Advertisement
Photo Details/zeeodisha/odisha1529759
photoDetails0hindi

Nepal Plane Crash History: ନେପାଳର ସବୁଠାରୁ ୫ ଟି ବଡ଼ ପ୍ଲେନ କ୍ରାସ୍, ଜାଣନ୍ତୁ କାରଣ

Nepal Plane Crash History: ଆଜି ନେପାଳର ପୋଖରାରେ ଏକ ବଡ଼ ଅଘଟଣ ଘଟିଛି। ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ୫ ଭାରତୀୟ ଥିବା କାଠମାଣ୍ଡୁ ପୋଲିସ ସୂଚନା ଦେଇଛି। ହେଲେ ମୃତ ୫ ଭାରତୀୟଙ୍କ କୌଣସି ପରିଚୟ ମିଳିପାରିନାହିଁ। ନେପାଳ ପୋଲିସ ପ୍ରଥମ ଉଦ୍ଧାର କାର୍ଯ୍ୟରେ ୩୦ ଟି ମୃତଦେହ ଉଦ୍ଧାର କରିଥିଲା । ପରେ ମୃତ୍ୟୁ ସଂଖ୍ୟା ବଢିଥିଲା । ହେଲେ କାହିଁକି ନେପାଳରେ ହିଁ ଅଧିକାଂଶ ବିମାନ ଦୁର୍ଘଟଣା ଘଟେ ଆସନ୍ତୁ ସେ ସମ୍ବନ୍ଧରେ କିଛି ଖବର ଜାଣିବା। 

1/5

ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କାହିଁକି ନେପାଳରେ ହିଁ ବାରମ୍ବାର ବିମାନ ଦୁର୍ଘଟଣା ଘଟେ । ପ୍ରଥମତଃ ଖରାପ ପାଗ କାରଣରୁ ଦୁର୍ଘଟଣା ଘଟିବା ନେଇ ଅନେକ ସମୟରେ ନଜିର ରହିଛି। ପାକିସ୍ତାନୀ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ଫ୍ଲାଇଟ ୨୬୮ ।  ୧୯୯୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁ ଘଟଣାରେ ପ୍ରାୟ ୧୬୭ ଲୋକଙ୍କ ଜୀବନ ଯାଇଥିଲା । ଏହି ବିମାନର ଦୁର୍ଘଟଣା ସ୍ଥଳ ରହିଥିଲା ନେପାଳର କାଠମାଣ୍ଡୁ। ଏୟାର କ୍ରାଫ୍ଟ ଟାଇପ ଥିଲା ଏୟାର ବସ୍ A300B4-203 । ବିମାନର ରୁଟ୍ ଥିଲା କରାଚି ରୁ କାଠମାଣ୍ଡୁ । ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଥିଲା ପାଇଲଟ ଏରର୍ ।

 

2/5

ଥାଇ ଏୟାରୱେଜ୍ ଇଣ୍ଟରନ୍ୟାସନାଲ ଫ୍ଲାଇଟ ୩୧୧ । ୧୯୯୨ ମସିହା ଜୁଲାଇ ୩୧ ରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ୧୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବିମାନର ଦୁର୍ଘଟଣାସ୍ଥଳ ରହିଥିଲା ଲଙ୍ଗଟାଙ୍ଗ ନ୍ୟାସନାଲ ପାର୍କ  ନେପାଳରେ ହୋଇଥିଲା । ଏୟାର କ୍ରାଫ୍ଟ ଟାଇପ୍ ରହିଛି ଏୟାର ବସ୍ A310-304 ରୁଟ୍-ବ୍ୟାଙ୍ଗକକ୍ , କାଠମାଣ୍ଡୁ । ବିମାନଟି ପାଇଲଟ୍ ଏରର୍ ସହ ଏଟିସି ର ଭୁଲ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି। 

 

3/5

ତାରା ଏୟାର, ଓଖାଲଦୁଙ୍ଗା କ୍ରାସ; ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ବିମାନଟି ନେପାଳର ବିଲାନ୍ଦୁ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁଟ୍ ଲମ୍ବିଦାନା-କାଠମାଣ୍ଡୁ ରହିଥିଲା । ଖରାପ ପାଣିପାଗ ଯୋଗୁଁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

4/5

ବୁଦ୍ଧା ଏୟାର ଫ୍ଲାଇଟ୍ 103: ୨୦୧୧ ସେପ୍ଟେମ୍ବର ୨୫ ରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନେପାଳର ଲଳିତପୁର ଅଞ୍ଚଳରେ ବିମାନଟି ଗଳିପଡ଼ିଥିଲା ।  ଏୟାର କ୍ରାଫ୍ଟ ଟାଇପ୍ ଥିଲା ବିଚ୍ କ୍ରାଫ୍ଟ ୧୯୦୦ ଡି, ପାଇଲଟ ଏରର କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । 

 

5/5

ସୀତା ଏୟାର ଫ୍ଲାଇଟ ୬୦୧: ୨୦୧୨ ସେପ୍ଟେମ୍ବର ୨୮ ରେ ଏହି ବିମାନଟି ଏକ ପକ୍ଷୀ ସହ ପିଟି ହୋଇ ନିୟନ୍ତ୍ରଣ ହରାଇଥିଲା । ଯାହାଫଳରେ ତଳେ ଘଷି ହୋଇଯିବାରୁ ଏଥିରେ ନିଆଁ ଲାଗିଯାଇଥିଲା । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ।