Advertisement
photoDetails0hindi

ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!

Benefits of Walnuts: ଅଖରୋଟରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କୋପର, ସେଲେନିୟମ୍, ଓମେଗା-3 ଫ୍ୟାଟି ଏସିଡ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହାକୁ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସର ରାଜା ମଧ୍ୟ କୁହାଯାଏ ।

1/5

ନୂଆଦିଲ୍ଲୀ: Benefits of Walnuts: ଯଦି ଆପଣ ଶାରୀରିକ ଦୁର୍ବଳତା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି, ତେବେ ଅଖରୋଟ (Walnuts) ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରେ । ଏହି ଖବରରେ ଆମେ ଆପଣଙ୍କୁ ଅଖରୋଟର ଉପକାର ବିଷୟରେ ଜଣାଇବୁ । ଆଜ୍ଞା ହଁ, ନିୟମିତ ଭାବେ ଅଖରୋଟ ଖାଇବା ଦ୍ୱାରା ମସ୍ତିଷ୍କ ସର୍ବଦା ସୁସ୍ଥ ରହିଥାଏ ଓ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ବହୁ ପରିମାଣରେ କମିଯାଏ । ଅଖରୋଟ ସ୍ମୃତି ଶକ୍ତିକୁ ମଜବୁତ କରେ ।

2/5

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ଅଖରୋଟ (Walnuts) କେବଳ ମସ୍ତିଷ୍କ ସ୍ୱାସ୍ଥ୍ୟ ଓ ସ୍ମୃତି ପାଇଁ ଲାଭଦାୟକ ନୁହେଁ, ବରଂ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଅଖରୋଟରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କୋପର, ସେଲେନିୟମ୍, ଓମେଗା-3 ଫ୍ୟାଟି ଏସିଡ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହାକୁ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସର ରାଜା ମଧ୍ୟ କୁହାଯାଏ ।

କିପରି ଖାଇବେ

3/5
କିପରି ଖାଇବେ

ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଅଖରୋଟ କଞ୍ଚା ଖାଇବା ପରିବର୍ତ୍ତେ ଏହାକୁ ଭିଜାଇ ଖାଆନ୍ତୁ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ୩ଟି ଅଖରୋଟକୁ ଭିଜାନ୍ତୁ ଓ ସକାଳେ ଉଠିବା ପରେ ଖାଲି ପେଟରେ ଖାଆନ୍ତୁ । ଭିଜା ଅଖରୋଟ ଅନେକ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।

 

ଅଖରୋଟର ୫ଟି ଲାଭ

4/5
ଅଖରୋଟର ୫ଟି ଲାଭ

୧. ଅଖରୋଟ ଶରୀରର ମେଟାବୋଲିଜିମ୍ ବଢାଇଥାଏ ଓ ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ କରିଥାଏ ।

୨. ଏଥିରେ ଫାଇବରରେ ଭରପୂର ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ।

୩. ଏଥିରେ ଥିବା ଆଲଫା-ଲିନୋଲେନିକ୍ ଏସିଡ୍ ହାଡ଼କୁ ମଜବୁତ କରିଥାଏ ।

୪. ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ଥାଏ, ଯାହା ଆପଣଙ୍କ ହୃଦୟ ପାଇଁ ଲାଭଦାୟକ ।

୫. ଏହାକୁ ଖାଇବା ଦ୍ୱାରା ସ୍ତନ କର୍କଟ, ପ୍ରୋଷ୍ଟେଟ କର୍କଟ ଏବଂ କଲୋରେକ୍ଟାଲ୍ କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା କମିଯାଏ ।

ଅଖରୋଟ ଯୌନ ଶକ୍ତି ବୃଦ୍ଧି କରେ

5/5
ଅଖରୋଟ ଯୌନ ଶକ୍ତି ବୃଦ୍ଧି କରେ

ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଅଖରୋଟ (Walnuts) ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଅଖରୋଟର ଏପରି ଗୁଣ ମହଜୁଦ ଅଛି, ଯାହା ଶୁକ୍ରାଣୁ ଗୁଣରେ ଉନ୍ନତି ଆଣେ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଶୁକ୍ରାଣୁର ଆୟୁ, ଶୁକ୍ରାଣୁ ସଂଖ୍ୟା, ଶୁକ୍ରାଣୁରେ ଗତିଶୀଳତାରେ ସୁଧାର, ଯାହା ଯୌନ ଶକ୍ତିର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯୌନ ଶକ୍ତି ବୃଦ୍ଧି ପାଇଁ ଅଖରୋଟର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟ ପାଇଁ ଦାୟୀ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲେ ଫ୍ଲପ୍

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ୩୨ ମୃତ, ୨୦ ଆହତ