Advertisement
Photo Details/zeeodisha/odisha1682728
photoDetails0hindi

Jyeshtha Month 2023: ଆଜିଠାରୁ ଆରମ୍ଭ ହେଉଛି ଜ୍ୟେଷ୍ଠ ମାସ; ଏହିସବୁ କାମ କଲେ ମାଡ଼ି ବସିଥାଏ ଦାରିଦ୍ରତା!

Jyeshtha Month 2023: ଜ୍ୟେଷ୍ଠ ମାସରେ ଏପରି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ବାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରି ପରିସ୍ଥିତିରେ ଏହି ମାସରେ ଏହିସବୁ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ ।

1/5

ହିନ୍ଦୁ ଧର୍ମ ଅନୁଯାୟୀ ବର୍ଷର ତୃତୀୟ ମାସକୁ ଜ୍ୟେଷ୍ଠ ମାସ କୁହାଯାଏ । ମଇ ୬ ମାସ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି ଜ୍ୟେଷ୍ଠ ମାସ । ଏହି ମାସରେ ଉତ୍ତାପ ବଢିଥାଏ । ପୂଜା ଓ ଧାର୍ମିକ କାର୍ଯ୍ୟକଳାପ ପାଇଁ ଏହି ମାସକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ମାସରେ ଏପରି ଅନେକ କାମ ଅଛି ଯାହା କରିବା ଠାରୁ ଦୂରେଇ ରହିବା ଉଚିତ୍ ।

2/5

ଏହି ସମୟରେ ଏପରି କିଛି କାମ କରିବା ବ୍ୟକ୍ତିକୁ ଅନେକ ସମସ୍ୟା ସହ ଦ୍ରାରିଦ୍ରତାର ମଧ୍ଯ ସାମ୍ନା କରିବାକୁ ପଡ଼ିଥାଏ। ତେବେ ଚାଲନ୍ତୁ ଆଲୋଚନା କରିବା ଜ୍ୟେଷ୍ଠ ମାସରେ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।

3/5

ଜ୍ୟେଷ୍ଠ ମାସରେ ଉତ୍ତାପ ବୃଦ୍ଧି ହେତୁ ନଦୀ ଓ ପୋଖରୀରରେ ଜଳ ଶୁଖିବା ସହ କମିବାକୁ ଲାଗେ । ଖରାଦିନେ ବହୁ ଲୋକଙ୍କୁ ଜଳକଷ୍ଟ ମଧ୍ଯ ଭୋଗିବାକୁ ପଡ଼ିଥାଏ । ଏହି ସମୟରେ ଭୁଲରେ ମଧ୍ୟ ଜଳ ନଷ୍ଟ ହେବା ଉଚିତ୍ ନୁହେଁ । ଏହାକୁ ପାପ ବୋଲି ବିବେଚନା କରାଯାଏ । ଜଳର ଅପଚୟ ଯୋଗୁଁ ଅର୍ଥହାନୀ ହୋଇଥାଏ ।

4/5

ଜ୍ୟେଷ୍ଠ ମାସରେ ମଙ୍ଗଳବାରର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ କାହାକୁ ମଧ୍ଯ ଟଙ୍କା ଉଧାର ଦିଅନ୍ତୁ ନାହିଁ । କାରଣ ଏହି ଦିନ ଉଧାର ଦିଆଯାଇଥିବା ଟଙ୍କା ଫେରସ୍ତ ହେବାର ସମ୍ଭାବନା କମ୍ ଥାଏ ।

5/5

ଜ୍ୟେଷ୍ଠ ମାସରେ ବାଇଗଣ, ରସୁଣ ଭଳି ଗରମ ପରିବା ଖାଇବା ଉଚିତ୍ ନୁହେଁ । ଏହିସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ବାରା ଦୋଷ ଲାଗିବା ସହ ଏହା ସ୍ୱାସ୍ଥ୍ୟପ୍ରତି ହିତକର ହୋଇନଥାଏ ।