Advertisement
Photo Details/zeeodisha/odisha1666075
photoDetails0hindi

Paneer Side Effects: ଅଧିକ ପନିର ଖାଇବା ଦ୍ବାରା ଶରୀରରେ ଦେଖାଦେଇଥାଏ ଏହିସବୁ ସମସ୍ୟା! ହୋଇଯାଆନ୍ତୁ ସାବଧାନ

Paneer Side Effects: ପନିର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଆମିଷ ଖାଉନଥିବା ଲୋକେ ପନିର ଖାଇଥା’ନ୍ତି । ଏଥିରେ ଭରପୂର ପରିମାଣର ପ୍ରୋଟିନ୍ କ୍ୟାଲସିୟମ୍, ଫସଫରସ୍, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମହଜୁଦ ରହିଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ। ତେବେ ଆପଣ ଖାଉଥିବା ଏହି ପନିର ସ୍ୱାସ୍ଥ୍ୟକୁ ଲାଭ ସହ କ୍ଷତି ମଧ୍ୟ ପହଞ୍ଚାଇଥାଏ । ତେବେ ଆସନ୍ତୁ ସେନେଇ ଆଲୋଚନା କରିବା ।

1/5

ପନିର ପ୍ରୋଟିନର ଏକ ଉତ୍ତମ ଉତ୍ସ ଅଟେ, କିନ୍ତୁ ଶରୀରରେ ଅଧିକ ପରିମାଣର ପ୍ରୋଟିନ୍ ଯୋଗୁଁ ଡାଇରିଆ ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକ ପରିମାଣର ପନିର ଖାଇବା ସ୍ୱାସ୍ଥ୍ୟପଯୋଗୀ ହୋଇନଥାଏ ।

2/5

ପନିରରେ ଫ୍ୟାଟ୍ ର ମାତ୍ରା ଅଧିକ ହୋଇଥାଏ । ଅଧିକ ପନିର ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଥାଏ । ଯାହା ହୃଦୟ ସମ୍ବନ୍ଧୀୟ ରୋଗର କାରକ ହୋଇଥାଏ ।

3/5

ଅଧିକ ମାତ୍ରାରେ ପନିର ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏହାଦ୍ବାରା ପେଟରେ ଯନ୍ତ୍ରଣା ମଧ୍ଯ ଅନୁଭବ ହୋଇଥାଏ । ପନିରରେ ଭରପୂର ମାତ୍ରାରେ ପ୍ରୋଟିନ୍ ଥିବାରୁ ହଜମ ଲାଗି ଅଧିକ ସମୟ ଲାଗିଥାଏ । ଯଦି ଆପଣ ବେଶୀ ପରିମାଣର ପନିର ଖାଉଛନ୍ତି, ତେବେ ପେଟ ଫୁଲିବା ବା ଏସିଡ଼ିଟି ପରି ସମସ୍ୟା ଭୋଗିପାରନ୍ତି ।

4/5

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ତେବେ ଅଧିକ ପରିମାଣର ପନିର ଖାଆନ୍ତୁ ନାହିଁ । ଏହାର ଆପଣଙ୍କ ସମସ୍ୟାକୁ ଅଧିକ ବଢାଇପାରେ ।

5/5

ଯଦି ପନିର ତିଆରି ଲାଗି ବ୍ୟବହୃତ କ୍ଷୀର ସଠିକ୍ ଭାବରେ ବିଶୁଦ୍ଧିକରଣ ହୋଇନଥାଏ ବା ଯଦି କଞ୍ଚା ପନିର ଖାଇଥାଆନ୍ତି ତେବେ ଏହାଦ୍ବାରା ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ବଢିଯାଏ ।

 

 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)