Advertisement
Photo Details/zeeodisha/odisha1677894
photoDetails0hindi

Met Gala 2023: କାହିଁକି ଅର୍ଗାନାଇଜ ହୁଏ ମେଟ୍ ଗାଲା, ସାମିଲ ହେବାକୁ କେତେ ଟଙ୍କା ଦିଅନ୍ତି ସେଲିବ୍ରିଟି

Met Gala 2023: ଅନୁଷ୍ଠିତ ହୋଇଯାଇଛି ମେଟ ଗାଲା ୨୦୨୩ । ପ୍ରତିବର୍ଷ ମେ ମାସ ପ୍ରଥମ ସୋମବାର ଏହି ଇଭେଣ୍ଟର ଆୟୋଜନ କରାଯାଏ । ଦେଶର କୋଣ ଅନୁକୋଣରୁ ଅନେକ ସେଲିବ୍ରିଟି ଏଥିରେ ଯୋଗ ଦିଅନ୍ତି । କେବଳ ଯୋଗ ଦିଅନ୍ତିନି ବରଂ ରେଡ କାର୍ପେଟରେ ନିଜର ଲୁକ୍ ଓ ଡ୍ରେସିଂ ସେନ୍ସକୁ ପରିଦର୍ଶନ କରନ୍ତି ସେଲିବ୍ରିଟି । ହେଲେ କେବେ ଭାବିଛନ୍ତି ଏହି ମେଟ ଗାଲା ମୂଳ ଲକ୍ଷ କଣ। ଏଥିରେ ସାମିଲ ହେବାକୁ କେତେ ଟଙ୍କା ଖର୍ଚ୍ଚ କରନ୍ତି ସେଲିବ୍ରିଟି। ତେବେ ପଢନ୍ତୁ ପୂରା ରିପୋର୍ଟ...

1/5

ମେଟ ଗାଲା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ମେଟଗାଲା ହେଉଛି ଏକ ଫଣ୍ଡ ରିଲିଜ କରୁଥିବା ଚାରିଟି ଇଭେଣ୍ଟ । ଆମେରିକାର ନ୍ୟୁୟର୍କ ସିଟିରେ ମେଟ୍ରୋ ପଲିଟାନ ମ୍ୟୁଜିୟମ ଅଫ ଆର୍ଟ । ଏହାର କଷ୍ଟ୍ୟୁମ ଇନଷ୍ଟିଚ୍ୟୁଟ ପାଇଁ ଫଣ୍ଡ କଲେକ୍ସନ କରାଯାଏ। 

2/5

ମେଟଗାଲା ପ୍ରତିବର୍ଷ ମେ ମାସ ପ୍ରଥମ ସୋମବାରରେ ଅନୁଷ୍ଠିତ ହୁଏ ।ଚଳିତବର୍ଷର ଥିମ ରହିଛି Karl Lagerfeld: A Line of Beauty

3/5

ସେହିପରି ଚଳିତବର୍ଷ ଆଲିଆ ଭଟ୍ଟ ପ୍ରଥମ ଥର ମେଟ ଗାଲା ରେ ଡେବ୍ୟୁ କରିଛନ୍ତି । ଏକଲକ୍ଷ ଖଚିତ ମୋତିର ଡ୍ରେସ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଲିଆ ଭଟ୍ଟ । 

 

4/5

ଅନ୍ୟପଟେ ପ୍ରିୟଙ୍କା ଚୋପ୍ରା ୨୦୪ କୋଟିର ନେକଲେସ ପିନ୍ଧିବା ସହ ଏକ ବ୍ଲାକ ଡ୍ରେସରେ ସ୍ୱାମୀ ନିକ୍ ଜୋନାସ୍ ଙ୍କ ସହ ରେଡ କାର୍ପେଟରେ ନଜର ଆସିଥିଲେ। ପ୍ରିୟଙ୍କା ପିନ୍ଧିଥିବା ନେକଲେସରେ  ୧୧.୬କ୍ୟାରେଟର ହୀରା ଲଗାଯାଇଥିବା ଚର୍ଚ୍ଚା ହେଉଛି। 

5/5

ଯଦି ଆପଣ ବହୁତ କୋଟିପତି ତେବେ ଡୋନେସନ ମଧ୍ୟ ଆପଣଙ୍କୁ ଏହି ଇଭେଣ୍ଟରେ ଏଣ୍ଟ୍ରି ଦେଇପାରେ। ସେହିପରି ଟିକେଟର ଦାମ ୪୦ ଲକ୍ଷ ବୋଲି କୁହାଯାଉଛି। କିଛି ବର୍ଷ ତଳେ ୨୪ ଲକ୍ଷ ଥିବାବେଳେ ଚଳିତ ବର୍ଷର ଟିକେଟ ୪୦ ଲକ୍ଷ ବୋଲି କୁହାଯାଉଛି।