Advertisement
Photo Details/zeeodisha/odisha1811181
photoDetails0hindi

Happy Birthday Genelia d'souza: ଜାତୀୟ ସ୍ତର ଫୁଟବଲ ଖେଳାଳିରୁ ଅଭିନେତ୍ରୀ..

Genelia d'souza Birthday : ଯେତେବେଳେ ବି ବଲିଉଡ଼ରେ ଚୁଲବୁଲି ଅଭିନେତ୍ରୀଙ୍କ କଥା ଆସେ ସେତେବେଳେ ଜେନେଲିଆ ଡି’ସୁଜାଙ୍କ ନାମ ଏହି ତାଲିକାରେ ସାମିଲ ରହିଥାଏ । ସୁନ୍ଦର ହେବା ସହ ସ୍ବଭାବରେ ବେଶ ନଟଖନ ଏହି ଅଭିନେତ୍ରୀ । ଆଜି ଜେନେଲିଆ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

1/5

ଜେନେଲିଆ ସ୍କୁଲ ପଢିବା ସମୟରେ କ୍ରୀଡା଼ ବା ସ୍ପୋର୍ଟ୍ସରେ ବେଶ ଆକ୍ଚିଭ ଥିଲେ । ତେବେ ଖୁବ କମ୍ ଲୋକେ ଜାଣିଥିବେ କି, ସେ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରର ଫୁଟବଲ ଖେଳାଳି ମଧ୍ୟ ରହିଛନ୍ତି। କିନ୍ତୁ ଏହା ପରେ ସେ କେତେବେଳେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ତାହା କେହି ଜାଣି ନଥିଲେ।

2/5

ଅଭିନେତ୍ରୀ ସ୍କୁଲରେ ପଢିବା ସମୟରେ ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ ଏକ ବିଜ୍ଞାପନରେ କାମ କରିବାର ସୁଯୋଗ ମିଳିଥିଲା । ଏହି ବିଜ୍ଞାପନଟି ଏକ ପାର୍କର ପେନର ଥିଲା । ମାତ୍ର ୧୫ ବର୍ଷ ବୟସରେ ସେ ଏହି ବିଜ୍ଞାପନରେ କାମ କରିଥିଲେ । ସେତେବେଳେ ଲୋକେ ତାଙ୍କୁ ବେଶ ପସନ୍ଦ କରିଥିଲେ ।

3/5

ଜେନେଲିଆ ୨୦୦୩ ମସିହାରେ 'ତୁଝେ ମୈରୀ କସମ୍' ଫିଲ୍ମ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ। ଏହି ଯୋଡିକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ସେଟରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଏହାପରେ ଅଭିନେତ୍ରୀଙ୍କୁ ଅନେକ ଚଳଚ୍ଚିତ୍ରରେ କାମ କରିବାକୁ ଅଫର ମିଳିଥିଲା ​​। ଜେନେଲିଆ ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ, ମରାଠୀ ଭାଷାରେ ମଧ୍ୟ କାମ କରିଛନ୍ତି।

4/5

ଜେନେଲିଆ ଓ ରିତେଶ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡ଼େଟ କରିବା ପରେ ୨୦୧୨ ମସିହା ଫେବୃଆରୀ ୩ ତାରିଖରେ ବିବାହ କରିଥିଲେ । ବର୍ତ୍ତମାନ ଉଭୟଙ୍କର ଦୁଇଟି ପୁଅ ରହିଛନ୍ତି । ବିବାହ ପରେ ଜେନେଲିଆ ପରିବାର ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥିବା ବେଳେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ।  

5/5

କିଛି ଦିନ ପୂର୍ବରୁ ଅଭିନେତ୍ରୀଙ୍କ ୱେବ ସିଟିଜ 'ଟ୍ରାଏଲ୍ ପିରିୟଡ୍' OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ​। ଏଥିରେ ତାଙ୍କ ସହ ଅଭିନେତା ମନଭ କୌଲ ନଜର ଆସିଥିଲେ । ଏଥିରେ ଜେନେଲିଆ ସିଙ୍ଗଲ ମଦର ଭୂମିକାରେ ନଜର ଆସିଥିଲେ। ଏହାର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ​​।