Advertisement
photoDetails0hindi

Vastu Tips: ପୁରୁଷ-ମହିଳାଙ୍କୁ ଏହି ୫ଟି କଥା ସର୍ବଦା ଗୁପ୍ତ ରଖିବା ଆବଶ୍ୟକ

Five Secrets Men-Women: ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନର ଏପରି କିଛି କଥା ରହିଛି, ଯାହାକୁ ସର୍ବଦା ଅନ୍ୟ ଠାରୁ ଲୁଚେଇ ରଖିବାକୁ ଆବଶ୍ୟକ । କାରଣ ଶାସ୍ତ୍ରରେ କୁହାଯାଇଛି ଯେ ଏହ ଦ୍ୱାରା ଲୋକଙ୍କ କଲ୍ୟାଣ ହୋଇଥାଏ । ଅନ୍ୟପକ୍ଷେ ବ୍ୟକ୍ତି ଏହି କଥା ଅନ୍ୟ କାହାକୁ କହିଲେ ଭବିଷ୍ୟତରେ ବହୁତ ସାରା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ସେହି କଥା ବିଷୟରେ କହିବୁ ଯାହାକୁ ଶାସ୍ତ୍ରରେ ଗୁପ୍ତ ରଖିବାକୁ କୁହାଯାଇଛି….

1/5

୧. ସର୍ବ ପ୍ରଥମେ କୌଣସି ବ୍ୟକ୍ତିଙ୍କୁ ନିଜ ପରିବାରର ସଦସ୍ୟ ସହ ବିବାଦ ଥିବା କଥା ଅନ୍ୟ କାହାକୁ କହିବା ଉଚିତ ନୁହଁ । କାରଣ ଏଥିରୁ ସମାଜରେ ଆପଣଙ୍କ ପରିବାରର ସମ୍ମାନ କମ ହୋଇଥାଏ ।

2/5

୨.ଏହା ବ୍ୟତୀତ ଆପଣଙ୍କୁ ନିଜ ଗୁରୁ ଠାରୁ ମିଳିଥିବା ମନ୍ତ୍ରକୁ ଅନ୍ୟ କାହାକୁ କହିବା ଉଚିତ ନୁହ । କୁହାଯାଏ ଏହା ଦ୍ୱାରା ଆପଣଙ୍କ ପୁଣ୍ୟ ମିଳି ନଥାଏ, ସେତେବେଳେ ଫଳ ମିଳିଥାଏ, ଯେତେ ଯାଏ ଏହାକୁ ଗୁପ୍ତ ରଖା ଯାଏ । ଏହା ସହ ଏହି ମନ୍ତ୍ରକୁ ଗୁପ୍ତ ରଖିବା ଫଳରେ ଏହାର ଶୁଭ ଫଳ ମିଳି ଥାଏ ।

3/5

୩. ଶାସ୍ତ୍ରରେ କୁହାଯାଇଛି ଯେ ନିଜ ଦାନ କର୍ମ କଥା କାହାକୁ କହିବା ଉଚିତ ନୁହଁ । କାରଣ ଏହା ଦ୍ୱାରା ପୁଣ୍ୟର ଫଳ ମିଳି ନଥାଏ । ଏହାସହ ଶାସ୍ତ୍ରରେ ଗୁପ୍ତ ଦାନର ବିଷେଶତ୍ୱ କଥା ଉଲ୍ଲେଖ୍ୟ ରହିଛି । କୁହାଯାଏ ଏପରି କରିବା ଦ୍ୱାରା ମଣିଷକୁ ଅକ୍ଷୟ ପୁଣ୍ୟ ସହ ଦେବୀ-ଦେବତୀଙ୍କ କୃପା ଲାଭ ପ୍ରାପ୍ତ ହୋଇଥାଏ ।

4/5

୪.ଶାସ୍ତ୍ରରେ କୁହାଯାଇଛି ନିଜ ଧନ ହାନି ବିଷୟରେ ଲୁଚାଇ ରଖିବା ଆବଶ୍ୟକ । ଅନ୍ୟ ଆଗରେ ଏହା ବିଷୟରେ କହିବା ଅନୁଚିତ । କାରଣ ଧନହୀନ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ବହୁତ କମ୍ ମିଳିଥାଏ । ଏହି ପରିସ୍ଥିତିରେ ଆପଣଙ୍କ ଧନ ହାନି ଘଟିଥିଲେ ଏହାକୁ ଗୁପ୍ତ ରଖିବା ଆବଶ୍ୟକ । କାରଣ ଆପଣଙ୍କ ଧନ ହାନି କଥା ଶୁଣି ବ୍ୟକ୍ତି ଆପଣଙ୍କ ଠାରୁ ଦୂରେଇ ଯିବେ ।

ଅଧିକ ପଢ଼ନ୍ତୁ:-ଆଇପିଏଲ ଖେଳିବେ ଜସପ୍ରୀତ ବୁମ୍ରା! ସର୍ଜରୀ ପରେ ପ୍ରଥମ ଥର ପାଇଁ ମୁମ୍ବାଇ କ୍ୟାମ୍ପରେ ଆସିଲେ ନଜର

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ନେଲା ଅପମାନର ପ୍ରତିଶୋଧ! ପାକିସ୍ତାନ ବିପକ୍ଷରେ ଟି-20 ସିରିଜ୍ ଜିତି ରଚିଲା ଇତିହାସ; Video

ଅଧିକ ପଢ଼ନ୍ତୁ:-ଅନ୍ୟାୟର ଶିକାର ହେଉଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି, ଡେବ୍ୟୁ ନକରି ନେବେ ଅବସର!

5/5

୫. ଏହାସହ ଶାସ୍ତ୍ରରେ ରତିକ୍ରିୟା ବିଷୟକୁ ମଧ୍ୟ ଗୁପ୍ତ ରଖିବାକୁ କୁହାଯାଇଛି । ଏଥିପାଇଁ ପୁରୁଷ-ମହିଳା ଦୁହେଁଙ୍କ ପାଇଁ ଏକାନ୍ତ ସ୍ଥାନ ଓ ସମୟ ବିଶେଷକୁ ଧ୍ୟାନ ରଖିବା ଆବଶ୍ୟକ ।