Advertisement
photoDetails0hindi

Mohammed Rafi: ଏହି ବ୍ୟକ୍ତିଙ୍କ ପାଇଁ ବଦଳିଥିଲା ସେଲୁନରେ କାମ କରୁଥିବା ମହମ୍ମଦ ରଫିଙ୍କ ଭାଗ୍ୟ!

Mohammed Rafi: ସଙ୍ଗୀତ ଜଗତରେ ମହମ୍ମଦ ରଫିଙ୍କ ନାମ ଅମର ଅଟେ। ଏକଦା ରାଫିଙ୍କ ଗୀତ ବିନା ଚଳଚ୍ଚିତ୍ର ତିଆରି ନେଇ କଳ୍ପନା ମଧ୍ଯ କରାଯାଇପାରୁନଥିଲା । ଆଜି ଏହି ମହାନ୍ ଗାୟକଙ୍କ ମୃତ୍ୟୁ ବାର୍ଷିକୀ ଅଟେ । ତେବେ ଆସନ୍ତୁ ଜାଣିବା ଲୋକଙ୍କ ମନରେ ଆଜି ବି ଅମର ଥିବା ଏହି ଗାୟକଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

1/7

୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ଅମୃତସର କୋଟଲା ସୁଲତାନ ସିଂ ଗ୍ରାମରେ ମହମ୍ମଦ ରାଫିଙ୍କ ଜନ୍ମ । ହିନ୍ଦୀ ସିନେମାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଫିଙ୍କର ହୃଦଘାତ୍ କାରଣରୁ ୧୯୮୦ ମସିହା ଜୁଲାଇ ୩୧ ତାରିଖରେ ମୃତ୍ୟୁ ହୋଇଥିଲା । ସେତେବେଳେ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ଶରୀର ଛାଡିଥିବା ରାଫି ତାଙ୍କ ଗୀତ ମାଧ୍ୟମରେ ଆଜି ମଧ୍ଯ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଜୀବନ୍ତ ରହିଛନ୍ତି।

2/7

ଛଅ ଭାଇ ଭଉଣୀଙ୍କ ମଧ୍ୟରୁ ରଫି ଦ୍ୱିତୀୟ ସନ୍ତାନ ଥିଲେ । ତାଙ୍କୁ ୯ ବର୍ଷ ହୋଇଥିବା ବେଳେ ତାଙ୍କ ପୁରା ପରିବାର ଅମୃତସରରୁ ଲାହୋରକୁ ଚାଲିଯାଇଥିଲେ । ରଫିଙ୍କ ବଡ ଭାଇଙ୍କର ଏକ ସେଲୁନ୍ ଥିଲା। ପାଠପଢା ପ୍ରତି ଆଗ୍ରହ ନ ଥିବାରୁ ରଫି ଛୋଟବେଳୁ ସେହି ଦୋକାନରେ ଭାଇଙ୍କୁ ସାହାଯ୍ୟ କରୁଥିଲେ।

3/7

୧୯୩୩ ମସିହାରେ ସଂଗୀତଜ୍ଞ ପଣ୍ଡିତ ଜୀବନଲାଲ ସେହି ସେଲୁନରେ ପହଞ୍ଚିଥିଲେ। ସେଠାରେ କେଶ କାଟିବା ସମୟରେ ଜୀବନଲାଲ ରଫିଙ୍କ ସୁମଧୁର କଣ୍ଠ ସ୍ୱର ଶୁଣିଥିଲେ । ଯଦି ସେଦିନ ସେହି ଦୋକାନରେ କାମ କରୁଥିବା ରଫିଙ୍କ ଉପରେ ପଣ୍ଡିତ ଜୀବନଲାଲଙ୍କ ଦୃଷ୍ଟି ନ ପଡ଼ିଥାନ୍ତା, ତେବେ ଆଜି ହୁଏତ ତାଙ୍କୁ କେହି ଜାଣିନଥାନ୍ତେ।

