Advertisement
photoDetails0hindi

ଟିମ୍ ଇଣ୍ଡିଆର ପରାଜୟ ପାଇଁ ଦାୟୀ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲେ ଫ୍ଲପ୍

IND vs SA 3rd T20 Match: ତୃତୀୟ ଟି-20 ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ କେବଳ ୧୭୮ ରନ କରିବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ପରାଜୟ ପାଇଁ ଦଳର ୫ ଖେଳାଳି ଦାୟୀ ବୋଲି କହିଲେ ଅତୁକ୍ତ ହେବ ନାହିଁ ।

1/6

ନୂଆଦିଲ୍ଲୀ: IND vs SA 3rd T20: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (India vs South Africa T20 Series) ଖେଳାଯାଇଛି । ଟିମ୍ ଇଣ୍ଡିଆ (Team India) ଏହି ସିରିଜକୁ ୨-୧ରେ ଜିତି ନେଇଛି । କିନ୍ତୁ ସିରିଜର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ କେବଳ ୧୭୮ ରନ କରିବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ପରାଜୟ ପାଇଁ ଦଳର ୫ ଖେଳାଳି ଦାୟୀ ବୋଲି କହିଲେ ଅତୁକ୍ତ ହେବ ନାହିଁ ।

ହର୍ଷଲ ପଟେଲ

2/6
ହର୍ଷଲ ପଟେଲ

ଦ୍ରୁତ ବୋଲର ହର୍ଷଲ ପଟେଲ (Harshal Pate1) ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ଏକ ଦୁର୍ବଳ ସ୍ଥାନ ବୋଲି ପ୍ରମାଣିତ ହୋଇଛନ୍ତି । ଏହି ମ୍ୟାଚରେ ହର୍ଷଲ ପଟେଲ ୪ ଓଭର ବୋଲିଂ କରି ୧୨.୨୫ର ଇକୋନମୀରେ ୪୯ ରନ୍ ଖର୍ଚ୍ଚ କରିଥିଲେ । ହର୍ଷଲ ପଟେଲଙ୍କ ଏହି ଖରାପ ପ୍ରଦର୍ଶନ ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଭାରି ପଡ଼ିପାରେ ।

ମହମ୍ମଦ ସିରାଜ

3/6
ମହମ୍ମଦ ସିରାଜ

ଏହି ସିରିଜରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସିରାଜ (Mohammed Siraj) ମଧ୍ୟ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛନ୍ତି । ଏହି ମ୍ୟାଚରେ ମହମ୍ମଦ ସିରାଜ ୪ ଓଭର ବୋଲିଂ ୧୧ ଇକୋନମୀରେ ରନ୍ ଖର୍ଚ୍ଚ କରିଥିଲେ । ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ ।

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ୩୨ ମୃତ, ୨୦ ଆହତ

ଅଧିକ ପଢ଼ନ୍ତୁ:-ଏହି କାରଣରୁ ପୁରୁଷ ଓ ମହିଳାମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, ଆଜି ହିଁ ଛାଡ଼ନ୍ତୁ ଏହି ଅଭ୍ୟାସ

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ରୋହିତ ଶର୍ମା

4/6
ରୋହିତ ଶର୍ମା

ଏକ ବଡ଼ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭର ଆବଶ୍ୟକତା ଥିଲା । କିନ୍ତୁ ଅଧିନାୟକ ରୋହିତ ଶର୍ମା (Rohit Sharma) ଏହା କରିବାରେ ବିଫଳ ହୋଇଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ଖାତା ଖୋଲି ନପାରି ନିଜ ୱିକେଟ୍ ହରାଇଥିଲେ ।

ଶ୍ରେୟସ୍ ଆୟ୍ୟର

5/6
ଶ୍ରେୟସ୍ ଆୟ୍ୟର

ବିରାଟ କୋହଲିଙ୍କ ବଦଳରେ ଶ୍ରେୟସ୍ ଆୟ୍ୟର (Shreyas Iyer) ଙ୍କୁ ଏହି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ସେ ଏହି ସୁଯୋଗର ଫାଇଦା ଉଠାଇ ପାରିନଥିଲେ । ସେ ୧ ରନ କରି ୱିକେଟ୍ ହରାଇଥିଲେ ।

ରବିଚନ୍ଦ୍ରନ୍ ଅଶ୍ୱିନ୍

6/6
ରବିଚନ୍ଦ୍ରନ୍ ଅଶ୍ୱିନ୍

ରବିଚନ୍ଦ୍ରନ୍ ଅଶ୍ୱିନ୍ (Ravichandran Ashwin) ମଧ୍ୟ ଉଭୟ ବଲ୍ ଓ ବ୍ୟାଟ୍ ସହିତ ଏହି ମ୍ୟାଚରେ ଫ୍ଲପ୍ ଥିଲେ । ପ୍ରଥମ ୪ ଓଭର ବୋଲିଂ କରି ରବିଚନ୍ଦ୍ରନ ଅଶ୍ୱିନ୍ ଗୋଟିଏ ବି ୱିକେଟ୍ ନ ପାଇ ୩୫ ରନ୍ ଖର୍ଚ୍ଚ କରିଥିଲେ । ସେପଟେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ବଲରେ ମାତ୍ର ୨ ରନ୍ କରିପାରିଥିଲେ ।