Advertisement
photoDetails0hindi

Armaan Malik Prank Video: ଦୁଇ ପତ୍ନୀ ପୂର୍ବରୁ ଗର୍ଭବତୀ, ଏବେ ଗର୍ଲଫ୍ରେଣ୍ଡ ବି ହେବେ ମା'! ଏହି ପ୍ରସିଦ୍ଧ ୟୁଟ୍ୟୁବରଙ୍କ ଏକାସାଙ୍ଗରେ ହେବ ୪ଟି ସନ୍ତାନ?

Armaan Malik Prank Video: ୟୁଟ୍ୟୁବର ଅରମାନ ମଲିକ (YouTuber Armaan Malik) ଙ୍କ ପ୍ରାଙ୍କ୍ ଭିଡିଓ (Armaan Malik Prank Video) ସୋସିଆଲ ମିଡିଆରେ ଧମାଲ କରୁଛି । ତୃତୀୟ ବିବାହ (Armaan Malik Third Marriage) ର ଡ୍ରାମା କରିବା ପରେ ଅରମାନ ମଲିକ ପୁଣି ଥରେ ଆଉ ଏକ ଭିଡିଓ ନେଇ ସାମ୍ନାକୁ ଆସିଛି । 

1/9

ଅରମାନ ମଲିକ ନିଜ କୋ-ଷ୍ଟାର୍ ତାନ୍ୟା ଚୌହାନଙ୍କ ସହ ପ୍ରାଙ୍କ କରିଛନ୍ତି । ଏହି ବ୍ଲଗରେ ଦେଖାଯାଇଛି କିପରି ଅରମାନ ମଲିକ ଓ ତାନ୍ୟା ଚୌହାନଙ୍କୁ ରୋମାନ୍ସ କରୁଥିବାର ଦେଖି ଅରମାନ ମଲିକଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ମଲିକ ଧରିଛନ୍ତି ।

2/9

ଏହା ପରେ ଯାହା ହୋଇଥିଲା, ତାହା ହଙ୍ଗାମାଦାର ଥିଲା । ପାୟଲ ଓ କୃତିକା ଘରରୁ ବାହାରକୁ ଯାଇଥିଲେ । ଅରମାନ ମଲିକ ଓ ତାନ୍ୟା ବେଡରୁମରେ ଥିଲେ । ଅରମାନ ମଲିକ ତାନ୍ୟା ଚୌହାନଙ୍କ କୋଳରେ ମୁଣ୍ଡ ରଖି ଶୋଇଥିଲେ ।

3/9

ସେତେବେଳେ ଅରମାନ ମଲିକଙ୍କ ଦୁଇ ପତ୍ନୀ ବେଡରୁମକୁ ଆସିଯାଆନ୍ତି । ଏହା ପରେ ଆରମ୍ଭ ହୋଇଯାଏ ବୋବାଲ । ଅରମାନ ମଲିକଙ୍କ ଉପରେ ଉଭୟ ପତ୍ନୀଙ୍କ ପ୍ରଶ୍ନ ବାଣର ବର୍ଷା ହୋଇଥାଏ । 

4/9

ପାୟଲ ଓ କୃତିକାଙ୍କ ପାରା ବଢ଼ିଯାଇଥାଏ । ସେମାନେ ଅରମାନ ମଲିକଙ୍କ ଉପରେ ବର୍ଷନ୍ତି । ପ୍ରଥମେ ଅରମାନ ଓ ତାନ୍ୟା ନିଜ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରନ୍ତି । 

5/9

ପରେ ଯେତେବେଳେ କଥା ବିଗିଡିବାରେ ଲାଗେ, ସେତେବେଳେ ତାନ୍ୟା ସତ କୁହନ୍ତି । ତାନ୍ୟା ଅରମାନ ମଲିକଙ୍କ ପତ୍ନୀଙ୍କୁ କୁହନ୍ତି କି ତାଙ୍କୁ ବି ନିଜ ସହ ଏଡଜଷ୍ଟ କରିନିଅନ୍ତୁ । ୨ଟି ବିବାହ କରିଛନ୍ତି ତ ତୃତୀୟରେ ବି କୌଣସି ସମସ୍ୟା ରହିବ ନାହିଁ ।

6/9

ପାୟଲ ଓ କୃତିକା ଏହା ଶୁଣି ରାଗି ଯାଆନ୍ତି । ତିନି ଜଣଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ ଆରମ୍ଭ ହୋଇଯାଇଥାଏ । ତାନ୍ୟା ଦାବି କରନ୍ତି କି ସେ ଅରମାନ ମଲିକଙ୍କ ସନ୍ତାନର ମା' ହେବାକୁ ଯାଉଛନ୍ତି । 

ଅଧିକ ପଢ଼ନ୍ତୁ:-୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ

ଅଧିକ ପଢ଼ନ୍ତୁ:-ନିଜ ପତ୍ନିଙ୍କ ବାନ୍ଧବୀଙ୍କ ପ୍ରେମରେ ପଡ଼ିଲେ ୟୁଟ୍ୟୁବର୍ ଅରମାନ୍ ମଲିକ, ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବାକୁ କଲେ ପ୍ରୟାସ,ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ

7/9

ତାନ୍ୟାଙ୍କ ଖୁଲାସାରୁ ପାୟଲ ଓ କୃତିକା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଅରମାନ ମଲିକ କୁହନ୍ତି କି ଗୋଟିଏ ଛୁଆ ପୂର୍ବରୁ ଅଛି, ବର୍ତ୍ତମାନ ଆହୁରି ୩ ହେବାର ଅଛି । ବର୍ତ୍ତମାନ ଆଉ ଏକ ସନ୍ତାନ ଲାଇନରେ ଅଛି । ୫ ଜଣ ସନ୍ତାନ ହୋଇଯିବ ।

8/9

ପାୟଲ ଓ କୃତିକା ତାନ୍ୟାଙ୍କୁ କୁହନ୍ତି କି ସେ ଅରମାନଙ୍କୁ ଟଙ୍କା ପାଇଁ ଫସାଇଛନ୍ତି । ତାଙ୍କୁ ଲଜ୍ଜା ଲାଗିବା ଉଚିତ ସେ ଅନ୍ୟ କାହାର ବେଡରୁମରେ ବସିଛି ।

9/9

ତିନି ଜଣଙ୍କ କ୍ୟାଟ୍ ଫାଇଟ୍ ମଧ୍ୟରେ ପ୍ରାଙ୍କର ରହସ୍ୟ ସାମ୍ନାକୁ ଆସିଥାଏ । ଏହି ପ୍ରାଙ୍କ ବିଷୟରେ ପାୟଲ ଓ କୃତିକା ବି ଜାଣିଥିଲେ । ଏହା ପବ୍ଲିକ ପ୍ରାଙ୍କ୍ ଥିଲା ।