Advertisement
photoDetails0hindi

କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!

7th Pay Commission: ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR କୁ ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତରୁ ଉପକୁ ଅତିକ୍ରମ କରିଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତକୁ ବୃଦ୍ଧିଥିଲା, ଯାହା ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା ।

1/7

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: ଚଳିତ ବର୍ଷ ଜୁଲାଇ ମାସରେ ସରକାରୀ କର୍ମଚାରୀ (Government Employees) ଙ୍କ ପାଇଁ ଅନେକ ଖୁସି ଖବର ଆସିବାକୁ ଯାଉଛି । ଏହି କର୍ମଚାରୀଙ୍କ ବେତନ (Salary Hike) ରେ ଏକ ବଡ଼ ଧରଣର ବୃଦ୍ଧି ଆଶା କରାଯାଏ, କାରଣ ଏଥର ଜୁଲାଇରେ ଅନ୍ୟାନ୍ୟ ଜିନିଷ ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance) ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୫ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ସେମାନଙ୍କୁ ୩୯ ପ୍ରତିଶତ ହାରରେ ଡିଏ ଦିଆଯିବ ।

2/7

ମହଙ୍ଗା ଭତ୍ତା ହାରରେ ବୃଦ୍ଧି ପରେ ଚର୍ଚ୍ଚା ହେଉଛି ଯେ ଜୁଲାଇରେ ମହଙ୍ଗା ଭତ୍ତା (DA) ବୃଦ୍ଧି, ୧୮ ମାସର ବକେୟା ପାଉଣା ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (PF) ଉପରେ ସୁଧ ପରିବର୍ତ୍ତନ ହୋଇପାରେ । ଅଲ ଇଣ୍ଡିଆ CPI-IW ତଥ୍ୟ ଅନୁଯାୟୀ, କର୍ମଚାରୀମାନଙ୍କୁ ଜୁଲାଇରେ ୩୯ ପ୍ରତିଶତ DA ମିଳିପାରେ । ଅର୍ଥାତ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି ହୋଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ବାର୍ଷିକ ପ୍ରାୟ ୪୦ ହଜାର ଟଙ୍କା ବୃଦ୍ଧି ପାଇବ ।

୧୮ ମାସର ବକେୟା ରାଶି

3/7
୧୮ ମାସର ବକେୟା ରାଶି

ବକେୟା ୧୮ ମାସର ମହଙ୍ଗା ଭତ୍ତାକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି । ଯଦି କିଛି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୧୮ ମାସର DA ବକେୟାର ପୈଠ ହୋଇପାରେ । ଯଦି ଏହାକୁ କେନ୍ଦ୍ର ସରକାର ପ୍ରଦାନ କରନ୍ତି ତେବେ କର୍ମଚାରୀମାନେ ଏକକାଳୀନ ୨ ଲକ୍ଷ ଟଙ୍କା ବକେୟା ପାଇବେ । କର୍ମଚାରୀଙ୍କ ବକେୟା ଡିଏ କର୍ମଚାରୀଙ୍କ ବେତନ ବ୍ୟାଣ୍ଡ ଓ ସରଞ୍ଚନା ଉପରେ ନିର୍ଭର କରିବ ।

ଖୁବ ଶୀଘ୍ର ଜାରି ହେବ ସୁଧ ପଇସା

4/7
ଖୁବ ଶୀଘ୍ର ଜାରି ହେବ ସୁଧ ପଇସା

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଦସ୍ୟଙ୍କ ଆକାଉଣ୍ଟରେ PF ଉପରେ ବାର୍ଷିକ ୮.୧୦ ପ୍ରତିଶତ ସୁଧ ହାର ଜମା କରିବ । ସରକାରୀ ଗେଜେଟରେ ସୁଧ ହାରକୁ ଆନୁଷ୍ଠାନିକ ଭାବରେ ସୂଚିତ କରାଯିବା ପରେ ଇପିଏଫ୍ ଖୁବ୍ ଶୀଘ୍ର ନିଜର ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ହାରକୁ କ୍ରେଡିଟ୍ କରିବା ଆରମ୍ଭ କରିବ ।

ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ବଢ଼ିବାର ରହିଛି ସମ୍ଭାବନା

5/7
ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ବଢ଼ିବାର ରହିଛି ସମ୍ଭାବନା

ଏଥି ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ହେବାର ଆଶା କରାଯାଉଛି । କାରଣ ଯଦି ଡିଏ ୫ ପ୍ରତିଶତ ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ ବେସିକ୍ ବା ମୂଳ ଦରମା ମଧ୍ୟ ବୃଦ୍ଧି କରାଯାଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ରୁ ୨୧ ହଜାର ଟଙ୍କା ହେବ । 

6/7

ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR କୁ ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତରୁ ଉପକୁ ଅତିକ୍ରମ କରିଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତକୁ ବୃଦ୍ଧିଥିଲା, ଯାହା ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା ।

ଏହା ବି ପଢ଼ନ୍ତୁ:-ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ଖତରନାକ ଅସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'

ଏହା ବି ପଢ଼ନ୍ତୁ:-'ଏହା ଲକଡାଉନ ଓ ବିମୁଦ୍ରୀକରଣ ଭଳି ନିଷ୍ପତ୍ତି, ଅହଂକାରରୁ ଦୂରେଇ ରୁହନ୍ତୁ ମୋଦି ସରକାର'

ଏହା ବି ପଢ଼ନ୍ତୁ:-ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି

7/7

ସୂଚନାଯୋଗ୍ୟ, କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।