Advertisement
Photo Details/zeeodisha/odisha1380053
photoDetails0hindi

ଦୁର୍ଗା ପୂଜା ମଉଜକୁ ଫିକା କରୁଛି ବର୍ଷା, କଟକର ରାସ୍ତା ଶୂନଶାନ; ଫଟୋରେ ଦେଖନ୍ତୁ ଏହାର କିଛି ଝଲକ

Durga Puja 2022: ଯଦି ଆମେ ଦେଖିବା ସପ୍ତମୀ ଓ ଅଷ୍ଟମୀ ବର୍ଷାର ଆଶଙ୍କା ଭିତରେ ଭଲରେ ଭଲରେ କଟି ଯାଇଛି । କଟକ ସହରର ରାସ୍ତା ଘାଟ ,ପୂଜା ମଣ୍ଡପ ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏହା ସହ କ୍ଷୁଦ୍ର ବ୍ୟବସାୟୀ ମାନେ ମଧ୍ୟ ଭଲ ବ୍ୟବସାୟ କରିଛନ୍ତି । ଯଦି ପାଗ ଏଭଳି ଶୁଖିଲା ରହେ ତେବେ ଭକ୍ତଙ୍କ ଆନନ୍ଦ ସବୁ ସୀମା ପାର କରିଯିବ ।

1/7

କଟକ: Cuttack Durga Puja 2022: ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୁର୍ଗା ପୂଜା । କିନ୍ତୁ ଓଡ଼ିଶାରେ ଲଘୁଚାପର ପ୍ରଭାବ ଯୋଗୁଁ ବର୍ଷା ଲାଗି ରହିଛି । ଏହାର ପ୍ରଭାବ ପୂଜା ଉପରେ ମଧ୍ୟ ପଡ଼ୁଛି ।

2/7

ରାଜଧାନୀ ଭୁବନେଶ୍ୱର ଓ କଟକରେ ବର୍ଷା ଯୋଗୁଁ ଏଥର ପୂଜା ମଉଜ ଫିକା ପଡ଼ିଛି । ଆଜି ଲଗାଣ ବର୍ଷା ଯୋଗୁଁ ଭକ୍ତ ଭିଡ଼ରେ କମି ଦେଖାଦେଇଛି ।

3/7

କଟକରେ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଶୂନଶାନ ରହିଛି । ଯାନ ବାହାନଗୁଡ଼ିକ କେବଳ ଯାତାୟତ କରୁଥିବାବେଳେ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ ।

4/7

କୋରୋନା କଟକଣା ପାଇଁ ଦୁଇ ବର୍ଷ ଦୁର୍ଗା ପୂଜା ଧୂମଧାମରେ ହୋଇପାରି ନଥିଲା । କିନ୍ତୁ ଚଳିତ ବର୍ଷ ଏହାର ଅନ୍ତ ଘଟିଛି । ସାରା ଓଡ଼ିଶା ଓ ଦୁର୍ଗା ପୂଜା ପାଇଁ ଦେଶରେ ପ୍ରସିଦ୍ଧି ଲାଭ କରିଥିବା କଟକରେ ବେଶ୍ ଜାକଜକମରେ ପାଳନ ହେଉଛି ପୂଜା । କିନ୍ତୁ ବର୍ଷା କାରଣରୁ ପୂଜା ମଉଜରେ ବାଧା ଦେଖାଦେଇଛି ।

5/7

ଆକର୍ଷଣୀୟ ତୋରଣ ଲାଇଟ୍ ଡେକରେଶନ, ଗେଟ୍ ଆଦିକୁ ଦେଖିବା ପାଇଁ କଟକ ତଥା କଟକ ଆଖ ପାଖ ଅନେକ ଜିଲ୍ଲା ମାନଙ୍କରୁ ଲୋକମାନେ ଆସି ଥାଆନ୍ତି । କିନ୍ତୁ ବର୍ଷା ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।

6/7

ଆଜି ଦିନ ତମାମ ସହରରେ ବର୍ଷା ଲାଗି ରହିଛି । ଯାହା ଫଳରେ ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ମାନ୍ଦା ହୋଇପଡ଼ିଛି । ଫୁଟପାଥରେ ବସିଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

ଅଧିକ ପଢ଼ନ୍ତୁ:-ଫ୍ଲାଇଟ ଧରି ପାରିନଥିବାରୁ ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖେଳାଳି, ଦଳକୁ ଲାଗିଲା ଶକ୍ତ ଧକ୍କା

7/7

ଆଗକୁ ଆଉ ୨ ଦିନ ଅର୍ଥାତ୍ ଦଶମୀ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ଯଦି ବର୍ଷା ହୁଏ ତେବେ ପୂଜା କମିଟି ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ । ଯେହେତୁ ଦୁଇ ବର୍ଷ ଧରି ପୂଜା ହୋଇନଥିଲା । ଚଳିତ ବର୍ଷ ବେଶ୍ ଡେକରେଶନ ଓ ଭସାଣୀ ପାଇଁ ନାନାଦି ପ୍ରକାରର ବାଜା, ବ୍ୟାଣ୍ଡ, ପ୍ରସେଶନ ଆଦିର ବନ୍ଦୋବସ୍ତ କରାଯାଇଛି ।