Advertisement
Photo Details/zeeodisha/odisha1870214
photoDetails0hindi

AIIMS ରେ ଏହି ପୋଷ୍ଟଗୁଡିକ ପାଇଁ ବାହାରିଲା ବମ୍ଫର ନିଯୁକ୍ତି, ସାକ୍ଷାତକାରରେ ଆଧାରରେ ମିଳିବ ଚାକିରୀ

AIIMS Mangalagiri Recruitment 2023: ଏମ୍ସ ମଙ୍ଗଳାଗିରି ବିଭିନ୍ନ ପଦବୀରେ ନିଜୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରୀ କରିଛି । ସାକ୍ଷାତକାରରେ ପ୍ରଦର୍ଶନ ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

 

1/6

AIIMS Mangalagiri Recruitment 2023: ଏମ୍ସ ମଙ୍ଗଳାଗିରି ବିଭିନ୍ନ ପଦବୀରେ ନିଜୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଯାହା ଅନୁଯାୟୀ ଅନୁଷ୍ଠାନର ଅନେକ ପଦବୀରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ aiimsmangalagiri.edu.in ଭିଜିଟ୍ କରି ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ । ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପାଇଁ ୱାକ-ଇନ୍ ଇଣ୍ଚରଭ୍ୟୁ ଆୟୋଜିତ ହେବ । ଏହି ଇଣ୍ଚରଭ୍ୟୁ ୧୦ ଓ ୧୧ ଅକ୍ଟୋବର ୨୦୨୩ ରେ ଅନୁଷ୍ଠିତ ହେବ । ଏହାର ଇଣ୍ଚରଭ୍ୟୁ ଗ୍ରାଉଣ୍ଡ ଫ୍ଲୋର, ଆଡମିନି ଓ ଲାଇବ୍ରେରୀ ବିଲଡିଂ, AIIMS ମଙ୍ଗଳାଗିରି ଗୁଣ୍ଟୁର, ଆନ୍ଧ୍ରପ୍ରଦେଶ, 522503 ଠିକଣାରେ ଅନୁଷ୍ଠିତ ହେବ ।

 

2/6

ପଦବୀ ବିବରଣୀ: ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ଡ୍ରାଇଭରେ ମୋଟ ୯୯ ଟି ପଦବୀ ପୂରଣ ହେବ । ଯେଉଁଥିରେ ସିନିୟର ରେସିଡେଣ୍ଟ୍ସ ଓ ସିନିୟର ଡେମୋନଷ୍ଟ୍ରେଟ୍ରସ ପଦବୀ ଅନ୍ତର୍ଭୁକ୍ତ ।

 

3/6

ଯୋଗ୍ୟତା: ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ପୋଷ୍ଟ ଅନୁଯାୟୀ ପୋଷ୍ଟ ଗ୍ରାଜୁଏଟ୍ / ପିଏଚଡି ପାସ୍ କରିବା ଉଚିତ୍ ।

 

4/6

ବୟସ ସୀମା: ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷରେ ସ୍ଥିର କରାଯାଇଛି । ଯେଉଁଠାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯାଇଛି ।

 

5/6

ଏହିପରି କରାଯିବ ଚୟନ: ସାକ୍ଷାତକାର ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

 

6/6

ଆବେଦନ ଶୁଳ୍କ: ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନ ଶୁଳ୍କ ଦେବାକୁ ପଡିବ । ଏହି ନିଯୁକ୍ତି ପାଇଁ ଦେୟ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଯେଉଁଠାରେ ସଂରକ୍ଷିତ ବର୍ଗ ପାଇଁ ଦେୟ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।