Advertisement
photoDetails0hindi

Bollywood Actress: ଅସଲି ନାମ ବଦଳାଇବା ପରେ ସଫଳତା ପାଇଥିଲେ ଏହିସବୁ ବଲିଉଡ଼ ଅଭିନେତ୍ରୀ

Bollywood Actress Change their Real names: ଅଭିନୟ କରିବାକୁ ଭଲ ପାଉଥିବା ସମସ୍ତ କଳାକାର ବଲିଉଡ଼ରେ କାମ କରିବା ନେଇ ସ୍ବପ୍ନ ଦେଖିଥାଆନ୍ତି । କେତେ ଜଣ ଅତି ସହଜରେ ବଲିଉଡ଼ରେ ନିଜ କ୍ୟାରିୟର ଆରମ୍ଭ କରିଥାଆନ୍ତି ତ ଆଉ କେତେକ ଅଭିନେତା ଓ ଅଭିନେତ୍ରୀ ବଲିଉଡ଼ରେ ନିଜର ପରିଚୟ ସୃଷ୍ଟି କରିବା ଲାଗି ଅନେକ ସଂର୍ଘଷ କରିଥାଆନ୍ତି । ତେବେ ଏମିତି ଅନେକ ବଲିଉଡ଼ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ଼ରେ ସଫଳତା ପାଇବା ପାଇଁ ନିଜ ଅସଲି ନାମକୁ ପରିବର୍ତ୍ତନ କରିଥିଲେ ।

1/5

ରେଖା- ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ରେଖାଙ୍କ ପିତାଙ୍କ ନାମ ରାମସ୍ୱାମୀ ଗଣେସନ ଓ ମାତାଙ୍କ ନାମ ପୁଷ୍ପାବଲୀ ଅଟେ । ପିତା ଓ ମାତା ଅଭିନେତ୍ରୀଙ୍କ ନାମ ଭାନୁରେଖା ଗଣେସନଙ୍କ ରଖିଥିଲେ । କିନ୍ତୁ ଅଭିନୟ ଜଗତରେ ପାଦ ଦେବା ପରେ ଅଭିନେତ୍ରୀ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

2/5

ପ୍ରୀତି ଜିଣ୍ଟା- ବଲିଉଡ଼ର ଡିମ୍ପଲ ଗର୍ଲ ଭାବେ ଜଣାସୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପ୍ରକୃତ ନାମ ପ୍ରୀତମ ସିଂ ଜିଣ୍ଟା ଅଟେ । କିନ୍ତୁ ପରେ ଅଭିନେତ୍ରୀ ତାଙ୍କ ନାମ ବଦଳାଇ ଦେଇଥିଲେ ।

3/5

ଶିଳ୍ପା ସେଟ୍ଟୀ- ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଶିଳ୍ପା ସେଟ୍ଟୀ ବଲିଉଡ଼କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଖୁବ୍ କମ୍ ଲୋକେ ଏହା ଜାଣନ୍ତି କି, ଶିଳ୍ପାଙ୍କ ପ୍ରକୃତ ନାମ ଅଶ୍ୱିନୀ ଶେଟ୍ଟୀ ଅଟେ । ବଲିଉଡ଼କୁ ଆସିବା ପରେ ସେ ତାଙ୍କ ନାମ ଶିଳ୍ପା ଶେଟ୍ଟୀ ରଖିଥିଲେ ।

4/5

କିଆରା ଆଡ଼ଭାନୀ- ବଲିଉଡ଼ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ପ୍ରକୃତ ନାମ ଆଲିଆ ଥିଲା । କିନ୍ତୁ ଇଣ୍ଡଷ୍ଟ୍ରିରେ ପୂର୍ବରୁ ଆଲିଆ ଭଟ୍ଟ ନାମରେ ଅଭିନେତ୍ରୀ ଥିବାରୁ ସେ ନିଜ ନାମ ପରିବର୍ତ୍ତନ କରିଥିଲେ ।

5/5

ମହିମା ଚୌଧୁରୀ- ଅଭିନେତ୍ରୀ ମହିମା ଚୌଧୁରୀ “ପରଦେଶ” ଫିଲ୍ମ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ର ପରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ ।