Advertisement
photoDetails0hindi

Shani Upay: ଶନିବାର ଦିନ ଦାନ କରନ୍ତୁ ଏହି ୫ଟି ଜିନିଷ, ରାତାରାତି ବଦଳିଯିବ ଆପଣଙ୍କ ଭାଗ୍ୟ, ହୋଇଯିବେ ମାଲେମାଲ୍!

Shani Upay: ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ (shani dev) ଲାଗି ସମର୍ପିତ । କୁହାଯାଏ, ଶନି ଦେବ (shani dev) ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ।

1/5

ସୋରିଷ ତେଲ ଦାନ କରନ୍ତୁ:

ଯଦି ଆପଣଙ୍କର କୌଣସି କାମ ଅଧାରେ ଅଟକି ଯାଇଛି । ତେବେ, ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଶନିଙ୍କ ନାଁରେ ସୋରିଶ ତେଲ କିଛି ଅଭାବୀ ଲୋକଙ୍କୁ ଦାନ କରନ୍ତୁ । ନଚେତ ଆପଣ ଓସ୍ତଗଛ ନିକଟରେ ସୋରିଷ ତେଲରେ ଦୀପ ଜାଳି ପୂଜା କରନ୍ତୁ । ଏହା ଦ୍ବାରା ଆପଣଙ୍କ ଅଧାରହିଥିବା କାମ ପୂର୍ଣ୍ଣ ହେବା ସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବ । ଏହା ସହ ଆପଣ ଶନିଙ୍କ କୃପା ଲାଭ କରିବେ।

2/5

କଳା ଡାଲି ବା  କଳା ବିରି:

ସେହିପରି ଶନିଙ୍କ କୋପରୁ ମୁକ୍ତି ପାଇବା ଲାଗି ଆପଣ ଶନିବାର ଦିନ କିଲେ କିମ୍ବା ଦୁଇ କିଲୋ କଳା ଡାଲି ବା କଳା ବିରି ଗରିବ ଲୋକଙ୍କୁ ଦାନ କରନ୍ତୁ । ଏହା କରିବା ଦ୍ବାରା ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ। ଏବଂ ଶନିଦଶା ଦୂର ହେବ । କିନ୍ତୁ ମନେ ରଖନ୍ତୁ ଯେ, ଆପଣ ସେହିଦିନ କଳା ବିରି କିମ୍ବା ଡାଲି ଖାଆନ୍ତୁ ନାହିଁ। 

3/5

ଲୁହା ପାତ୍ର ଦାନ : 

ଶନିଙ୍କ କୃପା ଲାଭ କରିବା ପାଇଁ ଶନିବାର ଦିନ ଆପଣ ଲୁହାର ବାସନ ବା ଲୁହା ପାତ୍ର ଗରିବ ଲୋକଙ୍କୁ ଦାନ କରନ୍ତୁ । ଶନିବାର ସନ୍ଧ୍ୟାରେ ଜଣେ ଗରିବ ଲୋକଙ୍କୁ ଲୁହା ଟାୱା, ପ୍ୟାନ କିମ୍ବା ଲୁହା ବାସନ ଦାନ କରିବା ଦ୍ବାରା ଆପଣଙ୍କର ବଡ଼ ବିପଦ କଟିଯିବ । ଭବିଷ୍ୟତରେ ହେବାକୁ ଥିବା ବଡ ଦୁର୍ଘଟଣାର ଆଶଙ୍କା ଟଳିଯିବ। 

4/5

କଳା ପୋଷାକ ଏବଂ ଜୋତା ଦାନ: 

ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି । ତେବେ କଳା ପୋଷାକ ଦାନ କରାଯିବା ଉଚିତ୍ | ଶନିବାର ସନ୍ଧ୍ୟାରେ ଜଣେ ଗରିବ ଲୋକଙ୍କୁ କଳା ପୋଷାକ ଏବଂ ଜୋତା ଦାନ କରିବା ଦ୍ବାରା ଆପଣ ସ୍ବାସ୍ଥ୍ୟ  ଜନିତ ସମସ୍ୟାରୁ ମୁକ୍ତି ପାଇବେ। 

5/5

ସାତ ପ୍ରକାରର ଶସ୍ୟ ଦାନ:

ପ୍ରତି ଶନିବାର ଦିନ ସାତ ପ୍ରକାରର ଶସ୍ୟ ଦାନ କରିବା ଦ୍ୱାରା ଶନିଦଶା କଟିଥାଏ। ଆପଣ ଗହମ, ଚାଉଳ, ଜଅ, ମକା,ବାଜରା, ବିରି ଏବଂ କଳା ରଙ୍ଗ ଜାତୀୟ ଶଷ୍ୟ  ଦାନ କରିପାରିବେ।

​Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।