Advertisement
photoDetails0hindi

Sidharth Kiara Wedding Pics: ସାମ୍ନାକୁ ଆସିଲା ବିବାହ ସମୟର ପ୍ରେମଭରା ଫଟୋ, ଫ୍ୟାନ୍ସଙ୍କ ହାର୍ଟ ବର୍ଷା

Sidharth-Kiara Wedding Pics: ତିନି ବର୍ଷର ଡେଟିଂ,ରୋମାନ୍ସ, ବୁଲାବୁଲି ଓ ପ୍ରେମର ମୁହୂର୍ତ୍ତ ବିତେଇବା ପରେ ବି-ଟାଉନର ସବୁଠାରୁ ପ୍ରିୟ ତଥା ଷ୍ଟାର୍ କପଲ୍ ବା 'ଶେର୍ ଶାହା' ଦମ୍ପତି ସବୁଦିନ ପାଇଁ ଏକ ହୋଇଛନ୍ତି । ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍‌ କପଲଙ୍କ ବିବାହର ଏକ ଅଂଶ ଗ୍ରହଣ କରିଥିଲେ। ମଙ୍ଗଳବାର ଏହି ଷ୍ଟାର କପଲଙ୍କ ବିବାହ ହୋଇଛି।

1/5

ସିଦ୍ଧାର୍ଥ ସୁନେଲୀ ରଙ୍ଗର ସେର୍‌ୱାନୀ ପିନ୍ଧି ବେଦୀରେ ବସିଥିଲେ। ମନୀଷ ଦୁହିଁଙ୍କ ପାଇଁ ୧୫୦ ପ୍ରକାର ଆଉଟ୍‌ଫିଟ୍ ଡିଜାଇନ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ବାହାଘର ପୂରା ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି। କହିବାକୁ ଗଲେ, ଦୁହେଁ ବିବାହ ଉତ୍ସବକୁ ନିଆରା କରିବା ପାଇଁ ବିବାହ ମଣ୍ଡପଠୁ ଆରମ୍ଭ କରି ଖାଦ୍ୟପାନୀୟ,ସାଜସଜ୍ଜା ତଥା ଅତିଥିଙ୍କ ଲାଗି ସେମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ସୁଦ୍ଧା ଉତ୍ସବ ପାଇଁ ସିଦ୍ଧାର୍ଥ ଓ କିଆରା ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 

 

2/5

ବିବାହ ମଣ୍ଡପ ଚତୁଃପାର୍ଶ୍ବକୁ ଖୁବ୍ ସୁନ୍ଦର ଭାବେ ସଜ୍ଜା ଯାଇଥିଲା। ତେବେ ବିବାହ ପାଇଁ ଗୋଲାପି ଥିମ୍‌ ରଖାଯାଇଥିଲା। ଏହା ସହ ଅତିଥିମାନଙ୍କୁ ମଧ୍ୟ ରାଜକୀୟ ଶୈଳୀରେ ଆତିଥେୟ ପ୍ରଦାନ କରାଯାଇଛି।

3/5

ବିବାହ ପୂର୍ବରୁ ମେହେନ୍ଦି ତଥା ହଳଦୀ ଆଦି କାର୍ଯ୍ୟକ୍ରମ ପୂରା ପଞ୍ଜାବୀ ରୀତିନୀତିରେ ଶେଷ ହୋଇଥିଲା। ମହଲର ସାଜସଜ୍ଜା ବ୍ୟତୀତ ଅତିଥିଙ୍କ ଲାଗି ହୋଇଥିବା ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ଥିଲା ଏହି ବାହାଘରର ଅନ୍ୟତମ ଚର୍ଚ୍ଚାର ପ୍ରସଙ୍ଗ। ବାହାଘରରେ ଅତିଥିଙ୍କ ପାଇଁ ୧୦ ଦେଶରୁ ୧୦୦ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଥିଲା। 

 

4/5

ଇଟାଲିୟନ, ଚାଇନିଜ୍, ଆମେରିକାନ୍‌ ସାଉଥ୍ ଇଣ୍ଡିଆନ୍‌, ମେକ୍ସିକାନ, ରାଜସ୍ଥାନୀ, ଗୁଜରାଟୀ, ପଞ୍ଜାବୀ ଆଦି ରାନ୍ଧଣା ଅତିଥିଙ୍କୁ ପରଷା ଯାଇଥିଲା। ସେହିପରି ମିଠାରେ ଜୈସଲମେରର ପ୍ରସିଦ୍ଧ ଘୋଟୱାନ ଲଡ଼ୁ ରଖାଯାଇଥିଲା। 

 

5/5

ଅନ୍ୟପଟେ ବାହାଘରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଥିଲା। ମଣ୍ଡପର ଚାରିଆଡ଼େ କ୍ୟାମେରା ଖଞ୍ଜାଯାଇଥିବା ବେଳେ ଅତିଥିଙ୍କୁ ଫୋନ୍ ବ୍ୟବହାର ମଧ୍ୟ ମନା କରାଯାଇଥିଲା। ସେହିପରି ବିବାହ ପରେ ସେହି ସୂର୍ଯ୍ୟଗଡ଼ ପ୍ୟାଲସ୍‌ରେ ହିଁ ରାତିରେ ରିସେପସନ୍‌ ପାର୍ଟି ଆୟୋଜନ କରାଯାଇଥିଲା।