4/7

ଏହାପରେ ତାଙ୍କୁ ରେଡ଼ିଓରେ ଅଡିସନ୍ ପାଇଁ ଡ଼କାଯାଇଥିଲା । ଯାହାକୁ ସେ ସହଜରେ ପାସ୍ କରିଥିଲେ । ଜୀବନଲାଲ ରାଫିଙ୍କୁ ତାଲିମ୍ ଦେଇଥିଲେ । ଏହାପରେ ସେ ରେଡିଓରେ କାମ କରିବା ଆରମ୍ଭ କରିଥିଲେ।

5/7

ରଫିଙ୍କ ଭାଗ୍ୟ ସେତେବେଳେ ବଦଳିଥିଲା, ଯେଉଁ ଦିନ ବିଦ୍ୟୁତ୍ ନଥିବା ହେତୁ ପ୍ରସିଦ୍ଧ ଗାୟକ କୁନ୍ଦନଲାଲ ସେହଗଲ ମଞ୍ଚ ଉପରେ ଗୀତ ଗାଇବାକୁ ମନା କରିଦେଇଥିଲେ। ଏହାପରେ ଆୟୋଜକମାନେ ୧୩ ବର୍ଷୀୟ ରଫିଙ୍କୁ ଗୀତ ଗାଇବା ଲାଗି ସୁଯୋଗ ଦେଇଥିଲେ । ରଫିଙ୍କ ସ୍ୱର ଶୁଣି ଦର୍ଶକଙ୍କ ମଧ୍ୟରେ ବସିଥିବା କେ.ଏଲ୍ ସେହଗଲ୍ ଭାବିଥିଲେ ଯେ, ଏହି ବାଳକ ଜୀବନରେ ବେଶ ପ୍ରସିଦ୍ଧି ଲାଭ କରିବ । ଯାହା ପରେ ସତ ବୋଲି ପ୍ରମାଣିତ ହୋଇଥିଲା ।

6/7

ଅଭିନେତା ତଥା ନିର୍ମାତା ନାଜିର ମହମ୍ମଦ ରଫିଙ୍କ ନିକଟକୁ ୧୦୦ ଟଙ୍କା ଟିକେଟ୍ ପଠାଇ ତାଙ୍କୁ ବମ୍ବେ ଡକାଇଥିଲେ। ବମ୍ବେରେ ପହଞ୍ଚିବା ପରେ ରଫି ହିନ୍ଦୀ ଚଳଚ୍ଚିତ୍ର ‘ପେହଲେ ଆପ’ରେ 'ହିନ୍ଦୁସ୍ତାନ କେ ହମ୍ ହୈ, ହିନ୍ଦୁସ୍ତାନ ହାମାରା' ଗୀତ ରେକର୍ଡ କରିଥିଲେ। ବାସ୍ ଏହାପରେ ସମୟ ଗଡିବା ସହ ରଫି ସାରା ଦେଶ ତଥା ବିଶ୍ବରେ ପ୍ରସିଦ୍ଧ ହେବାକୁ ଲାଗିଲେ ।

7/7

ମହମ୍ମଦ ରଫି 'ଅନମୋଲ ଘଡି', 'ମୌଲା', 'ଦୁଲାରୀ' ଓ 'ସହିଦ' ଭଳି ଅନେକ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ଏହାପରେ ରଫି ଦେବାନନ୍ଦ ଓ ଦିଲୀପ କୁମାରଙ୍କ ପରି ଭେଟେରାନ୍ କଳାକାରଙ୍କ ପାଇଁ ଗୀତ ଗାଇବା ଆରମ୍ଭ କଲେ। ଏକ ମିଡି଼ଆ ରିପୋର୍ଟ ଅନୁଯାୟୀ, ମହମ୍ମଦ ରଫି ତାଙ୍କ କ୍ୟାରିୟରରେ ପ୍ରାୟ ୨୬ ହଜାର ରେକର୍ଡ଼ କରିଥିବା କୁହାଯାଇଛି  ।