Advertisement
Photo Details/zeeodisha/odisha1787966
photoDetails0hindi

ICC world cup 2023: ବିଶ୍ୱକପ ୨୦୨୩ ଟ୍ରଫି ସହ ନଜର ଆସିଲେ କିଙ୍ଗ ଖାନ୍, ଫ୍ୟାନ୍ସ କହିଲେ...

Shah rukh khan: ଆଇସିସି ନିକଟରେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କର ବିଶ୍ବକପ ଟ୍ରଫି ସହ ଏକ ଫଟୋ ସେୟାର କରିଛି। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । 

1/5

ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । କିଛି ଦିନ ପୂର୍ବରୁ ଆଇସିସି ଓ ବିସିସିଆଇ ପକ୍ଷରୁ ମହାକାଶରେ ବିଶ୍ୱକପ ୨୦୨୩ ଟ୍ରଫି ଉନ୍ମୋଚିତ ହୋଇଥିଲା। ପ୍ରାୟ ଏକ ଲକ୍ଷ ୨୦ ହଜାର ଫୁଟ ଉଚ୍ଚ ମହାକାଶକୁ ଏହି ଟ୍ରଫି ପଠାଯାଇଥିଲା ପରେ ସେଠାରେ ଏହାକୁ ଉନ୍ମୋଚିତ କରାଯାଇଥିଲା ।

2/5

ଏହାପରେ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ୧୦ଟି ଅଂଶଗ୍ରହଣ ଖେଳିବାକୁ ଥିବା ଏହି ବିଶ୍ବକପରେ ୪୬ ଦିନରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ ।

3/5

ବଲିଉଡ଼ ଅଭିନେତା ଶାହରୁଖ ଖାନ ସବୁବେଳେ କ୍ରିକେଟ୍ ସହିତ ଜଡ଼ିଡ଼ ରହିଥାଆନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗରେ କୋଲକାତା ନାଇଟ୍ ରାଇଡର୍ସ ଟିମର ସେ ମାଲିକ ମଧ୍ୟ ଅଟନ୍ତି। ତେବେ ନିକଟରେ କିଙ୍ଗ ଖାନ୍ ୱାଲ୍ଡ କପ୍ ଟ୍ରଫି ସହ ନଜର ଆସିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

4/5

ବୁଧବାର ଦିନ ଆଇସିସି ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶାହରୁଖ ଖାନ ଓ ବିଶ୍ବକପ ଟ୍ରଫି ସହିତ ଏକ ଫଟୋ ସେୟାର କରିଥିଲା । ଏହି ଫଟୋରେ ଅଭିନେତା ଟ୍ରଫି ଆଡ଼କୁ ଚାହିଁଥିବା ଦେଖିବାକୁ ମିଳୁଛି । ଫଟୋ ସେୟାର କରିବା ସହ ଏଥିରେ ଏକ କ୍ୟାପସନ୍ ମଧ୍ଯ ଲେଖାଯାଇଛି, କିଙ୍ଗ ଖାନ # CWC23 ଟ୍ରଫି ଏହା ପ୍ରାୟ ଏଠାରେ ଅଛି ।

5/5

ଏହି ପୋଷ୍ଟରେ ବହୁ ୟୁଜର୍ସ ନିଜ ପ୍ରତିକ୍ରିୟା ଦେଇଥିବା ବେଳେ, ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, ‘ଏଥର ଟିମ୍ ଇଣ୍ତିଆ କମବ୍ୟାକ୍ କରିବା ସହ ବିଶ୍ବକପ ହାସଲ କରିପାରେ’ । ଅନେକ ଲୋକେ ଏହି ଫଟୋକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।