Advertisement
Photo Details/zeeodisha/odisha1663630
photoDetails0hindi

Gold Health Benefits: ସୁନା ପିନ୍ଧିବା ଦ୍ବାରା ଶରୀରକୁ ମିଳିଥାଏ ଜବରଦସ୍ତ ଫାଇଦା, ଭଲ ହୋଇଥାଏ ଅନେକ ରୋଗ! ଜାଣନ୍ତୁ କିପରି?

Gold Health Benefits: ସୁନା ଅନେକ ଔଷଧୀୟ ଗୁଣରେ ଭରପୂର ଅଟେ। ଅନେକ ଅଧ୍ୟୟନରେ ଏ ନେଇ ଉଲ୍ଲେଖ କରାଯାଇଛି । ଆଗ  କାଳରେ ରାଜା, ମହାରାଜା ଓ ରାଣୀମାନେ ମହଣ ମହଣ ସୁନା ଅଳଙ୍କାର ପିନ୍ଧୁଥିଲେ । ସେ ସମୟରେ ରାଣୀମାନେ ଚର୍ମକୁ ଲଗାଇ ସୁନା ଅଳଙ୍କାର ପିନ୍ଧୁଥିଲେ । ଆୟୁର୍ବେଦ ଅନୁଯାୟୀ ସୁନା ଅଳଙ୍କାର ଶରୀର ନିକଟରେ ପିନ୍ଧିବା ଉଚିତ୍। କାରଣ, ଏହା ଦ୍ବାରା ଶରୀରକୁ ଅନେକ ଔଷଧୀୟ ଲାଭ ମିଳିଥାଏ । କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହଯ୍ୟ କରିଥାଏ ।

1/5

ବଢାଇଥାଏ ରକ୍ତ ସଞ୍ଚାଳନ: ସୁନା ଶରୀରରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । ସୁନା ଅଳଙ୍କାର ପିନ୍ଧବା ଦ୍ବାରା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ପ୍ରବାହ କରିଥାଏ । ସୁନା ପିନ୍ଧିବାର ସର୍ବାଧିକ ଲାଭ ଶରୀରର ସେହି ଅଂଶକୁ ଦିଆଯାଏ, ଯେଉଁଠାରେ ସୁନା ପିନ୍ଧାଯାଇଥାଏ ।

2/5

ମୁଣ୍ଡ ବିନ୍ଧାକୁ କମ୍ କରେ: ସୁନା ପିନ୍ଧିବା ଦ୍ବାରା ଶରୀରକୁ ଆରାମ ମିଳିଥାଏ । ଏହା ମୁଣ୍ଡ ବିନ୍ଧାକୁ ମଧ୍ଯ କମ୍ କରିଥାଏ। କୁହାଯାଏ, ହାତର ତର୍ଜନୀ ଆଙ୍ଗୁଠିରେ ଏକ ଚାପ ବିନ୍ଦୁ ଅଛି ଯାହା ମୁଣ୍ଡ ବିନ୍ଧାକୁ ହ୍ରାସ କରିଥାଏ । ଯେତେବେଳେ ଆପଣ ସେହି ଆଙ୍ଗୁଠିରେ ମୁଦି ପିନ୍ଧିଥାଆନ୍ତି ଏହା ଚାପ ବିନ୍ଦୁ ଉପରେ ଚାପ ପକାଇଥାଏ ଫଳରେ ମୁଣ୍ଡ ବିନ୍ଧା କମିଥାଏ  ।

3/5

ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ: ସୁନାରେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ଏହା ଶରୀରର ହେଉଥିବା ତାପମାତ୍ରା ପରିବର୍ତ୍ତନରୁ ବ୍ୟକ୍ତିକୁ ରକ୍ଷା କରିଥାଏ ।

4/5

ମନୋବଳ ବଢାଏ : ସୁନା ଅଳଙ୍କାର ମନୋବଳ ବଢାଇଥାଏ । ସୁନା ପିନ୍ଧିବା ଦ୍ବାରା ଜଣେ ବ୍ୟକ୍ତି ନିଜକୁ ଅଧିକ ଆକର୍ଷଣୀୟ ମନେ କରେ ଯାହା ଫଳରେ ତାହାର ଆତ୍ମବିଶ୍ୱାସ ବଢିଥାଏ ।

5/5

ଚର୍ମକୁ ରଖେ ୟଙ୍ଗ: ଆଜିକାଲି ବିଭିନ୍ନ ବିୟୁଟି ପ୍ରଡକ୍ଟରେ ସୁନାର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥାଏ। ସୁନାର ବ୍ୟବହାର କେବଳ ଚେହେରାକୁ ଉଜ୍ଜ୍ୱଳ କରେ ତାହା ନୁହେଁ ନାହିଁ, ବରଂ ଚର୍ମକୁ ୟଙ୍ଗ ରଖିଥାଏ ।