Advertisement
Photo Details/zeeodisha/odisha1814030
photoDetails0hindi

Ollywood News: "ଫିଲ୍ମ ଅପରେସନ ୧୨/୧୭" ର ଶୁଭ ମହୁରତ

ସିନେମା 'ଅପରେସନ ୧୨/୧୭' ଶୁଭ ମହୁରତ ଉତ୍ସବରେ ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁ ଅତିଥି ଭାବରେ ଉପସ୍ଥିତ ଥିଲେ ।

1/6

ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ଲାଇନ୍ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ,  ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

2/6

ଦ୍ବିପାୟନ ପଟ୍ଟନାୟକଙ୍କର କାହାଣୀର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । 

3/6

ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀର ଡିଓପି ପ୍ରଶାନ୍ତନୁ ମହାପାତ୍ର ଓ ସହଯୋଗୀ ନିର୍ଦ୍ଦେଶନାରେ ଅଛନ୍ତି ବାପୁ ।

4/6

ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଭୂମିକା ଦାଶ ଏବଂ ଅଭିନେତା ଶ୍ରେୟାନ କୁମାର । ଏହି ଯୋଡ଼ିଙ୍କର ଏହା ପ୍ରଥମ ସିନେମା ହୋଇଥିବାରୁ ଉଭୟେ ଖୁବ୍ ଆଶାବାଦୀ ଅଛନ୍ତି ।

5/6

ଏଥିସହ ଓଡ଼ିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ମଧ୍ୟ ସିନେମାରେ ନଜର ଆସିବେ । ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ସିନେମାରେ ଅଭିନୟ କରିଛନ୍ତି । 

6/6

ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ଫ୍ଲୋରକୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି। ଶୁଭ ମହୁରତ ଉତ୍ସବରେ ଆର. ଜେ ଗୁଡ୍ଡୀ ଉପସ୍ଥାପନା କରିଥିଲେ । ପ୍ରଚାର ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି ।