Advertisement
photoDetails0hindi

Benefits of Green Vegetables: ଆପଣଙ୍କ ଶରୀରରେ ରକ୍ତହୀନତା ଦେଖାଦେଉଛି କି? ତେବେ ଖାଆନ୍ତୁ ଏହି ୬ଟି ସୁରପଫୁଡ୍

Benefits of Green Vegetables: ଯଦି ଆପଣ ଏନିମିଆ ରୋଗରେ ପୀଡିତ ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି । ଏନିମିଆ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଶରୀରରେ ହେମଗ୍ଲୋବିନର ମାତ୍ରା ଅତ୍ୟଧିକ କମ ଥାଏ । ଆଉ ଏହା ଏନିମିଆର ମୁଖ୍ୟ କାରଣ ଅଟେ । ଏଭଳି ସ୍ଥିତିରେ ଶରୀରରେ ଆଇରନର ମାତ୍ରା ବୃଦ୍ଧି କରାଇବା ନିତ୍ୟାନ୍ତ ଜରୁରୀ ଅଟେ । ଏହା ଫଳରେ ହିଁ ପୂରା ଶରୀରକୁ ପୋଷଣ ଓ ଅମ୍ଳଜାନ ପହଞ୍ଚିଥାଏ ।

1/8

ପ୍ରଥମେ ଜାଣନ୍ତୁ ଏନିମିଆ ଓ ରକ୍ତହୀନତାର କ'ଣ କ'ଣ ଲକ୍ଷଣ ରହିଛି- ମାନସିକ ଚାପ, ଫୂର୍ତ୍ତି ନ ଲାଗିବା, ମୁଣ୍ଡ ବୁଲାଇବା, ଶାରିରୀକ ଦୁର୍ବଳତା ଓ ସ୍ମରଣ ଶକ୍ତି କମ ପରିଲକ୍ଷିତ ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କୁ ଏଭଳି କିଛି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ରକ୍ତ ପରୀକ୍ଷା କରନ୍ତୁ । 

2/8

ଏନିମିଆ ହେବାର ମୁଖ୍ୟ କାରଣ ହେଉଛି, ଭାଟାମିନ 'ବି' ବା ଫୋଲିକ୍ ଏସିଡ ବା ଆଇରନ ଅଭାବ । ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ ଏହି ୬ଟି ସୁପର ଫୁଡ ଏବଂ ଦୂରକରନ୍ତୁ ରକ୍ତହୀନତା...

ଅଣ୍ଡା

3/8
ଅଣ୍ଡା

ଅଣ୍ଡାରେ ଆଇରନ ଓ ପ୍ରୋଟିନ ଭରପୂର ଥାଏ ।  ତେଣୁ ଏନିମିଆ କାରଣରୁ ଶରୀରରେ ଭିଟାମିନ ଅଭାବକୁ ଦୂର କରିଥାଏ ଅଣ୍ଡା । ଗୋଟିଏ ଅଣ୍ଡାରେ ପାଖାପାଖି ୧ ମିଲିଗ୍ରାମ ପର୍ଯ୍ୟନ୍ତ ଆଇରନ ରହିଥାଏ ।

ଡାଳିମ୍ବ

4/8
ଡାଳିମ୍ବ

ଡାଳିମ୍ବରେ ପୋଟାସିୟମ ଏବଂ ଫାଇବର ସହିତ ଆଇରନ୍, ଭିଟାମିନ୍ ଏ, ସି ଓ ଇ ମଧ୍ୟ ଭରପୁର ରହିଥାଏ । ଡାଳିମ୍ବ ଶରୀରରେ ରକ୍ତର ମାତ୍ରା ବଢ଼ାଇଥାଏ, ତେଣୁ ଶରୀର ପୀଡ଼ା, ଦୁର୍ବଳତା ଓ ଥକାପଣ ଭଳି ଏନିମିଆକୁ ଦୂର କରିଥାଏ ଡାଳିମ୍ବ ।   

ପାଳଙ୍ଗ

5/8
ପାଳଙ୍ଗ

ସବୁଜ ପନିପରିବା ମଧ୍ୟରୁ ଶାଗରେ ଅଧିକ ପରିମାଣରେ ଭିଟାମିନ ଥାଏ । ପାଳଙ୍ଗ ସାଗରେ ଭିଟାମିନ ଏ, ଭିଟାମିନ ବି-୯, ଭିଟାମିନ-ଇ, କ୍ୟାଲସିୟମ ଓ ଫାଇବର ରହିଥାଏ । ତେଣୁ ପାଳଙ୍ଗ ଶାଗ ମଧ୍ୟ ଶରୀରର ଏନିମିଆକୁ ଦୂର କରିଥାଏ । 

ବିଟ୍

6/8
ବିଟ୍

ବିଟ୍ ରସରେ ଆଇରନର ମାତ୍ରା ଭରପୂର ରହିଥାଏ । ପ୍ରତିଦିନ ବିଟ ରସକୁ ପିଇବା ଦ୍ୱାରା ଆଇରନର ମାତ୍ରା ବୃଦ୍ଧି ପାଇବା ସହିତ ଏନିମିଆ ଦୂର ହୋଇଥାଏ ।  ଯଦି ଆପଣ ବିଟ୍ ରସ ବା ବିଟ୍ ଜୁସ ସକାଳୁ ସଞ୍ଜ ପିଅବେ, ତେବେ ଏହା ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହେବ । 

ସୋୟାବିନ

7/8
ସୋୟାବିନ

ଗୋଟିଏ ମୁଠା ସୋୟାବିନ ରାତିରେ ପାଣିରେ ବତୁରାଇ ଦିଅନ୍ତୁ ଓ ସକାଳୁ ଉଠି ଖାଆନ୍ତୁ । ସୋୟାବିନରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ ଏବଂ ଏହା ଖାଇଲେ ପେଟ ମଧ୍ୟ ପୂରିଥାଏ । ସୋୟାବିନରେ ଅଧିକ ପ୍ରୋଟିନ ଓ କମ ଫ୍ୟାଟ ରହିଥାଏ । ଆଉ ଏହା ଏନିମିଆ ସହିତ ଲଢେଇ କରି ଶରୀରରୁ ଏନିମିଆ ଦୂର କରିଥାଏ । 

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

କୋବି ପତ୍ର

8/8
କୋବି ପତ୍ର

ଏନିମିଆ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପାଇଁ କୋବି ପତ୍ର ସୁପର ଫୁଡ ଅଟେ । କୋବି ପତ୍ରରେ ମଧ୍ୟ ପ୍ରଚୁର ପରିମାଣରେ ଆଇରନ ଓ କ୍ୟାଲସିୟମ ଭରି ରହିଥାଏ । ଏଣୁ କୋବି ପତ୍ରକୁ ସାଲାଡ ଭାବେ କିମ୍ବା ରସ ବାହାର କରି ଜୁସ କରି ପାଇ ପାରିବେ ।  

(ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।)