Advertisement
Photo Details/zeeodisha/odisha1811478
photoDetails0hindi

One Day Capital of India: ଦେଶର ସେହି ସହର ଯିଏ ଦିନକ ପାଇଁ ହୋଇଥିଲା ରାଜଧାନୀ

Capital City Of India: ଆପଣ ଜାଣିଛନ୍ତି ଯେ ନୂଆଦିଲ୍ଲୀ ହେଉଛି ଭାରତ ବର୍ଷର ରାଜଧାନୀ। ହେଲେ କ'ଣ ଆପଣ ଜାଣିଛନ୍ତି ଥରେ ଗୋଟିଏ ସହର ଗୋଟିଏ ଦିନ ଦେଶର ରାଜଧାନୀ ହୋଇଗଲା। 

1/6

ଆପଣଙ୍କୁ କହି ରଖୁଛୁ ଯେ ବିଭିନ୍ନ ସମୟରେ ଦେଶର ରାଜଧାନୀ ଅନେକ ଥର ବଦଳିଛି। ଦିଲ୍ଲୀ ପୂର୍ବରୁ ରାଜଧାନୀ ରହିଥିଲା କଲିକତା। ହେଲେ ୧୯୧୧ ମସିହାରେ କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା।

2/6

ଯେଉଁଠାରେ କଲିକତା ଭାରତର ରାଜଧାନୀ ଭାବରେ ପରିଗଣିତ ହେଉଥିଲା। ଗ୍ରୀଷ୍ମ ଋତୁରେ ଦେଶର ରାଜଧାନୀ ଶିମଲା ସ୍ଥାନାନ୍ତରିତ ହୋଇଥିଲା। ହେଲେ ଇତିହାସରେ ଏପରି ଏକ ଦିନ ଥିଲା ଯେତେବେଳେ ରାଜଧାନୀ ଅନ୍ୟ ଏକ ସ୍ଥାନରେ ରହିଥିଲା।

3/6

ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ରାଜଧାନୀ ଗୋଟିଏ ଦିନ ପାଇଁ ସ୍ଥାନାନ୍ତରିତ ହୋଇଥିଲା। ଗୋଟିଏ ଦିନ ପାଇଁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିବା ସହରର ନାମ ହେଉଛି ଆହ୍ଲାବାଦ (ପ୍ରୟାଗରାଜ)।

4/6

ଖବର ଅନୁଯାୟୀ ୧୮୫୮ ମସିହାରେ ଆହ୍ଲାବାଦ ସହର ଗୋଟିଏ ଦିନ ପାଇଁ ଦେଶର ରାଜଧାନୀ ହୋଇଥିଲା। କୁହାଯାଏ ଯେ ଏହି ଦିନ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ବ୍ରିଟିଶ ରାଜତନ୍ତ୍ରକୁ ଭାରତ ବର୍ଷର ଶାସନ କ୍ଷମତା ହସ୍ତାନ୍ତର କରିଥିଲା।

 

5/6

ସେହି ସମୟରେ ଆହ୍ଲାବାଦ ଉତ୍ତର ଭାରତର ଏକ ପ୍ରମୁଖ ସହର ଥିଲା। ଯାହା ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ମଧ୍ୟ ଥିଲା। ସେତେବେଳେ ଆହ୍ଲାବାଦ ବ୍ରିଟିଶ ସେନାର ଆଧାର ଥିଲା। ବ୍ରିଟିଶ ସେନା ଏଠାରେ ବହୁତ କାମ କରିଥିଲେ।

6/6

ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ଭାରତ ଅନେକ ରାଜ୍ୟରେ ବିଭକ୍ତ ହୋଇଥିଲା। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ରାଜଧାନୀ ରହିଥିଲା। ପ୍ରତ୍ୟେକ ଅଞ୍ଚଳ ଅନୁଯାୟୀ ବାଣିଜ୍ୟକ ଏବଂ ସାଂସ୍କୃତିକ କେନ୍ଦ୍ର ବିକଶିତ ହୋଇଥିଲା।