Advertisement
Photo Details/zeeodisha/odisha1967829
photoDetails0hindi

Miss Universe 2023: ଶାନିସ୍ ପାଲାସିଓ ଜିତିଲେ ମିସ୍ ୟୁନିଭର୍ସ-୨୦୨୩ ମୁକୁଟ, ଫାଇନାଲରେ ପଚରାଯାଇଥିଲା ଏହି ପ୍ରଶ୍ନ

Miss Universe 2023: ନିକାରାଗୁଆର ଶାନିସ୍ ପାଲାସିଓ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି । ୯୦ ଟି ଦେଶର ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା । ସେ ୭୨ ତମ ମିସ୍ ୟୁନିଭର୍ସ ହୋଇଛନ୍ତି । ଅନ୍ତିମ ରାଉଣ୍ଡରେ ସେ ମିସ୍ ଥାଇଲ୍ୟାଣ୍ଡ ଓ ମିସ୍ ଅଷ୍ଟ୍ରେଲିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମିସ୍ ୟୁନିଭର୍ସ ୨୦୨୨ ଆର.ବୋନି ଗାବ୍ରିଏଲ୍ ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ଦେଇଥିଲେ । ଭାରତର ଶ୍ୱେତା ଶାରଦା ଶ୍ରେଷ୍ଠ ୧୦ ରାଉଣ୍ଡରୁ ବାଦ ପଡିଥିଲେ ।

1/6

2/6

ମିସ୍ ୟୁନିଭର୍ସ ୨୦୨୩ ଘୋଷଣା ହେବା ମାତ୍ରେ ଶାନିସ୍ ପାଲାସିଓ ଆନନ୍ଦରେ ଡେଇଁଥିଲେ । ଏହି ଐତିହାସିକ ମୁହୂର୍ତ୍ତରେ ସେ କାନ୍ଦି ପକାଇଲେ । ଗ୍ଲାମର ଓ ଖୁସିର ମୁହୂର୍ତ୍ତ ଦେଖି ସେ ଭାବପ୍ରବଣ ଓ ଆନନ୍ଦିତ ହେଉଥିଲେ । ଅନ୍ୟ ଦୁଇ ରନର୍ସଅପ୍ ର ଅବସ୍ଥା ମଧ୍ୟ ସମାନ ଥିଲା ।

3/6

ମିସ୍ ଅଷ୍ଟ୍ରେଲିଆ ମୋରେୟା ୱିଲସନ ଦ୍ୱିତୀୟ ରନର୍ସ ଅପ୍ ଓ ମିସ୍ ଥାଇଲ୍ୟାଣ୍ଡ ଆଣ୍ଟୋନିଆ ପୋର୍ସିଲ୍ଡ ପ୍ରଥମ ରନର୍ସ ଅପ୍ ହୋଇଥିଲେ । ଫାଇନାଲ ରାଉଣ୍ଡରେ ପଚରାଯାଇଥିବା ପ୍ରଶ୍ନର ଉଭୟ ଉପଯୁକ୍ତ ଓ ଭଲ ଉତ୍ତର ଦେଇଥିଲେ ।

4/6

ମିସ୍ ୟୁନିଭର୍ସ ୨୦୨୩ ପାଇଁ ଫାଇନାଲ ପ୍ରଶ୍ନ ଥିଲା "ଯଦି ଆପଣ ଗୋଟିଏ ବର୍ଷ ପାଇଁ ଅନ୍ୟ କୌଣସି ମହିଳା ହୁଅନ୍ତି, ତେବେ ଆପଣ କାହାକୁ ବାଛିବେ ଓ କାହିଁକି?" ମିସ୍ ଅଷ୍ଟ୍ରେଲିଆ କହିଛନ୍ତି ଯେ ସେ ତାଙ୍କ ମା' ପରି ହେବାକୁ ଚାହୁଁଛନ୍ତି ।

5/6

ଯେତେବେଳେ କି ମିସ୍ ଥାଇଲ୍ୟାଣ୍ଡ ଏହାର ଉତ୍ତର ଭାବରେ ମଲାଲା ୟୁସୁଫଜାଇଙ୍କ ନାମ ନେଇଥିଲେ । ତାଙ୍କର ସଂଗ୍ରାମ ଏବଂ ସଫଳତା ତାଙ୍କୁ ବହୁତ ପ୍ରେରଣା ଦେଇଥାଏ ବୋଲି ସେ କହିଥିଲେ ।

6/6

ତେବେ, ଶାନିସ୍ ପାଲାସିଓଙ୍କ ଉତ୍ତର ଭିନ୍ନ ଓ ଅପ୍ରତ୍ୟାଶିତ ଥିଲା । ସେ ମେରି ୱୋଲଷ୍ଟୋନକ୍ରାଫ୍ଟର ନାମ ଉଲ୍ଲେଖ କରିଥିଲେ । ସେ ଜଣେ ମହିଳା ଅଧିକାର କର୍ମୀ ତଥା ନାରୀବାଦର ମା' ଭାବରେ ଜଣାଶୁଣା ।