Advertisement
Photo Details/zeeodisha/odisha1864901
photoDetails0hindi

Wifi Router: ରାତିରେ ୱାଇ-ଫାଇ ବନ୍ଦ ନକରି ଶୋଉଛନ୍ତି କି? ସାବଧାନ

ଆଜି ଆପଣଙ୍କୁ ଓ୍ବାଇଫାଇ ବ୍ୟବହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

1/6

Wifi Router: ଇଣ୍ଟରନେଟର ବେଗକୁ ହାଇସ୍ପିଡ୍ କରିବା ପାଇଁ ଆମେ ୱାଇଫାଇ ରାଉଟର ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଭଲ ଇଣ୍ଟରନେଟ ସେବା ମିଳିଥାଏ । କୋଭିଡ ସମୟରୁ ଅନେକ ବ୍ୟକ୍ତି ଘରୁ କାମ କରୁଥିବା କାରଣରୁ ହାଇସ୍ପିଡ ଇଣ୍ଟରନେଟ୍ ପାଇବା ପାଇଁ ଉକ୍ତ ସମୟରୁ ଘରେ ୱାଇଫାଇ ବ୍ୟବହାର କରୁଛନ୍ତି । ଏଥିସହ ବର୍ତ୍ତମାନ ସାଧାରଣ ଲୋକମାନେ ମଧ୍ୟ ଘରେ ୱାଇଫାଇ ଲଗାଉଛନ୍ତି । ଅଫିସ୍ କାମ କରିବା ହେଉ କିମ୍ବା ମନୋରଞ୍ଜନ ପାଇଁ HD କ୍ୱାଲିଟି ଫିଲ୍ମ ଡାଉନଲୋଡ । ୱାଇଫାଇ ଦ୍ୱାରା ସବୁକିଛି ସହଜ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାତିରେ ଶୋଇବା ସମୟରେ ଯଦି ଆପଣ ୱାଇଫାଇକୁ ଅନ ରଖୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଅଧିକାଂଶ ୱାଇଫାଇ ବ୍ୟବହାରକାରୀ ଏହା ବିଷୟରେ ଅବଗତ ନଥିବାରୁ ଶୋଇବା ସମୟରେ ୱାଇଫାଇ ରାଉଟର ଚାଲୁ ରଖିଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଯଦି ଆପଣ ରାତିରେ ୱାଇଫାଇ ବନ୍ଦ ନକରନ୍ତି ତେବେ କେଉଁ ସବୁ ସମସ୍ୟାରେ ଆପଣ ପଡିବେ ।

2/6

ଯଦି ୱାଇଫାଇ ରାଉଟର ଘରେ ଦୀର୍ଘ ସମୟ ଧରି ଚାଲୁଥାଏ, ତେବେ ୱାଇଫାଇ ରାଉଟର ସ୍ଥାପିତ ସ୍ଥାନରେ ଶୋଇଥିବା ବ୍ୟକ୍ତି ଅନିଦ୍ରା ରୋଗରେ ପୀଡିତ ହୋଇପାରନ୍ତି । ପରିସ୍ଥିତି ଏପରି ମଧ୍ୟ ହୋଇଥାଏ ଶେଷରେ ବ୍ୟକ୍ତିଙ୍କୁ ମେଡିସିନ୍ ଖାଇବାକୁ ପଡିଥାଏ । ଭବିଷ୍ୟତରେ ନିଦ୍ରାହୀନତା ଏକ ମୁଖ୍ୟ ସମସ୍ୟା ହୋଇପାରେ । ତେଣୁ ରାତିରେ ଶୋଇବା ସମୟରେ ୱାଇଫାଇ ରାଉଟର ବନ୍ଦ ରଖିବା ଆବଶ୍ୟକ ।

3/6

ଯଦି ଆପଣ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ହେତୁ ଶରୀରରେ ଘଟୁଥିବା ରୋଗରୁ ନିଜକୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ବ୍ୟବହାର କରିବା ପରେ ୱାଇଫାଇ ରାଉଟର ବନ୍ଦ କରିବାକୁ ଚେଷ୍ଟା କରିବା ଉଚିତ୍ । ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି କିନ୍ତୁ ଏହା ପ୍ରକୃତରେ ଘଟେ, ତେଣୁ ଭବିଷ୍ୟତରେ ଆପଣ ସାବଧାନ ହେବା ଉଚିତ୍ ।

4/6

ଯଦି ଆପଣଙ୍କ ଘରେ ୱାଇଫାଇ ରାଉଟର ରାତିସାରା ଚାଲୁଥାଏ, ତେବେ ଏଥିରୁ ବାହାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ହେତୁ କିଛି ସମୟ ପରେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇପାରେ । ରାଉଟରରୁ ବାହାରୁଥିବା ବିକିରଣ ହେତୁ ଏହା ଘଟେ, ଯାହା ବିଷୟରେ ଅଧିକାଂଶ ଲୋକ ସଚେତନ ନୁହଁନ୍ତି ।

5/6

ବୈଦ୍ୟୁତିକ ଚୁମ୍ବକୀୟ ବିକିରଣ ହେତୁ ଶରୀରରେ କିଛି ରୋଗ ସୃଷ୍ଟି ହୋଇପାରେ ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ।

6/6

ଯଦି ୱାଇଫାଇ ରାଉଟର ରାତିସାରା ଚାଲୁଥାଏ ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ । ଯେତେବେଳେ ୱାଇଫାଇ ରାଉଟର ଚାଲିବା କାରଣରୁ ଏଥିରୁ ନିର୍ଗତ ହେଉଥିବା ବିକିରଣ ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇପାରେ । ଯେଉଁ ଘରେ ୱାଇଫାଇ ରାତିସାରା ଅନ୍ ରହିଥାଏ, ସେଠାରେ ଅନେକ ସଦସ୍ୟଙ୍କ ନିଦ୍ରା ଜନିତ ସମସ୍ୟା ହୋଇପାରେ ।