Advertisement
Photo Details/zeeodisha/odisha1768200
photoDetails0hindi

Anup soni: ପ୍ରଥମ ସ୍ତ୍ରୀଙ୍କୁ ଧୋକ୍କା ଦେଇ ଦ୍ବିତୀୟ ବିବାହ କରିଥିଲେ ପରଦାରେ ଲୋକଙ୍କୁ ସତର୍କ କରାଉଥିବା ଅନୁପ ସୋନି

Anup soni: ସୋନି ଟିଭିର କ୍ରାଇମ୍ ପେଟ୍ରୋଲ ଶୋ’ ବିଷୟରେ ତ ସମସ୍ତଙ୍କୁ ଜାଣିଥିବ ନିଶ୍ଚୟ । ଆଉ ଏହି ଶୋକୁ ହୋଷ୍ଟ କରୁଥିବା ଅନୁପ ସୋନି ମଧ୍ଯ ଘରେ ଘରେ ବେଶ ଲୋକପ୍ରିୟ । ତେବେ ପରଦା ଉପରେ ଲୋକଙ୍କୁ ସତର୍କ କରାଉଥିବା ଏହି ଅଭିନେତା ନିଜର ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଇ ଦ୍ବିତୀୟ ବିବାହ କରିଥିଲେ ।

1/5

ଅଭିନେତା ଅନୁପ ସୋନି ତାଙ୍କର ପ୍ରଥମ ପତ୍ନୀ ରିତୁ ସୋନିଙ୍କୁ ୧୯୯୯ଙ୍କୁ ବିବାହ କରିଥିଲେ । ବିବାହ କିଛି ବର୍ଷ ପରେ ଅର୍ଥାତ୍ ୨୦୦୪ରେ ଉଭୟ ପ୍ରଥମ ଥର ଲାଗି ପିତା ମାତା ହୋଇଥିଲେ ।

2/5

୨୦୦୮ ମସିହାରେ ଅନୁପ ସୋନି ଓ ରିତୁଙ୍କ ଦ୍ବିତୀୟ ସନ୍ତାନକୁ ଜନ୍ମଗ୍ରହଣ କରିଥିଲେ । ସବୁ କିଛି ଠିକ୍ ଚାଲିଥିବା ବେଳେ ହଠାତ୍ ରିତୁ ଅନୁପଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କଥା ଜାଣିବାକୁ ପାଇଥିଲେ ।  

3/5

ଅଭିନେତା ରାଜ ବବରଙ୍କ ଝିଅ ଜୁହି ବବରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ଅନୁପ ପତ୍ନୀ ରିତୁଙ୍କୁ ଜଣାଇଥିଲେ । କେବଳ ଏତିକି ନୁହେଁ, ସେ ଏହାପରେ ପତ୍ନୀ ରିତୁ ଓ ଦୁଇ ଝିଅଙ୍କୁ ଛାଡ଼ି ଚାଲିଯାଇଥିଲେ ।

4/5

ଅନୁପ ଛାଡି ଯିବା ପରେ ରିତୁ ଏକ ସାକ୍ଷାତକାରରେ କହିଥିଲେ ଯେ,  ‘ମୋ ସହିତ ଭୁଲ ହୋଇଛି । ଜୁହିଙ୍କ ସହ ଅନୁପଙ୍କ ଘନିଷ୍ଠତା ମୋ ଜୀବନରେ ସମସ୍ୟା ଆଣିଦେଲା । ଯଦି ଏହା ଭାଗ୍ୟରେ ଲେଖା ଥିଲା ତାହାଲେ ମୁଁ ସେମାନଙ୍କ ଲାଗି ପ୍ରାର୍ଥନା କରିବି । ମୁଁ ଏବେ ମୋ ଝିଅଙ୍କ ଭବିଷ୍ୟତ ଉପରେ ଧ୍ୟାନ ଦେବାକୁ ଚାହିିୁଁଛି’ ।

5/5

ଜୁହି ଓ ଅନୁପ ପରସ୍ପରକୁ ମୟାନଗରୀ ମୁମ୍ବାଇର ଏକ ସିନେମା ହଲେର ଭେଟିଥିଲେ । ପରେ ଉଭୟଙ୍କ ମଧ୍ଯ ନିବିଡ଼ତା ବୃଦ୍ଧି ପାଇଥିଲା । ପତ୍ନୀ ରିତୁଙ୍କଠାରୁ ଅଲଗା ହେବାର କିଛି ମାସ ପରେ ଅନୁପ ଜୁହିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବର୍ତ୍ତମାନ ଉଭୟଙ୍କ ଏକ ପୁଅ ଥିବା ଜଣାପଡ଼ିଛି ।