Advertisement
Photo Details/zeeodisha/odisha1998907
photoDetails0hindi

Gambhir Sreesanth Fight: କୋହଲିଙ୍କ ପରେ ଗ୍ରାଉଣ୍ଡରେ ଶ୍ରୀସନ୍ଥଙ୍କ ସହ ଗମ୍ଭୀରଙ୍କ ଫାଇଟ୍

Gambhir Sreesanth Fight: ଗୌତମ ଗମ୍ଭୀର ପ୍ରାୟତଃ ସମୟରେ ପଡ଼ିଆରେ ଖେଳାଳିଙ୍କ ସହ ଲଢେଇ କରୁଥିବା ଦେଖାଯାଏ, ସେ ମ୍ୟାଚ୍ ଖେଳୁଥାନ୍ତୁ ବା କ୍ରୀଡ଼ା କର୍ମଚାରୀଙ୍କ ଅଂଶ ଅଟନ୍ତୁ । ଆଇପିଏଲ୍ ୨୦୨୩ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ମେଣ୍ଟର ଭୂମିକାରେ RCB ର ବିରାଟ କୋହଲିଙ୍କ ସହ ଗମ୍ଭୀର ଏକ ଅନ-ଫିଲ୍ଡ ସଂଘର୍ଷ କରିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଖେଳାଯାଉଥିବା ଲିଜେଣ୍ଡସ ଲିଗ୍ ମ୍ୟାଚରେ ଗୌତମ ଗମ୍ଭୀର ପୁଣିଥରେ ପୂର୍ବତନ ଭାରତୀୟ ଖେଳାଳି ଶ୍ରୀସନ୍ଥଙ୍କ ସହ ମଧ୍ୟ ଫିଲ୍ଡରେ ଝଗଡ଼ା କରୁଥିବାର ଭିଡିଓ ଭାଇରାଲ ହୋଇଛି।  

 

1/5

ଗୌତମ ଗମ୍ଭୀର ଓ ଶ୍ରୀସନ୍ଥ ଫିଲ୍ଡରେ ଝଗଡ଼ା କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସର କମାଣ ସମ୍ଭାଳିଛନ୍ତି। ସେହିପରି ଏସ ଶ୍ରୀସନ୍ଥ ଗୁଜରାଟ ଜାଏଣ୍ଟସର ର ଅଂଶ ଅଟନ୍ତି।  

 

2/5

ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପଡ଼ିଆରେ ଶ୍ରୀସନ୍ଥ ଓ ଗୌତମ ଗମ୍ଭୀର କଥା ହେଉ ହେଉ ମୁହାଁମୁହିଁ ହେଇଯାଉଛନ୍ତି । ଝଗଡ଼ା ବଡ଼ ଧରଣର ହେବା ଆଗରୁ ଅମ୍ପାୟାର ଆସି ସେମାନଙ୍କୁ ଅଲଗା କରୁଛନ୍ତି। 

 

3/5

ଅମ୍ପାୟାରମାନେ ହସ୍ତକ୍ଷେପ କରିବା ପରେ ମଧ୍ୟ ଉଭୟ ପରସ୍ପରକୁ କିଛି କହିଥିବାର ନଜର ଆସିଛନ୍ତି। ତା’ପରେ ଶ୍ରୀସନ୍ଥଙ୍କ ଦଳର ଖେଳାଳିମାନେ ତାଙ୍କୁ ଗମ୍ଭୀରଙ୍କଠାରୁ ଅଲଗା କରି ନେଇଯାଆନ୍ତି। ଯାହା ପରେ ଉଭୟ ଖେଳାଳି ପରସ୍ପରଠାରୁ ଦୂରେଇ ଗଲେ ବି ଗୁଣୁଗୁଣୁ ହୋଇ କିଛି କହୁଥିବାର ନଜର ଆସିଛନ୍ତି। 

 

4/5

ପରେ ଶ୍ରୀସନ୍ଥ ଏକ ଭିଡିଓ ସେୟାର କରି ସୋସିଆଲ ମିଡିଆରେ କରିଛନ୍ତି। ସେ ଗମ୍ଭୀରଙ୍କ ଉପରେ ବର୍ଷିବା ସହ ତାଙ୍କ କଥାକୁ ନାପସନ୍ଦ କରିଛନ୍ତି।

 

5/5

ଶ୍ରୀସନ୍ଥଙ୍କ କହିବା କଥା ଗମ୍ଭୀର ତାଙ୍କୁ ଫିଲ୍ଡରେ ବାରମ୍ବାର ଫିକ୍ସର ଫିକ୍ସର ବୋଲି କହିଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀସନ୍ଥ କହିଛନ୍ତି।