Advertisement
Photo Details/zeeodisha/odisha1518062
photoDetails0hindi

HBD Irrfan Khan: ରାଜେଶ ଖାନ୍ନାଙ୍କ ଏସି ଠିକ୍ କରିବାକୁ ଯାଇ ଏମିତି ବଦଳିଥିଲା ଇରଫାନ୍ ଙ୍କ ଭାଗ୍ୟ

Irrfan Khan Birth Day: ଆଜି ବଲିଉଡ ଫିଲ୍ମର ଷ୍ଟାର ଇରଫାନ ଖାନଙ୍କ ଜନ୍ମଜୟନ୍ତୀ। ଆଜି ଯଦି ଏହି ଷ୍ଟାର ବଞ୍ଚିଥାନ୍ତେ ତେବେ ନିଜର ୫୫ ତମ ଜନ୍ମ ଦିନ ପାଳିଥାନ୍ତେ। ନିଜ ବାପାଙ୍କ ଜନ୍ମଦିନ ପୂର୍ବରୁ ତାଙ୍କ ପୁଅ ଏକ ସାକ୍ଷାତକାରରେ ନିଜ ବାପାଙ୍କ ମହାନତା ବିଷୟରେ କହିଛନ୍ତି। ଅତ୍ୟନ୍ତ ଭାବପ୍ରବଣ ହୋଇ ଇରଫାନଙ୍କ ପୁଅ ବାବିଲ୍ କହିଛନ୍ତି ଯେ, ତାଙ୍କର ଜଣେ ଭଲ ବନ୍ଧୁ ଚାଲିଗଲେ। 

1/6

ଇରଫାନ ଖାନ ୫୩ ବର୍ଷର କ୍ୟାରିୟର ମଧ୍ୟରେ ପାଖାପାଖି ୭୦ ଟି ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ହଲିଉଡ ଫିଲ୍ମବି ସାମିଲ ଅଛି। ତାଙ୍କ ଜୀବନର ଶେଷ ଫିଲ୍ମ ଥିଲା 'ଅଙ୍ଗ୍ରେଜୀ ମିଡିୟମ'। ଏହାବାଦ୍ ଅଭିନେତା ଛୋଟ ପରଦାରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ହେଲେ ଆପଣ ଜାଣନ୍ତି କି, ଇରଫାନ କେବେ ବି ଆକ୍ଟର ହେବାକୁ ଚାହୁଁନଥିଲେ। 

2/6

ଆକ୍ଟର ଇରଫାନଙ୍କ ଇଚ୍ଛା ଥିଲା ସେ ଜଣେ କ୍ରିକେଟର ହୁଅନ୍ତୁ। କ୍ରିକେଟ ସହ ତାଙ୍କର କିଛି ଅଲଗା ହିଁ ସମ୍ପର୍କ ଥିଲା। ହେଲେ କଥାରେ ଅଛି, ଭାଗ୍ୟ କେତେବେଳେ କାହାକୁ କେଉଁଆଡେ ନେବ ତାହା ତ ସମୟ କହିବ। ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ଇରଫାନ ନିଜ ପରିବାରକୁ ଚଳାଇବା ପାଇଁ ଏସି ରିପେୟାରିଂ କରୁଥିଲେ । ଏହି କ୍ରମରେ ସେତେବେଳେ ରାଜେଶ ଖାନ୍ନାଙ୍କ ଏସି ଠିକ୍ କରିବାକୁ ପହଞ୍ଚିଥିଲେ ଇରଫାନ। ସେହିଠାରୁ ପରିଚୟ ହୋଇଥିଲା ରାଜେଶ ଖାନ୍ନାଙ୍କ ସହ।

3/6

କ୍ରିକେଟର ହେବାକୁ ଚାହୁଁଥିବା ଇରଫାନଙ୍କୁ ଭାଗ୍ୟ ଟାଣି ନେଇଥିଲା ଅଭିନୟ ଦୁନିଆକୁ । ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ନିଜର ଆଡମିସନ କରାଇଥିଲେ । ସେହିପରି ଏଠାରେ ମଧ୍ୟ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଆସିବା ମଧ୍ୟ ତାଙ୍କ ପାଇଁ ସହଜ ନଥିଲା । ଆକ୍ଟିଂ ସ୍କୁଲରେ ଫାଇନାଲ ଇୟରରେ ତାଙ୍କୁ ସଲାମ ବମ୍ବେ ପାଇଁ ଅଫର ମିଳିଥିଲା।

4/6

ଫିଲ୍ମ ଦୁନିଆରେ ଚର୍ଚ୍ଚିତ ହେବାକୁ ଛୋଟ ରୋଲ ହିଁ ତାଙ୍କ ପାଇଁ ବହୁତ ଥିଲା । ଏହାବାଦ୍ ସାହେବଜାଦ ଇରଫାନ ଅଲ୍ଲୀ ଖାନ ଅର୍ଥାତ୍  ଇରଫାନ ଖାନ କେବେବି ପଛକୁ ବୁଲି ଚାହିଁନାହାଁନ୍ତି। 

5/6

ଆଜି ଇରଫାନ ଖାନଙ୍କୁ ସାରା ଦୁନିଆ ଝୁରୁଛି। ଏହି କ୍ରମରେ ଇରଫାନଙ୍କ ପୁଅ ବାବିଲ ବାପାଙ୍କୁ ମନେ ପକାଇ ତାଙ୍କ ସହ ଜଡିତ ଏକ ଭାବପୂର୍ଣ୍ଣ କଥାଟିଏ  କହିଛନ୍ତି। ଏକ ସାକ୍ଷାତକାରରେ ତାଙ୍କ ପୁଅ କହିଥିଲେ ଯେ, ମୋତେ ବହୁତ ଦିନ ପର୍ଯ୍ୟନ୍ତ ବିଶ୍ୱାସ ହେଲାନି ଯେ ମୋ ବାପା ଆଉ ନାହାଁନ୍ତି।

6/6

ତାଙ୍କ ପୁଅ ବାବିଲ କହିଛନ୍ତି ଯେ, ବାପା ଚାଲିଗଲା ପରେ ମୁଁ ପୁରା ଏକା ହୋଇଯାଇଥିଲି। ୪୫ ଦିନ ପର୍ଯ୍ୟନ୍ତ ମୁଁ ମୋ ନିଜକୁ ଏକ ରୁମରେ ବନ୍ଦ କରି ରଖିଦେଇଥିଲି। ଏବେ ବି ଭାବିଲେ କଷ୍ଟ ଲାଗୁଛି ଯେ ମୁଁ ମୋ ଜୀବନର ସବୁଠାରୁ ଭଲ ସାଙ୍ଗକୁ ହରେଇଦେଲି।