Eid al-Adha 2023: ଆଜି ଦେଶର ଅନେକ ସ୍ଥାନରେ ଇଦ୍-ଉଲ୍-ଅଦା କିମ୍ବା ଇଦ୍-ଉଲ୍-ଜୁହା ଅର୍ଥାତ୍ ବକ୍ରି ଇଦି ଉତ୍ସବ ପାଳନ କରାଯାଉଛି । ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଉଲ୍ଲା ଅଦା । (Eid Al Adha 2023) ଏହାକୁ ବଡ଼ ଇଦ୍ ବି (Bakrid festival) ବୋଲି ମଧ୍ଯ କୁହାଯାଏ। ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ଯ କୁହାଯାଏ । ଏହି ଦିନ (Prophet Ibrahim) ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି ।
ଇଦ୍-ଅଲ୍-ଅଦାକୁ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ଜାମା ମସଜିଦରେ ସମୂହ ନମାଜ ପାଠ ନେଇ ଆୟୋଜନ କରାଯାଇଥିଲା ।
ବହୁ ସଂଖ୍ୟାରେ ମୁସଲମାନ ଧର୍ମାବଲମ୍ବୀ ଲୋକ ମାନେ ସକାଳୁ ନମାଜ ପାଠ ଲାଗି ଜାମା ମସଜିଦରେ ପହଞ୍ଚିଥିଲେ।
ଇଦ୍-ଅଲ୍-ଅଦା ବା ବକ୍ରି ଇଦ୍ ଅବସରରେ ମକ୍କା ସହରର ଭବ୍ୟ ମସଜିଦରେ ନମାଜ ପାଠ କରିଥିଲେ ମୁସଲମାନ ଧର୍ମାବଲମ୍ବୀ।
ଏହି ପବିତ୍ର ଅବସରରେ ଢାକା ସ୍ଥିତ ରାଷ୍ଟ୍ରୀୟ ଇଦଗାହ ମସଜିଦରେ ପ୍ରାର୍ଥନା ଲାଗି ପହଁଞ୍ଚିଥିଲେ ମୁସଲମାନ୍ ସମ୍ପ୍ରଦାୟର ଲୋକେ।
ବକ୍ରି ଇଦି୍ ଅବସରରେ ଆଲୋକମାଳାରେ ଝଲସି ଉଠିଥିଲା ନୂଆଦିଲ୍ଲୀ ସ୍ଥିତ ଜାମା ମସଜିଦ୍ ।
ଇଦ୍-ଅଲ୍-ଅଦାର ପବିତ୍ର ଅବସରରେ ମୁସଲମାନ ମହିଳା ମାନେ ସୁରବାୟାଠାରେ ସମୂହ ନମାଜ ପାଠ କରିଥିଲେ ।
ट्रेन्डिंग फोटोज़