Advertisement
photoDetails0hindi

Israel Cow: ସର୍ବାଧିକ କ୍ଷୀର ଦିଅନ୍ତି ଇସ୍ରାଏଲ୍ ଗାଈ, କ୍ଷୀର ବାହାର କରନ୍ତି ରୋବଟ୍

ଇସ୍ରାଏଲ ଗାଈଙ୍କଠାରୁ ସର୍ବାଧିକ କ୍ଷୀର ଉତ୍ପାଦନ ହୋଇଥାଏ । ଗୋଟିଏ ଇସ୍ରାଏଲ୍ ଗାଈ ବର୍ଷକରେ ପ୍ରାୟ ୧୨,୦୦୦ ଲିଟରରୁ ଅଧିକ କ୍ଷୀର ଦେଇଥାଏ । ଇସ୍ରାଏଲ- ହୋଲଷ୍ଟାଇନ ପ୍ରଜାତିର ଗାଈକୁ ସେଠାରେ ବିଶେଷ ଯତ୍ନ ନିଆଯାଇଥାଏ । ଅନେକ ବ୍ୟକ୍ତି ସେଠାରେ ଗୋପାଳନ କରି ଜୀବିକା ନିର୍ବାହ କରିଥାନ୍ତି   

1/5

ଇସ୍ରାଏଲ ହେଉଛି ବିଶ୍ୱର ଏକ ଏପରି ଦେଶ ଯେଉଁଠାରେ ଗାଈମାନଙ୍କ ସର୍ବୋତ୍ତମ ଯତ୍ନ ନିଆଯାଇଥାଏ । ଏହି ଦେଶର ଦୁଗ୍ଧ ଚାଷ ମଧ୍ୟ ସର୍ବୋତ୍ତମ ବୋଲି କୁହାଯାଉଛି । ଯଦି ଆମେ ଦୁଗ୍ଧ ଉତ୍ପାଦନ ଦୈନିକ ଶତକଡ଼ା ଦେଖିବା ତେବେ ଭାରତୀୟ ଗାଈ ୭.୧ଲିଟର, ବ୍ରିଟିଶ ଗାଈ ୨୫.୬ ଆମେରିକୀୟ ଗାଈ ୩୨.୮, ଇସ୍ରାଏଲ୍ ଗାଈ ୩୮.୭ ଲିଟର କ୍ଷୀର ପ୍ରଦାନ କରିଥାନ୍ତି । ଇସ୍ରାଏଲ ଦୁଗ୍ଧ ଉତ୍ପାଦନ ପାଇଁ ବିଶ୍ୱରେ ଖୁବ ପରିଚିତ । ଇସ୍ରାଏଲରେ ଥିବା ହର୍ଜଲିୟା ସହରକୁ ଇସ୍ରାଏଲର ଦୁଗ୍ଧ ରାଜଧାନୀ କୁହାଯାଏ ।

2/5

ଇସ୍ରାଏଲରେ ପ୍ରାୟ ୧ ହଜାର ଦୁଗ୍ଧ ଫାର୍ମ ରହିଛି । ଏହି ଫାର୍ମ ଗୁଡିକ ଦୁଗ୍ଧ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଘରୋଇ ଚାହିଦାର ୮୦% ପୂରଣ ପାଇଁ ପର୍ଯ୍ୟାପ୍ତ ଦୁଗ୍ଧ ଉତ୍ପାଦନ କରନ୍ତି । ୨୦୧୬ ମସିହାରେ ଇସ୍ରାଏଲ୍ ଦୁଗ୍ଧ ଫାର୍ମ ଗୁଡିକରେ ପ୍ରାୟ ୧,୪୫୦ ନିୟୁତ ଲିଟର କ୍ଷୀର ଉତ୍ପାଦନ ହୋଇଥିଲା ଯାହାର ମୂଲ୍ୟ ପ୍ରାୟ  ୨.୫ ବିଲିୟନ ଡ଼ଲାର୍ ।

3/5

ଦୁଗ୍ଧ ଉତ୍ପାଦନ ପାଇଁ ଇସ୍ରାଏଲରେ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି । ଇସ୍ରାଏଲର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଗୋପାଳନ ସମ୍ପର୍କରେ ଡିଗ୍ରୀ ପାଠ୍ୟକ୍ରମ ରହିଛି । ଇସ୍ରାଏଲରେ ଗାଈ କ୍ଷୀରରୁ ୧ ହଜାରରୁ ଅଧିକ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦନ କରାଯାଇଥାଏ । କ୍ଷୀର, ଛେନା, ମିଠା, ପନିର, ସମେତ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ ।

4/5

ମିଳିଥିବା ସୂଚନା ମୁତାବକ ଇସ୍ରାଏଲରେ ଥିବା ପ୍ରଥମ ଆଧୁନିକ ଦୁଗ୍ଧ ଫାର୍ମ, 'ମିକଭେ ଇସ୍ରାଏଲ୍ କୃଷି ବିଦ୍ୟାଳୟ' ୧୮୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ସେଠାରେ ଥିବା ହୋଲଷ୍ଟାଇନ୍ ପ୍ରଜାତିର ଗାଈ ସର୍ବୋତ୍ତମ ବୋଲି ସମଗ୍ର ଦେଶରେ ଚର୍ଚ୍ଚା ହୋଇଥାଏ । ଇସ୍ରାଏଲର ଜେନେଟିକ୍ ଉନ୍ନତି ପ୍ରଣାଳୀ ଅଧୀନରେ ଏହି ପ୍ରଜାତିକୁ ବିକଶିତ କରାଯାଇଥିଲା । କୃଷକମାନଙ୍କ କହିବାନୁଯାୟୀ ସେଠାରେ ଗାଈମାନଙ୍କର ଖାଦ୍ୟ ସମେତ ସମସ୍ତ ଜିନିଷର ଉପଯୁକ୍ତ ଯତ୍ନ ନିଆଯାଇଥାଏ ।

5/5

ଖରାଦିନରେ ଇସ୍ରାଏଲର ଗୋପାଳକମାନେ ଗାଈ ମାନଙ୍କର ବିଶେଷ ଯତ୍ନ ନେଇଥାନ୍ତି । ଗାଈମାନଙ୍କ ବାସ ସ୍ଥାନ କିପରି ଥଣ୍ଡା ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଏଥିସହିତ ସେଠାରେ ଥିବା ଫାର୍ମ ଗୁଡିକରେ ଅନେକ ଉନ୍ନତଧରଣର ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ । ଇସ୍ରାଏଲକୁ ଭାରତ ସମେତ ଅନେକ ଦେଶରୁ ଅନେକ ଟିମ୍ ଗୋପାଳନ ସମ୍ପର୍କରେ ଟ୍ରେନିଂ ପାଇଁ ଯାଇଥାନ୍ତି ।