Advertisement
photoDetails0hindi

Politics Politics: ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ନିର୍ବାଚନ ହାରିଛନ୍ତି ଏହି ନେତା; ଦେଖନ୍ତୁ ତାଲିକା

CM who defeated in election despite being in post: ସଦ୍ୟ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇସାରିଛି। ହେଲେ ଏହି ନିର୍ବାଚନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଉଭୟେ ନିଦ ପଦରେ ଥାଇ ମଧ୍ୟ ୨୦୨୩ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି।

1/7

୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ​​କେସିଆର ରାଜ୍ୟର ଗଜୱେଲ ଏବଂ କମ୍ମାରେଡ୍ଡୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଗଜୱେଲ ଆସନରେ ବିଜେପି ନେତା ଇଟାଲା ରାଜେନ୍ଦ୍ରଙ୍କୁ ପରାସ୍ତ କରିଥିବାବେଳେ କାମାରେଡ୍ଡୀ ଆସନରେ ବିଜେପି ପ୍ରାର୍ଥୀ ରମଣ ରେଡ୍ଡୀଙ୍କ ଠାରୁ ପରାସ୍ତ ହୋଇଛନ୍ତି ବିଆରଏସ ମୁଖ୍ୟ କେସିଆର। 

 

2/7

୨୦୨୩ ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନ୍ୟାସନାସ ଫ୍ରଣ୍ଟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ରାଜ୍ୟର ଆଇଜଲ୍ ପୂର୍ବ-୧ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ କରିଛନ୍ତି। ତାଙ୍କୁ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପ୍ରାର୍ଥୀ ଲାଲଥାନସାଙ୍ଗା ପରାସ୍ତ କରିଛନ୍ତି। 

 

3/7

ଏହି ତାଲିକାରେ ସାମିଲ ଅଛନ୍ତି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ତାଙ୍କୁ ନନ୍ଦିଗ୍ରାମ ଆସନରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ୧୯୫୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।

4/7

୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟର ଖାଟିମା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ଖାଟିମା ଆସନରେ ବିଜେପି ନେତା ପୁଷ୍କର ସିଂହ ଧାମୀଙ୍କୁ କଂଗ୍ରେସ ପ୍ରାର୍ଥୀ  ଭୁବନ ଚନ୍ଦ୍ର କାପଡ଼ି ପରାସ୍ତ କରିଥିଲେ।

5/7

୨୦୧୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୁରୁଖା କଂଗ୍ରେସ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାଜ୍ୟର ହରିଦ୍ୱାର ଗ୍ରାମୀଣ ଏବଂ କିଚ୍ଛା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସବୁଠାରୁ ବଡ କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ପଦରେ ଥାଇ କଂଗ୍ରେସ ନେତା ହରିଶ ରାୱତ ଉଭୟ ଆସନରେ ପରାସ୍ତ ହୋଇଥିଲେ। 

6/7

୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜର ପାରମ୍ପରିକ ଜାମସେଦପୁର ପୂର୍ବ ଆସନରୁ ପରାସ୍ତ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି ବିଜେପି ନେତା ରଘୁବର ଦାସ ଦଳର ବିଦ୍ରୋହୀ ପ୍ରାର୍ଥୀ ସରୟୁ ରାୟ ତାଙ୍କୁ ୧୫ ହଜାର ବ୍ୟବଧାନରେ ପରାସ୍ତ କରିଥିଲେ। 

7/7

ଏହା ବ୍ୟତୀତ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପରାସେକର, ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭୁବନ ଚନ୍ଦ୍ର ଖଣ୍ଡୁରୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ, ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶାନ୍ତ କୁମାର, ପୂର୍ବତନ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଥାନହୌଲା, ପୂ୍ର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କୈଳାଶ ନାଥ କାଟଜୁ ଏବଂ ଚନ୍ଦ୍ରଭାନୁ ଗୁପ୍ତା ମଧ୍ୟ ନିଜ ପଦରେ ଥାଇ ମଧ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଛି। ସେହିପରି ଏପରି କିଛି ମୁଖ୍ୟମନ୍ତ୍ରୀ ଅଛନ୍ତି ସେଠାରେ ଯିଏ ଦୁଇଟି ଆସନରେ ନିର୍ବାଚନ ଲଢି  ଗୋଟିଏ ଆସନ ପରାସ୍ତ ହୋଇଛନ୍ତି।  ସେମାନେ ହେଉଛନ୍ତି ହେମନ୍ତ ସୋରେନ, ବୀରଭଦ୍ର ସିଂହ, ସିଦ୍ଧରମୈୟା ଏବଂ କେସିଆର।