହାସଂଯୋଗ ଦୀର୍ଘ ୧୨ ବର୍ଷ ପରେ ଗଠିତ ହେବାକୁ ଯାଉଛି ।

2/5

ତେବେ ଏହି ସଂଯୋଗର ପ୍ରଭାବ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନକୁ ପ୍ରଭାବିତ କରିବ । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ମାଲାମାଲ ହେବାର ଯୋଗ ରହିଛି ।

3/5

ମେଷ ରାଶି(Aries)- ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିଙ୍କ ମହା ସଂଯୋଗ ଦ୍ୱାରା ଏହି ରାଶିର ବ୍ୟକ୍ତି ବିଶେଷମାନେ ବିଶେଷ ଭାବେ ଉପକୃତ ହେବେ । ଏହି ସଂଯୋଗ ଶୁଭ ଫଳାଫଳ ପ୍ରଦାନ କରିବ । ଆୟ ବୃଦ୍ଧି ପାଇବ। ଚାକିରି  କରୁଥିବା କର୍ମଚାରୀଙ୍କ ପଦୋନ୍ନତି ହେବ। ଚାକିରି ଖୋଜୁଥିବା ଲୋକମାନଙ୍କୁ ନୂତନ ଚାକିରି ପାଇବା ନେଇ ଯୋଗ ରହିଛି।

4/5

କର୍କଟ ରାଶି(cancer)- ଏହି ସଂଯୋଗ ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷ ବେଶ ଲାଭବାନ ହେବ । ଦୀର୍ଘ ସମୟରୁ ଅଟକିଥିବା କାମ ପୁରା ହେବ । ବ୍ୟବସାୟରେ କରିବା ଲାଗି ସମୟ ଉତ୍ତମ ଅଟେ । ବୈବାହିକ ଜୀବନ ସୁଖମୟ ହେବ । କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିବ ।

5/5

ସିଂହ ରାଶି(Leo)- ବୃହସ୍ପତି ଓ ସୂର୍ଯ୍ୟଙ୍କର ମହାସଂଯୋଗ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ୟାରିଅରରେ ଶୁଭ ଫଳ ପାଇବେ। ଚାକିରି ଓ ବ୍ୟବସାୟରେ ନିୟୋଜିତ ଥିବା ଲୋକଙ୍କ ଲାଭନ୍ନୋତ ହେବେ । ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ ।