Advertisement
photoDetails0hindi

Mukesh Kumar Wedding: ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମୁକେଶଙ୍କ ବିବାହ ସମୟର ଝଲକ

ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା କାରଣରୁ ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମର ଏକ ଅଂଶ ହୋଇପାରିଥିବା ମୁକେଶ କୁମାର ବିବାହ କରିଛନ୍ତି। ୟୁପିର ଗୋରଖପୁରର ଏକ ହୋଟେଲରେ ମୁକେଶଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ମୁକେଶ କୁମାର ଦିବ୍ୟା ସିଂଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଆସନ୍ତା ଡିସେମ୍ବର ୪ ତାରିଖରେ ମୁକେଶଙ୍କ ଗାଁରେ ବି

1/6

Mukesh Kumar Wedding: ଭାରତୀୟ କ୍ରିକେଟ୍ ଟିମର ଦ୍ରୁତ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉତ୍ତରପ୍ରଦେଶ ଗୋରଖପୁର ସ୍ଥିତ ଏକ ହୋଟେଲରେ ମୁକେଶ ବିବାହ କରିଛନ୍ତି । ମୁକେଶ କୁମାର ବାନିୟାପୁର ସ୍ଥିତ ବେରୁଇ ଗାଁର ଦିବ୍ୟା ସିଂଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଡିସେମ୍ବର ୪ ରେ ମୁକେଶ କୁମାରଙ୍କ ଗାଁରେ ଏକ ଭୋଜି ଆୟୋଜନ କରାଯିବ।

2/6

ମୁକେଶଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ କ୍ରିକେଟରଙ୍କ ବିବାହରେ ଭାରତୀୟ ଦଳର ଅନେକ କ୍ରିକେଟର ତଥା ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ। ଗୋପାଳଗଞ୍ଜ ଗାଁର ବହୁ ସଂଖ୍ୟକ ଲୋକ ମଙ୍ଗଳବାର ସନ୍ଧ୍ୟାରେ କ୍ରିକେଟର ମୁକେଶ କୁମାରଙ୍କ ବିବାହ ଅତିଥି ଭାବରେ ଗୋରଖପୁରରେ ପହଞ୍ଚିଥିଲେ। ଏଥିରେ ମୁକେଶ କୁମାରଙ୍କ ଅନେକ ପିଲାଦିନର କ୍ରିକେଟର ବନ୍ଧୁମାନେ ମଧ୍ୟ ଉପସ୍ଥିତ ଥିଲେ ।

3/6

ମୁକେଶ କୁମାରଙ୍କ ବିବାହ ପୁରା ବଡ଼ ଜାକଜମକରେ ଅନୁଷ୍ଠିତ ହୋଇଥିଲା । ବିବାହ ପୂର୍ବର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ କ୍ରିକେଟର ମୁକେଶ କୁମାର ଏବଂ ତାଙ୍କ ପତ୍ନୀ ଦିବ୍ୟା ସିଂ ନାଚୁଥିବାର ନଜର ଆସିଥିଲେ । କ୍ରିକେଟର ମୁକେଶ କୁମାରଙ୍କ ବଡ଼ ଭାଇ ସୁଭାଷ ସିଂ ଗୁରୁଥାନୀଙ୍କ ବିବାହରେ ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

4/6

ଯେତେବେଳେ କ୍ରିକେଟର ମୁକେଶ କୁମାର ଏବଂ ତାଙ୍କ ପତ୍ନୀ ଦିବ୍ୟା ସିଂ ଏକାଠି ମଞ୍ଚରେ ଥିଲେ ସେତେବେଳେ ସମସ୍ତେ ଉଭୟଙ୍କୁ ବିବାହ ଅବସରରେ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସହିତ ଫଟୋ ଉଠାଇଥିଲେ । ଏଥିସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ମୁକେଶ କୁମାରଙ୍କୁ ଅଭିନନ୍ଦନର ସୁଅ ଛୁଟିଥିବା ଦେଖିବାକୁ ମିଳିଛି 

 

5/6

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟି -୨୦ ସିରିଜରେ କ୍ରିକେଟର ମୁକେଶ କୁମାର ବର୍ତ୍ତମାନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ମୁକେଶ କୁମାରଙ୍କ ବାପା କାଶୀନାଥ ସିଂ କୋଲକାତାରେ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିଲେ। କଠିନ ପରିଶ୍ରମ ଏବଂ ନିଷ୍ଠା କାରଣରୁ ମୁକେଶ କୁମାର ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ।

6/6

ପୂର୍ବରୁ ମୁକେଶ କୁମାର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳିଛନ୍ତି। ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୱିକେଟ୍ ପତନ ଘଟାଇବା ସହ ଭାରତକୁ ବିଜୟ ଆଡକୁ ନେଇଛି ମୁକେଶଙ୍କ ବୋଲିଂ ।