Advertisement
photoDetails0hindi

Maa laxmi: ଶୁକ୍ରବାର ଦିନ କରନ୍ତୁ ନାହିଁ ଏହିସବୁ କାମ; ରୋଷ କରନ୍ତି ମାଆ ଲକ୍ଷ୍ମୀ, ହୋଇଥାଏ ଅର୍ଥହାନୀ!

Maa laxmi: ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ କରାଯାଇଛି । ଏହି ଦିନ ଏଶ୍ବର୍ଯ୍ୟର ଦେବୀଙ୍କ ମାଆ ଲକ୍ଷ୍ମୀଙ୍କର ବିଧି ଅନୁଯାୟୀ ପୂଜାପାଠ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘରେ ସର୍ବଦା ସୁଖ, ଶାନ୍ତି ସହ ଧନ ବୃଦ୍ଧି ପାଇଁ ମାଆ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଁଥିଲେ ଶୁକ୍ରବାର ଦିନ ଏହି ସବୁ କାମ କରନ୍ତୁ ନାହିଁ ।

1/5

ଏହି ଦିନ ଜମିବାଡ଼ି କାରବାର କରନ୍ତୁ ନାହିଁ । ଶୁକ୍ରବାର ଦିନ ଜମି କିଣିଲେ କ୍ଷତି ହେବା ସହ ଅର୍ଥହାନୀ ହୋଇଥାଏ ।

2/5

ଶୁକ୍ରବାର ଦିନ କୌଣସି ମହିଳା, ଶିଶୁ କନ୍ୟା ବା କିନ୍ନରଙ୍କ ଅପମାନ କରନ୍ତୁ ନାହିଁ । ବିଶ୍ବାସ ରହିଛି ଯେ, ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ଅସନ୍ତୋଷ ହୋଇଥାଆନ୍ତି । ଫଳରେ ଘରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ।

3/5

କୁହାଯାଏ, ଶୁକ୍ରବାର ଦିନ କାହାକୁ ମଧ୍ଯ ଚିନି ଦାନ କରିବା ଉଚିତ୍ ନୁହେଁ । ଏହା  କରିବା ଦ୍ବାରା ଶୁକ୍ର ଦୁର୍ବଳ ହୋଇଥାଆନ୍ତି । ଫଳରେ ବ୍ୟକ୍ତିର ଖୁସି ଓ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ ।

4/5

ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ସର୍ମପିତ କରାଯାଇଛି । କୁହାଯାଏ, ଧନଦାତ୍ରୀ ସେହି ସ୍ଥାନରେ ବାସ କରିଥାଆନ୍ତି ଯେଉଁଠାରେ ସଫା ସୁତର ରହିଥାଏ । ତେଣୁ ଘରକୁ ସର୍ବଦା ଖାସ କରି ଏହି ସଫା ସୁତର ରଖିବା ଉଚିତ୍ ।

5/5

ଏହି ଦିନରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଟଙ୍କା ଧାର ଦେବା ଦ୍ବାରା ଘରର ଆର୍ଥିକ ସ୍ଥିତି ବିଗିଡ଼ିଯାଇଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।