Advertisement
photoDetails0hindi

Mental Health Tips: ସାବଧାନ! ଡ଼ିପ୍ରୋସନ ବଢାଇପାରେ ଆପଣଙ୍କର ଏହି ସବୁ ପ୍ରିୟ ଖାଦ୍ୟ

Mental Health Tips:ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ଲାଇଫ ଷ୍ଟାଇଲ ବିଗିଡି଼ବା ସହ ଅନେକ ଲୋକ ଡିପ୍ରେସନ ଓ ଟେନ୍‌ସନରେ ରହୁଥିବା ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମର ଖାଦ୍ୟପେୟ ମଧ୍ୟ ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

1/5

କଫି(Coffee)- ଅଧିକ ପରିମାଣର କଫି ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ମାତ୍ରାଧିକ ପରିମାଣର କଫି ପିଇବା ଦ୍ୱାରା ଏହା ଆମର ନିଦ ଉପରେ ପ୍ରଭାବ ପକାଇଥାଏ, ଫଳରେ ଆପଣଙ୍କ ସ୍ଲିପିଂ ପାଟର୍ଣ୍ଣ ବିଗିଡି଼ଯାଏ। ଯାହା ଫଳରେ ଏନ୍‌ଜାଇଟି ଓ ଡିପ୍ରେସନ୍‌ ବଢିଥାଏ।

2/5

ଗ୍ଲୁଟେନ ରିଚ୍‌ ଫୁଡ଼(Gluten rich foods)- ବୈଜ୍ଞାନିକଙ୍କ କହିବା ଅନୁସାରେ ଗ୍ଲୁଟେନ ରିଚ୍‌ ଫୁଡ଼ ଗୁଡି଼କ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏନ୍‌ଜାଇଟି ଓ ଡିପ୍ରେସନର ଶିକାର ବ୍ୟକ୍ତି ବିଶେଷଙ୍କୁ ଏହି ପରି ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ।

3/5

ମାତ୍ରାଧିକ ଫ୍ୟାଟ ଥିବା ଖାଦ୍ୟ(Fat food)- ମାତ୍ରାଧିକ ଫ୍ୟାଟ ଥିବା ଖାଦ୍ୟ ଯଥା ଯଙ୍କ ଫୁଡ଼ ଖାଇଲେ ଧମନୀରେ ଫ୍ୟାଟ ଜମିଥାଏ। ଫଳରେ ମସ୍ତିଷ୍କକୁ ରକ୍ତ ପ୍ରବାହ କମି ଯାଇଥାଏ। ଏହା ଫଳରେ ମଣିଷ ଡିପ୍ରେସନର ଶିକାର ହୋଇଥାଏ।

4/5

ପ୍ରକ୍ରିୟାକୃତ ଖାଦ୍ୟ (Processed food)- ଆମେ ଖାଉଥିବା ଖାଦ୍ୟକୁ ଅଧିକ ଦିନ ପର୍ଯ୍ୟନ୍ତ ଖାଇବା ଉପଯୋଗୀ ରଖିବା ପାଇଁ ପ୍ରକ୍ରିୟାକୃତ କରାଯାଇଥାଏ। ଏହି ପ୍ରକାର ଖାଦ୍ୟରେ ମାତ୍ରାଧିକ ପରିମାଣରେ ଚିନି, ଲୁଣ ଓ ଫ୍ୟାଟ ରହିଥାଏ ଯାହାକି ଡିପ୍ରେସନକୁ ନିମନ୍ତ୍ରଣ କରିଥାଏ।

5/5

ମଦ୍ୟପାନ(alcohol)- ମଦ ଯୋଗୁଁ ଆମ ଶରୀରରେ ରକ୍ତ ଓ ସୁଗାର ଲେବଲର ସନ୍ତୁଳନ ବିଗିଡି଼ ଯାଏ। ଏହା ଦ୍ୱାରା ମନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡି଼ଥାଏ।