Advertisement
photoDetails0hindi

Morning Tips: ସକାଳୁ ଶେଜ ଛାଡିବା ପରେ କରନ୍ତୁ ଏହି ସବୁ କାମ, ଦୂର ହେବ ଦାରିଦ୍ରତା, ମାଡି ଯିବ ଧନ ସମୃଦ୍ଧି

Morning Tips: ଜ୍ୟୋତିଶ ଶାସ୍ତ୍ରରେ ପ୍ରାତଃ ସମୟକୁ ଏକ ବ୍ରହ୍ମ ସମୟ ( Brahma Muhurta)ବୋଲି କୁହାଯାଏ । ଉତ୍ତମ ସ୍ବାସ୍ଥ୍ୟ ଓ ଦେବାଦେବୀଙ୍କ କୃପା ପାଇବା ପାଇଁ ପ୍ରତିଦିନ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ତ୍ୟାଗ କରିବା ଉଚିତ। ବ୍ରହ୍ମ ମୁହୂର୍ତ୍ତ ( Brahma Muhurta) ହେଉଛି ବ୍ରହ୍ମ ଅର୍ଥାତ ପରମ ଓ ମୁହୂର୍ତ୍ତ ଅର୍ଥାତ ଶୁଭ ସମୟ। ସକାଳେ (Morning Tips)ଏହି ସବୁ କାମ କରିବା ଦ୍ବାରା ଆପଣଙ୍କ ଘରେ କେବେବି ଧନର ଅଭାବ ହୋଇ ନ ଥାଏ ( success mantra)। ପଢନ୍ତୁ ଏହି ଖବର...

1/6

ପ୍ରାତଃ ସମୟରେ ଉଠିବା ପରେ, ଘରକୁ ଭଲ ଭାବରେ ପରିଷ୍କାର କରନ୍ତୁ । କାରଣ ଯେଉଁ ଘରେ ପରିଷ୍କାର ପରିଛନ୍ନତା ନ ଥାଏ । ସେହି ଘରକୁ ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ସକାଳେ ଉଠିବା ମାତ୍ରେ ଘରକୁ ଭଲ ଭାବରେ ପରିସ୍କାର ରଖନ୍ତୁ । 

2/6

ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ବଡ଼ି ଭୋରୁ ବା ପ୍ରାତଃ କାଳରେ ଉଠି ପୂଜା କଲେ ଆତ୍ମତୃପ୍ତି ମିଳିବା ସହ ପୂଜା ସଫଳ ମଧ୍ୟ ହୋଇଥାଏ। ଏବଂ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ।

 

3/6

ଦିନର ଶୁଭାରମ୍ଭ କରିବା ପୂର୍ବରୁ ପୂଜା ପରେ ଆପଣ କିଛି ସମୟ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ସକାଳେ ଗାୟତ୍ରୀ ମନ୍ତ୍ର ପାଠ କରିବା ଦିନକୁ ଶୁଭ କରିଥାଏ । ଏହା ଏକ ଶକ୍ତିଶାଳୀ ମନ୍ତ୍ର, କାହିଁକିନା ଏହି ମନ୍ତ୍ରରେ ଜଣେ ବ୍ୟକ୍ତି କିଭଳି ଚାପ ମୁକ୍ତ ରହିବେ ସେନେଇ ଉଲ୍ଲେଖ କରାଯାଇଛି ।

4/6

ପ୍ରାତଃ ସମୟରେ ,ଆପଣ ଗୁରୁଜନ ମାନଙ୍କ ପାଦ ଛୁଇଁ ଆର୍ଶିବାଦ ନିଅନ୍ତୁ ।  ଏହା କରିବା ଦ୍ବାରା ଲକ୍ଷ୍ମୀଦେବୀ ଖୁସି ହୋଇ ଥାନ୍ତି । ଏବଂ ଆପଣଙ୍କ ଉପରେ ଧନ ବର୍ଷା କରିଥାନ୍ତି । ଯାହା ଫଳରେ ଆପଣଙ୍କ ପାଖରେ କେବେ ଧନର ଅଭାବ ହୋଇ ନ ଥାଏ । ଯେଉଁଠି ବରିଷ୍ଠ ବା ବୃଦ୍ଧବୃଦ୍ଧା ମାନଙ୍କୁ ଅପମାନିତ କରାଯାଏ ,ସେଠାରେ ଲକ୍ଷ୍ମୀ ଦେବୀ କେବେବି ରୁହନ୍ତି ନାହିଁ।  

5/6

ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ ପୂଜାପାଠ କରନ୍ତି । ସେମାନଙ୍କର ଦିନ ଶୁଭରୁ ଆରମ୍ଭ ହୋଇଥାଏ। ଏବଂ ମନରେ ପ୍ରତ୍ୟକ କାମ ପାଇଁ ସକରାତ୍ମକ ଚିନ୍ତାଧାରା ରହିଥାଏ। ଏବଂ ସେମାନେ କଦାପି ଭୁଲ ମାର୍ଗରେ ଯାଆନ୍ତି ନାହିଁ। 

6/6

ସକାଳ ସମୟରୁ ହିଁ ଆପଣ ପୁରା ଦିନ ପାଇଁ ଯୋଜନା ପ୍ରସ୍ତତ କରନ୍ତୁ । ଯାହା ଆପଣଙ୍କ କାର୍ଯ୍ୟକୁ ସହଜ କରିବ। ଏବଂ ଆପଣଙ୍କୁ ଚାପ ମୁକ୍ତ ରଖିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)