Advertisement
Photo Details/zeeodisha/odisha1190497
photoDetails0hindi

ନିଆରା ବିବାହ: ତେଲ ଦର ବାଧୁଛି ବୋଲି ସାଇକେଲରେ ଗଲା ବର, ବର୍ତ୍ତମାନ ସାରା ଦେଶରୁ ଛୁଟୁଛି ପ୍ରଶଂସାର ସୁଅ

ସାଧାରଣତଃ ବିବାହ ସମୟରେ କନିଆ ଘରକୁ ବର ପକ୍ଷ କାର କିମ୍ୱା ଗାଡ଼ି ଯୋଗେ ପହଞ୍ଚିଥାନ୍ତି । କିନ୍ତୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କନିଆ ଘରକୁ ଜଣେ ବର ସାଇକେଲରେ ପହଞ୍ଚିଥିଲେ । 

1/5

ଭୁବନେଶ୍ୱର: ଆକାଶ ଛୁଆଁ ତୈଳ ଦର ସାଧାରଣ ଜନତାଙ୍କ ଉପରେ ବୋଝ ବଢ଼ାଇ ଚାଲିଛି । ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ପକେଟ ଉପରେ ପଡ଼ୁଛି । ଏହାର ବିରୋଧ କରିବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ଜଣେ ଯୁବକ । 

2/5

ସାଧାରଣତଃ ବିବାହ ସମୟରେ କନିଆ ଘରକୁ ବର ପକ୍ଷ କାର କିମ୍ୱା ଗାଡ଼ି ଯୋଗେ ପହଞ୍ଚିଥାନ୍ତି । କିନ୍ତୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କନିଆ ଘରକୁ ଜଣେ ବର ସାଇକେଲରେ ପହଞ୍ଚିଥିଲେ । 

3/5

ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଯେଉଁଠାରେ ବର ସାଇକେଲରେ ବାହା ହେବାକୁ ଯାଇଥିଲେ ଓ ତାଙ୍କ ସାଙ୍ଗରେ ବରଯାତ୍ରୀମାନେ ଚାଲି ଚାଲି ଯାଇଥିଲେ ।

4/5

ଭୁବନେଶ୍ୱରର ୟୁନିଟ-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲଙ୍କ ଏହି ବାହା ଘରକୁ ନେଇ ଏବେ ବେଶ୍ ଚର୍ଚ୍ଚା । ସାରା ଦେଶରେ ତାଙ୍କର ଏହି ନିଆରା ବାହା ଘରକୁ ନେଇ ଚର୍ଚ୍ଚା ଚାଲିଛି । 

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ନାଟୋ, ଋଷ ସୀମାରେ ମୁତୟନ କଲା ୪୦ ହଜାର ସୈନ୍ୟ

ଏହା ବି ପଢ଼ନ୍ତୁ:-ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ

5/5

ଏଠାରେ କହି ରଖୁଛୁ ଯେ, ଶୁଭ୍ରାଂଶୁଙ୍କ ବାହା ଘର ୟୁନିଟ-୩ ଅଞ୍ଚଳର ସିପ୍ରାଙ୍କ ସହ ହୋଇଛି । ସେ ବାହା ହେବା ପାଇଁ ସାଇକେଲ ଯୋଗେ ସିପ୍ରାଙ୍କ ଘରେ ପହଞ୍ଚିଥିଲେ ।