Advertisement
photoDetails0hindi

SRK New Car: ଶାହାରୁଖ ଖାନ୍ ଙ୍କ ଘରକୁ ଆସିଲା Rolls Royce, ଜାଣନ୍ତୁ ଦାମ କେତେ?

SRK New Car Rolls Royce: ବଲିଉଡ ଫିଲ୍ମ 'ପଠାନ'ର ଅଦ୍ଭୁତପୂର୍ବ ସଫଳତା ପରେ ଶାହରୁଖ ଖାନ ପ୍ରମାଣ କରିଛନ୍ତି ଯେ ସେ ହେଉଛନ୍ତି ବଲିଉଡର ପ୍ରକୃତ ରାଜା। ଅଭିନୟ ବ୍ୟତୀତ ଶାହାରୁଖ ବିଳାସପୂର୍ଣ୍ଣ ଜୀବନ ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି। 

1/5

ବାସ୍ତବରେ କିଙ୍ଗ ଖାନ ନିକଟରେ ତାଙ୍କ ଘରକୁ ରୋଲ୍ସ ରୋଏସ୍ କୁଲିନାନ୍ ବ୍ଲାକ୍ ବ୍ୟାଜ୍ ଆଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି କାରର ଶୋ’ରୁମ୍ ମୂଲ୍ୟ ପ୍ରାୟ ଆଠ କୋଟି ୨୦ ଲକ୍ଷ ଟଙ୍କା ଅଟେ।

2/5

ଏଥି ସହିତ, ଏହାକୁ ପର୍ସନାଲାଇଜ କରିବା ପରେ ଏହାର ମୂଲ୍ୟ ପାଖାପାଖି ଦଶ କୋଟିର ହୋଇଛି। ଏହି କାର ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

3/5

ଏହି କ୍ଲିପ୍ ରେ, ଏହି କାର୍ ମନ୍ନତ ଭିତରକୁ ଯାଉଥିବାର ଦେଖାଯାଉଛି । ଏଠାରେ କହିରଖୁଛୁ ଯେ, ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଶାହାରୁଖ କିଛି ବିଳାସପୂର୍ଣ୍ଣ ଜିନିଷ ଯୋଗୁଁ ଲାଇମଲାଇଟରେ ଆସିଛନ୍ତି । ଏହାପୂର୍ବରୁ ତାଙ୍କର ଏକ ଘଣ୍ଟାକୁ ନେଇ ଚର୍ଚ୍ଚା ହୋଇଥିଲା। ଅନେକ ରିପୋର୍ଟରେ ଏହାର ମୂଲ୍ୟ ପାଞ୍ଚ କୋଟି ଟଙ୍କା ବୋଲି କୁହାଯାଇଥିଲା

 

4/5

ଉଲ୍ଲେଖନୀୟ କଥା ହେଉଛି, ପଠାନର ସଫଳତା ପରେ ଆଜିକାଲି ଶାହାରୁଖଙ୍କ ଫ୍ୟାନ୍ସ ଫଲୋଅର୍ସ ବି ବୃଦ୍ଧି ପାଇବାରେ ଲାଗିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ବାହୁବଳୀ ଟୁ କୁ ଅତିକ୍ରମ କରି ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି । ଏହି ଚଳଚ୍ଚିତ୍ର ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏସଆରକେଙ୍କ ପରବର୍ତ୍ତୀ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି।

 

5/5

ଏସଆରକେ ଙ୍କ ଆଗାମୀ ଫିଲ୍ମ ଜୱାନରେ ନୟନ୍ତରା ଏବଂ ବିଜୟ ସେଥୁପତୀ ମଧ୍ୟ ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ। ଏଥି ସହିତ, ଏହା ପରେ ତାଙ୍କୁ ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିରେ ମଧ୍ୟ ଦେଖିବାକୁ ମିଳିବ । ବର୍ତ୍ତମାନ ଉଭୟ ଫିଲ୍ମରେ କାମ ଦ୍ରୁତ ଗତିରେ ଚାଲିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡଙ୍କି ଚଳିତ ବର୍ଷ ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି।