Advertisement
photoDetails0hindi

Cricketers' Love Story: ବିବାହ ପୂର୍ବରୁ ବାପା ହୋଇଛନ୍ତି ଏସବୁ ଷ୍ଟାର କ୍ରିକେଟର, ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଭାରତୀୟ, ଦେଖନ୍ତୁ ଫଟୋ

Love Stories Of Famous Cricketers: ଆପଣ ଜାଣନ୍ତି କି ଅନେକ ଷ୍ଟାର କ୍ରିକେଟର ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ବାପା ହୋଇଛନ୍ତି । ଏଥିରେ ଭାରତୀୟ ଖେଳାଳିଙ୍କ ସମେତ ଅନେକ ବିଦେଶୀ ଖେଳାଳି ମଧ୍ୟ ସାମିଲ ଅଛନ୍ତି ।

1/6

ୱେଷ୍ଟଇଣ୍ଡିଜର ଭେଟେରାନ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡସ୍ (Viv Richards) ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସମୟରେ ଥିବା ଅବସ୍ଥାରେ ଡେଟ୍ କରୁଥିଲେ । ଏହି ରିଲେସନସିପ୍ ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥିଲା ଓ ନୀନା ଗୁପ୍ତା ମଧ୍ୟ ଗର୍ଭବତୀ ହୋଇଥିଲେ । ନୀନା ଗୁପ୍ତା ତାଙ୍କ ଝିଅ ମାସାବା ଗୁପ୍ତାଙ୍କୁ ଏକାକୀ ଲାଳନ ପାଳନ କରି ବଡ଼ କରିଥିଲେ । ଭିଭିଆନ୍ ରିଚାର୍ଡସଙ୍କ ସହ ଉଭୟ ଏହି ମା' ଓ ଝିଅ ଅନେକ ଥର ନଜର ଆସିଛନ୍ତି ।

 

2/6

ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ବିନୋଦ କାମ୍ବଲି (Vinod Kambli) ମଧ୍ୟ ବିବାହ ନ କରି ବାପା ହୋଇଥିଲେ । ଏହି ପୂର୍ବତନ ଭାରତୀୟ କ୍ରିକେଟର ଖୁବ୍ ଶୀଘ୍ର ନିଜ ପ୍ରଥମ ପତ୍ନୀ ନୋଏଲା ଲୁଇସଙ୍କୁ ଛାଡପତ୍ର ଦେଇଥିଲେ । ଏହା ପରେ କାମ୍ବଲି ଏକ ଫ୍ୟାଶନ୍ ମଡେଲ୍ ଆଣ୍ଡ୍ରେୟା ହେଭିଟଙ୍କ ସହ ରିଲେସନସିପରେ ରହିଥିଲେ । ଏହି ସମୟରେ ଆଣ୍ଡ୍ରେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ଜନ୍ମ ହେବାର ୪ ବର୍ଷ ପରେ ଦୁହେଁ ବିବାହ କରିଥିଲେ ।

3/6

ୱେଷ୍ଟଇଣ୍ଡିଜ୍ ଭେଟେରାନ୍ ଅଲରାଉଣ୍ଡର ଡୱେନ ବ୍ରାଭୋ (Dwayne Bravo) ମଧ୍ୟ ଏହି ତାଲିକାରେ ମଧ୍ୟ ସାମିଲ ଅଛନ୍ତି । ତାଙ୍କର ଦୁଇଟି ଗର୍ଲଫ୍ରେଣ୍ଡ ଅଛନ୍ତି । ଜଣଙ୍କର ନାମ ଖିତା ଗୋନସାଲଭସ୍ ଓ ଅନ୍ୟଜଣଙ୍କ ନାମ ରେଜିନା ରାମଜିତ । ଏହି ଗର୍ଲଫ୍ରେଣ୍ଡମାନଙ୍କ ଠାରୁ ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଭୋ କାହାକୁ ବିବାହ କରିନାହାଁନ୍ତି ।

4/6

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ନର (David Warner) ଓ ତାଙ୍କ ପତ୍ନୀ କ୍ୟାଣ୍ଡିସ ୱାର୍ନର ମଧ୍ୟ ବିବାହ ପୂର୍ବରୁ ପିତାମାତା ହୋଇଥିଲେ । ୨୦୧୪ ମସିହାରେ, ୱାର୍ଣ୍ଣର ପ୍ରଥମ ଥର ପାଇଁ ପିତା ହୋଇଥିଲେ । ପିତା ହେବା ପରେ ୱାର୍ଣ୍ଣର କ୍ୟାଣ୍ଡିସଙ୍କୁ ବିବାହ କରିଥିଲେ । ଏବେ ଏହି ଦମ୍ପତିଙ୍କର ତିନି ଝିଅ ଅଛନ୍ତି ।

5/6

ଇଂଲଣ୍ଡ କ୍ରିକେଟର ଜୋ ରୁଟ୍ (joe root) ମଧ୍ୟ ପିତା ହେବା ପରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ । ସେ ୨୦୧୭ ରେ ପିତା ହୋଇଥିଲେ । ତାଙ୍କ ପତ୍ନୀଙ୍କ ନାମ କାରୀ କୋଟ୍ରେଲ । ଏହି ଦମ୍ପତି ନିଜ ପୁଅଙ୍କ ପୁଅର ନାମ ଆଲଫ୍ରେଡ୍ ୱିଲିୟମ୍ ରୁଟ୍ ରଖିଥିଲେ । ବିବାହ ପରେ ଉଭୟଙ୍କର ଏକ ଝିଅ ହୋଇଥିଲା, ଯାହାର ନାମ ଇସାବେଲା ।

 

6/6

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) କାହାଣୀ ମଧ୍ୟ ସମାନ । ପାଣ୍ଡ୍ୟା ସର୍ବିଆର ମଡେଲ ନତାଶା ଷ୍ଟାନକୋଭିକଙ୍କ ସହ ରିଲେସନସିପରେ ଥିଲେ । ଏହି ସମୟରେ ନତାଶା ଗର୍ଭବତୀ ହୋଇଥିଲେ ଓ ପରେ ହାର୍ଦ୍ଦିକ ତାଙ୍କୁ ବିବାହ କରିଥିଲେ । ନତାଶାଙ୍କୁ ପୁଅ ସହିତ କ୍ରିକେଟ୍ ଷ୍ଟାଡିୟମରେ ଅନେକ ଥର ଦେଖିବାକୁ ମିଳେ ।