Advertisement
photoDetails0hindi

୧୯ ବର୍ଷ ବୟସରେ ୩୪ ବର୍ଷିୟା ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ନାସିରୁଦ୍ଦିନ୍, ବିବାହର ୧୦ ମାସ...

Naseeruddin shah: ନିଜର ଚତ୍ମକାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହା । ଆଜି ଅଭିନେତା ନିଜର ୭୩ ତମ ଜନ୍ମଦିନ ପାଳନ କରୁଛନ୍ତି । ନବାବ ପରିବାରରେ ଜୁଲାଇ ୨୦ ତାରିଖ ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ ନାସିରୁଦ୍ଦିନ୍। ଅଭିନେତାଙ୍କ ଥିଏଟରରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଯାତ୍ରା ବେଶ ଚମତ୍କାର ରହିଥିଲା ।

1/5

 ପରିବାର ଯୋଗୁଁ ଭାରତରେ ରହିଥିଲେ ନାସିରୁଦ୍ଦିନ୍ । ତାଙ୍କ ପିତା ମହମ୍ମଦ ଶାହା ଜଣେ ତହସିଲଦାର ଥିଲେ। ଯେତେବେଳେ ଦେଶ ବିଭାଜିତ ହୋଇଥିଲା ସେ ସମୟରେ ତାଙ୍କ ପୁରା ପରିବାର ପାକିସ୍ତାନ ଯିବା ଲାଗି ରାଜି ହୋଇଥିଲେ, କିନ୍ତୁ ମହମ୍ମଦ ଶାହା ଭାରତ ଛାଡି଼ ଯିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ନାସିରୁଦ୍ଦିନ ପ୍ରଥମେ ଅଜମେରର ସେଣ୍ଟ ଆନ୍ସେଲମ ସ୍କୁଲରେ ଅଧ୍ୟୟନ କରିଥିଲେ ପରେ ତାଙ୍କୁ ନେନିତାଲ ସେଣ୍ଟ ଜୋସେଫ କଲେଜକୁ ପଠାଯାଇଥିଲା। ଏଥି ସହିତ ସେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।

2/5

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ନାସିରୁଦ୍ଦିନ ଶାହା ମାତ୍ର ୧୯ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ। ଆଲିଗଡ଼ ମୁସଲିମ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ସାଥିରେ ପଢୁଥିବା ଜଣେ ୩୪ ବର୍ଷିୟା ପାକିସ୍ତାନୀ ଯୁବତୀ ପରଭିନଙ୍କୁ ସେ ପ୍ରେମ ନିବେଦନ କରିଥିଲେ । ବିବାହର ମାତ୍ର ୧୦ ମାସ ପରେ ପରଭିନ୍ ଏକ ଝିଅ ଜନ୍ମ ଦେଇଥିଲେ। ତେବେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା । ପରେ ସେ ଝିଅକୁ ନେଇ ଭାରତ ଛାଡି ଚାଲିଯାଇଥିଲେ । ଏହା ପରେ ରତ୍ନା ପଠକ ନାସିରୁଦ୍ଦିନ ଶାହାଙ୍କ ଜୀବନରେ ପ୍ରବେଶ କରିଥିଲେ।

3/5

ନାସିରୁଦ୍ଦିନଙ୍କ ପିତା ଚାହୁଁନଥିଲେ କି ତାଙ୍କ ପୁଅ ଚଳଚ୍ଚିତ୍ରରେ କାମ କରିନ୍ତୁ । କିନ୍ତୁ ଅଭିନୟକୁ ଭଲ ପାଉଥିବା ନାସିର ପିତାଙ୍କ ବିରୋଧରେ ଯାଇ NSDରେ ନାମ ଲେଖାଇଥିଲେ । ନିଜର ଲୁକ୍ସ ପାଇଁ ତାଙ୍କୁ ବାରମ୍ବାର ରିଜେକ୍ସନର ସମ୍ମୁଖୀନ ହେବାକୁ ପଡିଥିଲା । ଥରେ ସେ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲଙ୍କୁ ଭେଟିଥିଲେ । ବାସ୍ ଏହାପରେ ନାସିରୁଦ୍ଦିନ ଶାହାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା ।

4/5

ନାସିରୁଦ୍ଦିନ ଶାହାଙ୍କ ଏକ ମନ୍ତବ୍ୟ ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯେତେବେଳେ ଦେଶରେ CAA-NRCକୁ ନେଇ ବିବାଦ ମୁଣ୍ତ ଟେକିଥିଲା, ସେତେବେଳେ ନାସିରୁଦ୍ଦିନ କହିଥିଲେ ଯେ, 'ମୋର କୌଣସି ଜନ୍ମ ପ୍ରମାଣପତ୍ର ନାହିଁ । ଏହି ବୟସରେ ମୁଁ ଜନ୍ମ ପ୍ରମାଣପତ୍ର କେଉଁଠୁ ପାଇବି'? ଏଥି ସହିତ, ଥରେ ମୋଗଲମାନଙ୍କୁ ପ୍ରଶଂସା କରି ଅଭିନେତା ଟ୍ରୋଲର ମଧ୍ଯ ଶିକାର ହୋଇଥିଲେ ।

5/5

ନିଜର ଜବରଦସ୍ତ ଅଭିନୟ ପାଇଁ ଅଭିନେତା ଥରେ କିମ୍ବା ଦୁଇଥର ନୁହେଁ ବରଂ ତିନି  ତିନି ଥର ଜାତୀୟ ପୁରସ୍କାର ଜିତିଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ପୁରସ୍କୃତ କରାଯାଇଛି।