Advertisement
photoDetails0hindi

IND VS AUS: ଅଶ୍ୱିନ କିମ୍ବା ଜାଡେଜା ନୁହଁନ୍ତି, ବୋର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଛନ୍ତି ଏହି ଭାରତୀୟ ଖେଳାଳି

India Vs Australia: ବୋର୍ଡର ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ରେସରେ ନାଥନ୍ ଲିଅନ୍ (Nathan Lyon) ଆର ଅଶ୍ୱିନଙ୍କଠାରୁ (Ravichandran Ashwin) ଆଗରେ ରହିଛନ୍ତି । ସବୁଠୁ ବଡ କଥା ହେଉଛି ଉଭୟ ରେଙ୍କିଙ୍ଗ ଶ୍ରେଷ୍ଠ-୫ ରେ ରହିଛନ୍ତି ।

1/5

Border Gavaskar Trophy: ଆପଣ ଜାଣନ୍ତି କି ଭାରତ ଓ ଅଷ୍ଟ୍ରେଲିଆ (India Vs Australia) ମଧ୍ୟରେ ଖେଳାଯାଉଥିବା ବୋର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତି କିଏ? ଆପଣ ଜାଣି ଖୁସି ହେବେ ଜଣେ ଭାରତୀୟ ଖେଳାଳିଙ୍କ ନାମରେ ଏହି ରେକର୍ଡ ରହିଛି । ତେବେ ସେହି ଭାରତୀୟ ବୋଲର ଅଶ୍ୱିନ କିମ୍ବା ଜାଡେଜା ନୁହଁନ୍ତି ।

2/5

ଏହି ଭାରତୀୟ ବୋଲର କିଏ ଜାଣିବା ପୂର୍ବରୁ, ଆସନ୍ତୁ ଆପଣଙ୍କୁ ଅଶ୍ୱିନ୍ ଓ ନାଥାନ୍ ଲିଅନଙ୍କ ମଧ୍ୟରେ ଲଢେଇ ବିଷୟରେ କହୁଛୁ । ଏହି ଲଢେଇ ୱିକେଟ୍ ନେବାକୁ ନେଇ ଚାଲିଛି । ବୋର୍ଡର ଗାଭାସ୍କର ଟ୍ରଫିରେ ୱିକେଟ୍ ଅଧିକ ନେଇଥିବା ରେସରେ ନାଥନ୍ ଲିଅନ୍ ଅଶ୍ୱିନଙ୍କଠାରୁ ଆଗରେ ଅଛନ୍ତି । ସବୁଠୁ ବଡ କଥା ହେଉଛି ଉଭୟ ବିଶ୍ୱର ଶ୍ରେଷ୍ଠ-୫ ବୋଲର ମଧ୍ୟରେ ସାମିଲ ଅଛନ୍ତି ।

3/5

ଅଷ୍ଟ୍ରେଲିଆର ନାଥାନ୍ ଲିଅନ୍ ୨୨ଟି ଟେଷ୍ଟରେ ୯୪ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଅଶ୍ୱିନ ୧୮ଟି ଟେଷ୍ଟରେ ୮୯ ୱିକେଟ୍ ନେଇ ଚତୁର୍ଥ ସ୍ଥାନରେ ଅଛନ୍ତି । ଏଥିସହିତ ରବିନ୍ଦ୍ର ଜାଡେଜା ମଧ୍ୟ ୫ ନମ୍ବରରେ ବସିଛନ୍ତି । ସେ ୧୨ ଟି ଟେଷ୍ଟରେ ୬୩ ୱିକେଟ୍ ନେଇଛନ୍ତି ।

4/5

ବୋର୍ଡର ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳିଙ୍କ ନାମ ହେଉଛି ଅନିଲ କୁମ୍ବଲେ (Anil Kumble), ଯିଏ ମାତ୍ର ୨୦ଟି ଟେଷ୍ଟ ମ୍ୟାଚ ଖେଳି ୧୧୧ ଟି ୱିକେଟ୍ ନେଇଛନ୍ତି ।

5/5

ୱିକେଟ୍ ନେବାରେ ଅନିଲ କୁମ୍ବଲେଙ୍କ ସ୍ଥାନ ଶୀର୍ଷରେ ଥିବାବେଳେ, ହରଭଜନ ସିଂ ଏହି ରେସରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଭଜି ୧୮ଟି ଟେଷ୍ଟ ଖେଳି ୯୫ ୱିକେଟ୍ ନେଇଛନ୍ତି । ତେବେ ଅଶ୍ୱିନ୍ ଓ ଲିଅନ୍ ଯେଉଁ ଫର୍ମରେ ଅଛନ୍ତି, ସେ ଏଥର ଭଜିଙ୍କୁ ପଛରେ ପକାଇଦେବା ନିଶ୍ଚିତ । ଏହା ସହ କୁମ୍ବଲେଙ୍କ ରେକର୍ଡ ମଧ୍ୟ ବିପଦରେ ପଡିପାରେ ।