Advertisement
photoDetails0hindi

Bollywood Stars Live In Relationships: ବିବାହ ପୂର୍ବରୁ ବାପା ହୋଇଛନ୍ତି ବଲିଉଡର ଏହି ଅଭିନେତା, ଦେଖନ୍ତୁ ତାଲିକା

Bollywood Stars and their Live In Relationships: ବଲିଉଡରେ ଏପରି କେତେକ ଅଭିନେତା ଅଛନ୍ତି । ଯେଉଁମାନେ ଲିଭ ଇନ୍ ରିଲେସନସିପରେ ରହି ସେମାନେ ପିତାମାତା ମଧ୍ୟ ହୋଇଛନ୍ତି ।

1/5

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ପତ୍ନୀ ମେହେରା ଜେସା (Mehr Jesia)। ଉଭୟଙ୍କ ବିବାହ ପରେ ଦାମ୍ପତ୍ୟ ଜୀବନ ଠିକଠାକ ଚାଲିଥିଲା । କିନ୍ତୁ ଦିର୍ଘ ୨୧ ବର୍ଷ ପରେ ପରପ୍ପର ଠାରୁ ଅଲଗା ହୋଇଥିଲେ । ଏପରିକି ଉଭୟଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।   ଛାଡପତ୍ର ପରେ ଅର୍ଜୁନ  ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଅର୍ଜୁନ ଗର୍ଲଫ୍ରେଣ୍ଡ ଗାବ୍ରିଏଲା(South African model Gabriela) ଙ୍କ ପ୍ରେମରେ ପଡିଥିଲେ। ଏବଂ ପରେ ସେ ତାଙ୍କ ସହ  ଲିଭ-ଇନ୍‌ ରିଲେସନସିପରେ(Live In Relationships)ରେ ରହିବା ଆରମ୍ଭ କରିଥିଲେ ଏବଂ ବିବାହ ନ କରି ମଧ୍ୟ ଉଭୟ ପିତାମାତା ହୋଇଛନ୍ତି । ସେମାନଙ୍କର ଏକ ପୁଅ ମଧ୍ୟ ଅଛି ।

2/5

ସୈଫଙ୍କ ପ୍ରଥମ ବିବାହ ଅମୃତା ସିଂଙ୍କ ସହ ହୋଇଥିଲା। ଉଭୟଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି।  କିନ୍ ବିବାହର ଦିର୍ଘ ୧୩ ବର୍ଷ ପରେ ଦୁହିଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ପରେ ସୈଫ କରୀନାଙ୍କୁ ଡେଟ କରିଥିଲେ ।  ଉଭୟ ବିବାହ ପୂର୍ବରୁ ଅନେକ ବର୍ଷ ଲିଭ-ଇନ୍‌ ରିଲେସନସିପରେ (Live In Relationships) ରହୁଥିଲେ ଏବଂ ପରେ ୨୦୧୨ ରେ ଉଭୟଙ୍କ ବିବାହ ହୋଇଥିଲା। ଏବେ ଦୁହେଁ ଦୁଇ ପୁଅର ପିତାମାତା ।

3/5

ଅରବାଜ ଖାନ୍ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ଏହା ପରେ,ଉଭୟ ମଧ୍ୟ ଏକ ପୁତ୍ରର ପିତାମାତା ହୋଇଥିଲେ,କିନ୍ତୁ ବିବାହର ୧୯ ବର୍ଷ ପରେ,ଉଭୟ ପାରସ୍ପରିକ ସହମତିରେ ଛାଡପତ୍ର ନେଇଥିଲେ।  ଏହା ପରେ ଅରବାଜ ମଡେଲ ଜର୍ଜିଆ ଆଣ୍ଡ୍ରିଆନି( model Georgia Andriani) ଙ୍କୁ ଡେଟିଂ ଆରମ୍ଭ କରିଥିଲେ । ଉଭୟ ମଧ୍ୟ ଅନେକ ବର୍ଷ ଧରି ଲିଭ-ଇନ୍‌ ରିଲେସନସିପରେ (Live In Relationships) ରହି ଆସୁଛନ୍ତି । ନିକଟରେ,ସେମାନଙ୍କ ବ୍ରେକଅପ୍ ବିଷୟରେ ମଧ୍ୟ ଖବର ଆସିଥିଲା ​। 

 

4/5

ଆମୀର ଖାନ୍ ଙ୍କ ପ୍ରଥମ ବିବାହ ରେନା ଦତ୍ତାଙ୍କ ସହ ହୋଇଥିଲା। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା ଏବଂ ଏହା ପରେ ସେମାନେ ଦୁଇଟି ସନ୍ତାନର ପିତାମାତା ହୋଇଥିଲେ । ବିବାହର ୧୬ ବର୍ଷ ପରେ ଛାଡପତ୍ର ହୋଇଥିଲେ। ଏହା ପରେ ଆମୀର କିରଣ ରାଓଙ୍କୁ ଡେଟ କରିବା ଆରମ୍ଭ କରିଥିଲେ ଏବଂ ଦୀର୍ଘ ବର୍ଷ ଧରି ଲିଭ-ଇନ୍‌ ରିଲେସନସିପରେ (Live In Relationships) ରହିବା ପରେ ସେମାନେ ବିବାହ କରିଥିଲେ। ତେବେ,ବିବାହର ୧୬ ବର୍ଷ ପରେ, ସେମାନଙ୍କର ମଧ୍ୟ ଛାଡପତ୍ର ହୋଇଥିଲା।  ଉଭୟଙ୍କର ଏକ ପୁଅ ମଧ୍ୟ ଅଛି । ଯାହାର ନାଁ ଆଜାଦ। 

5/5

ନିର୍ଦ୍ଦେଶକ ତଥା ଅଭିନେତା ତଥା ଗାୟକ ଫରହାନ ଅଖତର (Director, actor and singer Farhan Akhtar)। ସେ ପ୍ରଥମେ ଅଦୁନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ପରେ ଦୁଇ ଝିଅ ମଧ୍ୟ ହୋଇଥିଲେ। ଏହା ପରେ ଫରହାନ୍ ଏବଂ ଅଦୁନା ପାରସ୍ପରିକ ସମ୍ମତି କ୍ରମେ ଛାଡପତ୍ ନେଇଥିଲେ । ଛାଡପତ୍ର ପରେ ଫରହାନ ଶିବାନୀ ଦାଣ୍ଡେକରଙ୍କ ସହ ରହିବାକୁ ଲାଗିଲେ। ଏବଂ ୨୦୨୨ ମସିହାରେ ଦୁହେଁ ବିବାହ କରିଛନ୍ତି ।