Advertisement
Photo Details/zeeodisha/odisha2003435
photoDetails0hindi

Egg Side Effects: ଅଣ୍ଡା ସହ ଆଦୌ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନଚେତ୍...

Egg Side Effects: ଅଣ୍ଡା ପ୍ରୋଟିନ୍ ରେ ଭରପୂର ଅଟେ । ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ଅନେକ ଲୋକେ ଅଣ୍ଡା ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ କିଛି ଲୋକ ଅଣ୍ଡା ସହିତ ଏପରି ଅନେକ ଖାଦ୍ୟ ଖାଇଥାଆନ୍ତି ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଅଣ୍ତା ସହ କେଉଁ ସବୁ ଜିନିଷ ଖାଇବାକୁ ବାରଣ କରାଯାଇଛି ।

1/5

ଚା’ ପିଇବା ସମୟରେ କେବେ ହେଲେ ଅଣ୍ଡା ଖାଆନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ୱାସ୍ଥ୍ୟ ବିଗିଡ଼ିଥାଏ । ଗ୍ୟାସ୍ ଓ ଏସିଡ଼ିଟି ପରି ସମସ୍ୟା ସୃଷ୍ଟି ହୋଇଥାଏ ।

2/5

ଅଣ୍ଡା ସହ ସୋୟା କ୍ଷୀର ପିଇବା ଆଦୌ ଉଚିତ୍ ନୁହେଁ । ଯଦି ଆପଣ ଏପରି କରୁଛନ୍ତି, ତାହାଲେ ପେଟ ଖରାପ ହେବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ ।

3/5

ମାଂସ ସହ ଅଣ୍ଡା ଖାଇବା ମଧ୍ଯ ଉଚିତ୍ ନୁହେଁ । ଉଭୟକୁ ଏକାଠି ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ । ଶରୀରରେ ଚର୍ବର ମାତ୍ରା ମଧ୍ଯ ବଢିଥାଏ ।

4/5

ଅଣ୍ଡା ସହ ଚିନି ଖାଆନ୍ତୁ ନାହିଁ । ଅଣ୍ତା ସହ ଚିନି ଖାଇବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ ଯାହାଦ୍ୱାରା ଶରୀରକୁ ଅନେକ କ୍ଷତି ହୋଇଥାଏ ।

5/5

ବହୁ ଲୋକେ ଅଣ୍ତା ଖାଇବା ପରେ ବା ପୂର୍ବରୁ କଦଳୀ ଖାଇଥାଆନ୍ତି । ମନେ ରଖନ୍ତୁ, କେବେ ବି ଅଣ୍ତା ଓ କଦଳୀକୁ ଏକାଠି ଖାଆନ୍ତୁ ନାହିଁ । ଉଭୟ ଖାଦ୍ୟ ହଜମ ହେବା ଲାଗି ବହୁ ସମୟ ନେଇଥାଏ । ଅଣ୍ତାରେ ଭରପୂର ମାତ୍ରାର ପ୍ରୋଟିନ୍ ଓ କଦଳୀରେ ପୋଟାସିୟମ୍ ରହିଥିବାରୁ ଏହାକୁ ଏକାଠି ଖାଇବା ଆଦୌ ଉଚିତ୍ ନୁହେଁ ।