Advertisement
photoDetails0hindi

HBD Abhishek Bachchan: ଫଟୋରେ ଖବର, ଅଭିନେତା ହେବା ପୂର୍ବରୁ ବୀମା ଏଜେଣ୍ଟ ଥିଲେ ଅଭିଷେକ

HBD Abhishek Bachchan: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ଜେଜେ ହରିବଂଶ ରାଜ ବଚ୍ଚନ ଜଣେ ମହାନ କବି ଥିଲେ ଏବଂ ଉଭୟ ମାତା ଏବଂ ପିତା ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ କଳାକାର । ସମସ୍ତେ ବିଶ୍ବାସ କରନ୍ତି ଯେ, ଅଭିଷେକ ବଚ୍ଚନଙ୍କୁ ଜୀବନରେ କେବେବି ସଂଘର୍ଷ କରିବାକୁ ପଡ଼ି ନାହିଁ । ଫିଲ୍ମ ଲାଇନକୁ ଆସିବା ଅଭିଷେକଙ୍କ ପାଇଁ ଏତେ ସହଜ ନ ଥିଲା । ଏକ ସାକ୍ଷାତକାରରେ ଅଭିଷେକ ଏନେଇ ନିଜେ ଖୁଲାସା କରିଛନ୍ତି । ଦୁଇ ବର୍ଷର ସଂଘର୍ଷ ପରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ରେଫ୍ୟୁଜି'(Refugee)ପାଇଥିଲେ । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

1/5

୨୦୦୦ ମସିହାରେ ଅଭିଷେକ ଫିଲ୍ମ 'ରିଫ୍ୟୁଜି'ରେ ଡେବ୍ୟୁ କରିଥିଲେ।  ଯଦିଓ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ନ ଥିଲା। ଏହି ଚଳଚ୍ଚିତ୍ରରେ କରୀନା କପୁର ଅଭିଷେକଙ୍କ ସହ ମଧ୍ୟ ଥିଲେ। ଏହା ଉଭୟଙ୍କ ଡେବ୍ୟୁ ଫିଲ୍ମ ଥିଲା ।

 

2/5

କୁହାଯାଏ ଯେ ଅଭିଷେକ ବଚ୍ଚନଙ୍କୁ 'ରିଫ୍ୟୁଜି'ରେ ଅଫର ମିଳିବା ପାଇଁ ୨ ବର୍ଷ ସମୟ ଲାଗିଥିଲା ।

3/5

ଏକ ସାକ୍ଷାତକାରରେ ଅଭିଷେକ ବଚ୍ଚନ କହିଥିଲେ, 'ଅନେକ ଲୋକ ବିଶ୍ୱାସ କରନ୍ତି ଯେ ମୁଁ ଅମିତାଭ ବଚ୍ଚନଙ୍କ ପୁଅ, ତେଣୁ ମୋ ଜୀବନରେ କୌଣସି ସଂଘର୍ସକୁ ମୁଁ ସାମ୍ନା କରିନାହିଁ । ଡେବ୍ୟୁ କରିବା ପୂର୍ବରୁ ମୁଁ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ନିକଟକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା କରୁଥିଲି । ତଥାପି ସେ ମୋ ସହ କାମ କରିବାକୁ ମନା କରିଦେଇଥିଲେ। ତେବ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଭିଷେକଙ୍କ ଡେବ୍ୟୁ ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା।  ଫ୍ଲପ ଯୋଗୁଁ ସେ କିଛି ଦିନ କାମ ପାଇନ ଥିଲେ । 

4/5

ଦୀର୍ଘ ୪  ଚାରି ବର୍ଷ ମଧ୍ୟରେ ସେ ୧୭ ଟି ଫ୍ଲପ୍ ଫିଲ୍ମ ବି ଦେଇଥିଲେ। ୨୦୦୪ ମସିହାରେ ଅଭିଷେକ ବଚ୍ଚନ 'ଧୁମ୍' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । ପରେ ସେ 'ବଣ୍ଟି ଅର ବାବଲି', 'ୟୁଭା', 'ବ୍ଲଫମାଷ୍ଟର', 'ଗୁରୁ' ଏବଂ 'ଦୋସ୍ତାନା' ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । 

 

5/5

ଅଭିଷେକ ବଚ୍ଚନଙ୍କ କ୍ୟାରିୟରରେ ଏ-ପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଘଟିଛି। ଶେଷରେ ସେ ନିଜର ଏକ ସ୍ୱତସ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପିତା ବିଗ୍ ବିଙ୍କ ପରି ନାଁ କରି ପାରିନ ଥିଲେ ମଧ୍ୟ ବର୍ତ୍ତମାନ ବଲିଉଡର ସେ ଜଣେ ଆଗଧାଡିର ଅଭିନେତା । ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବା ତେବେ, ସେ ୨୦୦୭ରେ ବଲିଉଡ୍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି।