Advertisement
photoDetails0hindi

Hockey Worldcup 2023: ଆଜି ହକି ବିଶ୍ବକପ ସେମିଫାଇନାଲ, ସାମ୍ନାସାମ୍ନି ହେବେ ୪ଟି ଟିମ୍

Hockey Worldcup 2023: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ। କାରଣ ଆଜି ହକି ବିଶ୍ୱକପ ପାଇଁ ସେମିଫାଇନାଲ ଟକ୍କର ।  ଫାଇନାଲ ଟିକେଟ କିଏ ହାତେଇବ ସେନେଇ ଆଜି ବ୍ଲୁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ ଟିମ୍ । ସାଢେ ୪ଟାରୁ କଳିଙ୍ଗରେ ହେବ ଏହି ସେମିଫାଇନାଲ ମୁକାବିଲା । ତେବେ ପୂର୍ବରୁ ଭାରତ ହକି ବିଶ୍ୱକପରୁ ବିଦାୟ ନେଇସାରିଛି। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରି ନିରାଶ ହୋଇଛି ଭାରତ । 

1/5

ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଜର୍ମାନୀକୁ ଭେଟିବ। ଦଳ ଏହି ଖେଳରେ ଶହେରୁ ଶହେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ । ଏଠାରେ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଂ ଟିମ୍ । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ୍ ଅପରାଜେୟ ରହିଛି ।

2/5

ଅନ୍ୟପଟେ ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ହେବ କଡ୍ଡା ଟକ୍କର। ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । 

3/5

ଯେଉଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ୍ ଫାଇନାଲକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଚଳିତ ବିଶ୍ବକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦାରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ।

 

4/5

ସେହିପରି ଭାରତର ରେକର୍ଡ ଯଦି ଦେଖିବା ତେବେ ହକି ବିଶ୍ବକପରୁ ଭାରତ ବିଦାୟ ନେଇସାରିଛି । କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା ଭାରତ । ପେନାଲ୍ଟି ସୁଟ୍ ଆଉଉଟରେ ୪-୫ ଗୋଲରେ ବାଜି ମାରିଥିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ । 

 

5/5

ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା । ଏଥିରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ । ପେନାଲ୍ଟି ସୁଟଆଉଟରେ ୪-୫ରେ ହାରି ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ । ଯାହାଫଳରେ ହକି ସମର୍ଥକ ମାନେ ନିରାଶ ହୋଇଛନ୍ତି।